• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନୂଆ ବର୍ଷରେ ତେଲେଙ୍ଗାନାରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି । ହୋଟେଲ ରୁମ୍‌ରୁ ମିଳିଛି ବିଟେକ୍‌ ଛାତ୍ରୀଙ୍କ ମୃତଦେହ । ମୃତକ ଗୌହାଟି IITର ଚତୁର୍ଥ ବର୍ଷର ବି-ଟେକ୍‌ ଛାତ୍ରୀ ବୋଲି ଜଣାପଡ଼ିଛି । ତାଙ୍କ ନାଁ ଐଶ୍ୱର୍ଯ୍ୟା ପୁଲ୍ଲୁରୀ । ଐଶ୍ୱର୍ଯ୍ୟା ନିଜର ୩ ଜଣ ସାଙ୍ଗଙ୍କ ସହ ୩୧ ଡିସେମ୍ବର ୨୦୨୩ ସନ୍ଧ୍ୟାରେ ନୂତନ ବର୍ଷ ପାଳନ କରିବାକୁ କଲେଜଠାରୁ 25 କିଲୋମିଟର ଦୂର ଗୌହାଟିକୁ ଆସିଥିଲେ । ପାର୍ଟି ସରିବା ପରେ, ପରଦିନ ସକାଳୁ ଦୁଇ ସାଙ୍ଗ (ଜଣେ ରୁମ୍‌ ମେଟ୍‌ ଆଉ ଜଣେ ସାଙ୍ଗ) ଐଶ୍ୱର୍ଯ୍ୟାଙ୍କୁ ହୋଟେଲ ରୁମର ବାଥ୍‌ରୁମ୍‌ରେ ଚେତାଶୂନ୍ୟ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥଲେ । ଏହା ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ମିଳିଥିବା ସୂଚନା ଅନୁଯାୟୀ, ଐଶ୍ୱର୍ଯ୍ୟା ପୁଲୁରୀ ଇଲେକ୍ଟ୍ରୋନିକ୍ସ ଏବଂ ଯୋଗାଯୋଗ ବିଭାଗର ଚତୁର୍ଥ ବର୍ଷର ବି.ଟେକ୍ ଛାତ୍ରୀ ଥିଲେ । ଯାଞ୍ଚରୁ ଜଣାପଡିଛି ଯେ ଝିଅମାନଙ୍କ ସହ ଦୁଇଜଣ ପୁଅ ମଧ୍ୟ ହୋଟେଲରେ ଚେକ୍ ଇନ୍ କରିଥିଲେ ।

ଆଇଆଇଟି ଗୌହାଟି କହିଛି

ଆଇଆଇଟି-ଗୌହାଟି ଛାତ୍ରୀଙ୍କ ପରିବାର ପ୍ରତି ସମବେଦନା ଜଣାଇ ଏକ ବିବୃତ୍ତି ଜାରି କରିଛି । କଲେଜ କହିଛି ଯେ ଆମେ ଦୁଃଖିତ ଯେ ଆଇଆଇଟି ଗୌହାଟିର ଛାତ୍ରୀ କ୍ୟାମ୍ପସ ବାହାରେ ୩୧ ଡିସେମ୍ବର ୨୦୨୩ ରେ ମୃତ୍ୟୁ ବରଣ କରିଛନ୍ତି । ଏହା ଏକ ଦୁର୍ଭାଗ୍ୟଜନକ ଖବର । ଏହି ପୂରା ଘଟଣାର ତଦନ୍ତ କରୁଛି ପୋଲିସ । ଖୁବ୍‌ ଶୀଘ୍ର ଏହାକୁ ସ୍ପଷ୍ଟତା ଆସିବ ବୋଲି ଆଶା କରାଯାଉଛି ।


ତଦନ୍ତ କରୁଛି ପୋଲିସ

ପୋଲିସ ଅଧିକାରୀ କହିଛନ୍ତି ଯେ "ସେମାନେ ଅନଲାଇନ୍ ମାଧ୍ୟମରେ ଏକ ହୋଟେଲରେ ଦୁଇଟି ରୁମ୍ ବୁକ୍ କରିଥିଲେ । ଅଧ ରାତି ପରେ ସେମାନେ ଚେକ୍ ଇନ୍ ପାଇଁ ହୋଟେଲରେ ପହଞ୍ଚିଥିଲେ । ହୋଟେଲ କର୍ମଚାରୀଙ୍କ ଅନୁଯାୟୀ ଝିଅମାନେ ମଦ୍ୟପାନ କରିଥିଲେ ।" ଏବେ ପୁରା ଘଟଣାକୁ ବିଭିନ୍ନ ଦିଗରୁ ତଦନ୍ତ କରାଯାଉଛି । ତାଙ୍କର ସବୁ ସାଙ୍ଗ ସାଥିଙ୍କୁ ପଚରାଉଚରା କରାଯାଉଛି । ଖୁବ୍‌ ଶୀଘ୍ର ପରଦା ହଟିବ ।