• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ପ୍ରଥମ ୩ ଦିନ ପ୍ରଧାନ୍ୟ ବିସ୍ତାର କରି ଆସିଥିବା ଭାରତୀୟ ଦଳ ଏଜବାଷ୍ଟନ୍ ଟେଷ୍ଟର ଚତୁର୍ଥ ଦିନ ସୁଯୋଗ ହାତଛଡ଼ା କରିଛି । ନାଟକୀୟ ମୋଡ ସହ ଇଂଲଣ୍ଡ ଦଳ ସମ୍ମୁଖରେ ୩୭୮ ରନ୍ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । କଷ୍ଟସାଧ୍ୟ ଲକ୍ଷ୍ୟ ଥିଲେ ବି ବେନ୍ ଷ୍ଟୋକ୍ସଙ୍କ ଦଳ ସକରାତ୍ମକ ବ୍ୟାଟିଂ କରି ବିଜୟ ଛଡ଼ାଇ ନେବା ଦିଗରେ ଅଗ୍ରସର ହୋଇଛି ।

ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ଘରୋଇ ଦଳ ୩ ୱିକେଟରେ ୨୫୯ ରନ୍ ସଂଗ୍ରହ କରି ଭଲ ସ୍ଥିତିରେ ମଧ୍ୟ ରହିଛି । ସୋମବାର ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଭାରତୀୟ ଦଳ ହାତରେ ୭ ୱିକେଟ୍ ଥାଇ ୨୫୭ ରନ୍ ଆଗୁଆ ଥିଲା । କିନ୍ତୁ ମାତ୍ର ୧୨୦ ରନ୍ ଯୋଡ଼ି ଅବଶିଷ୍ଟ ୭ ୱିକେଟ୍ ହରାଇ ଦେଇଥିଲା । ପୂଜାରା ପ୍ରଥମେ ବିଦାୟ ନେବା ପରେ ଶ୍ରେୟସ ଆୟର୍ ମଧ୍ୟ ପୁଣି ଥରେ ବିଫଳ ହୋଇଥିଲେ । ପୂଜାରାଙ୍କୁ ବ୍ରଡ୍ ଏବଂ ଆୟରଙ୍କୁ ମ୍ୟାଟ୍ ପଟ୍ସ ପ୍ୟାଭିଲିଅନ୍ ରାସ୍ତା ଦେଖାଇବା ପରେ ଭାରତର ନଜର ପ୍ରଥମ ପାଳି ଶତକଧାରୀ ରବୀନ୍ଦ୍ର ଜାଡେଜାଙ୍କ ଉପରେ ରହିଥିଲା ।