• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

କମିଶନରେଟ ପୋଲିସ ହାତରେ ‘ତିନ ପାହାଡ଼ି’ ଲୁଟେରା ଗ୍ୟାଙ୍ଗ । ଗ୍ୟାଙ୍ଗର ୯ ଜଣଙ୍କୁ ବାନ୍ଧିଛି କ୍ୟାପିଟାଲ ଥାନା ପୋଲିସ । ଏଥିରେ ରହିଛି ଜଣେ ନାବାଳକ । ଗିରଫ ସମସ୍ତ ଲୁଟେରା ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଆସାମ ଅଞ୍ଚଳର । ‘ତିନ ପାହାଡି’ ଲୁଟେରା ଗ୍ୟାଙ୍ଗର ଟାର୍ଗେଟରେ ଥିଲା ମୋ ବସ ଓ ଭୁବନେଶ୍ୱରର ବିଭିନ୍ନ ଅଂଚଳ ।

୩ ଥାକରେ ଏହି ଗ୍ୟାଙ୍ଗ କରୁଥିଲା ଲୁଟ । ଦରମା ଦେଇ ଗ୍ୟାଙ୍ଗ ଲିଡର ଲୁଟେରାଙ୍କୁ ଦେଉଥିଲା ନିଯୁକ୍ତି । ଟାର୍ଗେଟରେ ଥିଲା ମୋବାଇଲ । ତେବେ ମୋବାଇଲ ଲୁଟ ପଛର ଉଦ୍ଦେଶ୍ୟ ଥିଲା ୟୁପିଆଇ ମାଧ୍ୟମରେ ଲୋକଙ୍କ ଟଙ୍କା ଲୁଟିବା । ରାଜଧାନୀରେ ମାତିଥିଲେ 'ତିନ ପାହାଡ଼ି' ଗ୍ୟାଙ୍ଗ । ଭିଡରେ ପଶି ମୋବାଇଲ ଲୁଟୁଥିଲେ । ପରେ ଚୋରି ମୋବାଇଲରେ ଆକ୍ଟିଭ ଥିବା ୟୁପିଆଇ ଦ୍ବାରା ଅନଲାଇନ ବ୍ୟାଙ୍କ ଖୋଲି ଲକ୍ଷ ଲକ୍ଷ ଟଙ୍କା ସଫା କରି ଦେଉଥିଲେ । ଏଭଳି ଲୁଟେରା ଗ୍ୟାଙ୍ଗକୁ ଧରିଛି କମିଶନରେଟ ପୋଲିସ ।

ଗ୍ରୁପର ୮ ଜଣଙ୍କୁ କ୍ୟାପିଟାଲ ଥାନା ପୋଲିସ ଗିରଫ କରିବା ପରେ ସାମ୍ନାକୁ ଆସିଛି ଆନ୍ତ ରାଜ୍ୟ ଲୁଟେରା ଗ୍ୟାଙ୍ଗର ଭୟଙ୍କର ମାଷ୍ଟରପ୍ଲାନ । ଗିରଫ ଲୁଟେରା ସବୁ ଆସାମ, ପଶ୍ଚିମବଙ୍ଗ ଓ ଝାଡଖଣ୍ଡ ଅଞ୍ଚଳର । ଏମାନଙ୍କ ନିକଟରୁ ୨୨ ମୋବାଇଲ, ୧୮ ସିମ କାର୍ଡ ଏବଂ ଲକ୍ଷେ ୩୦ ହଜାର ଟଙ୍କା ସହ ମେମୋରୀ ଚିପ ଜବତ କରାଯାଇଛି ।

ଏହି ଗ୍ୟାଙ୍ଗ ସହରରୁ ସହର ଘୁରି ବୁଲୁଥିବା ବେଳେ ଦରମା ଦେଇ ଲୁଟେରା ଚାକିରି ଦେଉଥିଲେ । ଗୋଟିଏ ସହରରେ ୧୫ ଦିନ ରୁ ଅଧିକ ସମୟ ରହୁନଥିଲେ ଏହି ଗ୍ୟାଙ୍ଗ । ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ହୋଟେଲରେ ରୁମ ନେଇ ରହୁଥିବା ବେଳେ ଅନ୍ୟମାନେ ଘର ଭଡା ନେଇ ରହୁଥିଲେ ।

ଲୁଟେରା ଗ୍ୟାଙ୍ଗ ନିଜ ସହ ରୋଷେୟା ମଧ୍ୟ ଆଣୁଥିଲେ । ଯେତେବେଳେ ଗ୍ୟାଙ୍ଗର ଜଣେ ଚୋରି କରୁଥାଏ, ତାକୁ କଭର କରିବା ପାଇଁ ଲୁଟେରା ଗ୍ୟାଙ୍ଗର ସଦସ୍ୟ ବ୍ୟାଗ ବ୍ୟବହାର କରୁଥିଲେ । ନୂଆବର୍ଷ ଦିନ ପୁରୀ ଜଗନ୍ନାଥ ମନ୍ଦିର ସମ୍ମୁଖରୁ ୫୦ ରୁ ଉର୍ଦ୍ଧ୍ୱ ମୋବାଇଲ ଏହି ଗ୍ୟାଙ୍ଗ ଲୁଟି ନେଇଥିବା ଜଣା ପଡିଛି ।

ଏହି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଫେରାର ହୋଇ ଯାଇଥିବା ବେଳେ ତାକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ପୋଲିସ । ତିନ ପାହାଡି ଗ୍ୟାଙ୍ଗର ଅପରେସନ ଏରିଆ ଗୁଜୁରାଟ, ପଶ୍ଚିମବଙ୍ଗ, ଝାଡଖଣ୍ଡ ସହ ଓଡିଶାରେ ମଧ୍ୟ ରହିଥିଲା । କେଉଁ ସମୟରେ କେଉଁ ଅଞ୍ଚଳରେ ଏମାନେ ଲୁଟ କରିବେ ବର୍ଷକ ପୂର୍ବରୁ ହେଉଥିଲା ପ୍ଲାନ ।

ଅନ୍ୟପଟେ ପାହାଡି ଗ୍ୟାଙ୍ଗକୁ ଧରିବାକୁ ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ କରିଛି କମିଶନରେଟ୍ ପୋଲିସ । ରାଜ୍ୟ ବାହାରେ ରେଡ୍ କରିବ କମିଶନରେଟ୍ ପୋଲିସ । ଗତକାଲି ଗ୍ୟାଙ୍ଗର ୮ ସଦସ୍ୟଙ୍କୁ ଗିରଫ କରିବା ପରେ ଏହି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି କମିଶନରେଟ୍ ପୋଲିସ । ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ଏବେ ବି ଫେରାର ଥିବା ବେଳେ ଗ୍ୟାଙ୍ଗରେ କାମ କରୁଥିବା ସାଇବର ଏକ୍ସପର୍ଟ ମଧ୍ୟ ଏବେ ବି ବାହାରେ ଲୁଚିଛନ୍ତି ।

ତେଣେ ତୁରନ୍ତ ସେମାନଙ୍କୁ ଧରିବା ପାଇଁ ଯୋଜନା କରାଯାଇଛି । ଗୁଇନ୍ଦା ତଥ୍ୟ ପାଇବା କ୍ଷଣି ରାଜ୍ୟ ବାହାରକୁ ଯାଇ ଗ୍ୟାଙ୍ଗ ସଦସ୍ୟଙ୍କୁ ଗିରଫ କରାଯିବ । ଗତକାଲି ଗିରଫ ହୋଇଥିବା ଗ୍ୟାଙ୍ଗର ୮ ସଦସ୍ୟଙ୍କୁ ଦିନେ ରୁ ୨ ଦିନ ମଧ୍ୟରେ ରିମାଣ୍ଡରେ ଅଣାଯିବା ନେଇ କହିଛନ୍ତି ଭୁବନେଶ୍ବର ଡିସିପି ପ୍ରତୀକ ସିଂ।