୧୬ ବର୍ଷ ପରେ ଦେଶକୁ ପଦକ ଆଣିଲେ ମହିଳା ହକି ଟିମ୍
ରାଜ୍ୟଗୋଷ୍ଠୀ କ୍ରୀଡ଼ାର ବକ୍ସିଂରେ ଭାରତକୁ ମିଳିଲା ଦୁଇଟି ସ୍ୱର୍ଣ୍ଣ। ସେହିପରି ରାଜ୍ୟଗୋଷ୍ଠୀ କ୍ରୀଡ଼ା ଟ୍ରିପଲ୍ ଜମ୍ପରେ ଭାରତକୁ ସ୍ୱର୍ଣ୍ଣ ଜିତିଛି।
ଖାଲି ସେତିକି ନୁହେଁ ୫୭ କେଜି ପୁରୁଷ ବର୍ଗରେ ରବି ଦାହିୟାଙ୍କୁ ବି ମିଳିଛି ସ୍ୱର୍ଣ୍ଣ ପଦକ।
ଭାରତକୁ ଆଉ ଗୋଟିଏ ରୌପ୍ୟ ଓ ୪ଟି ବ୍ରୋଞ୍ଚ ପଦକ ମିଳିଲା
କମନ୍ୱେଲ୍ଥ୍ ଗେମ୍ସରେ ଚଳିତ ବର୍ଷ ଭାରତର ଏକ ମଜଭୁତ୍ ଦଳ ବର୍ମିଂହାମ୍ରେ ପହଞ୍ଚିଛି। ଅନେକ ମହିଳା ଆଥ୍ଲେଟ୍ ମଧ୍ୟ ଏଥିରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ତେବେ ଆସନ୍ତୁ ଏଥିରେ ଜଡିତ ଭାରତୀୟ ମହିଳା ଆଥଲେଟ୍ମାନଙ୍କ ବିଷୟରେ ଜାଣିନେବା।
ବର୍ମିଂହାମ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଆଜି ଦୁଇଟି ସ୍ୱର୍ଣ୍ଣ ପଦକ ଓ ଗୋଟିଏ ରୌପ୍ୟ ପଦକ ମିଳିଛି ।
ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଭାଗ ନେଇ ଆଜି ସନ୍ଧ୍ୟା ୫ଟା ୧୭ରେ ଓଡ଼ିଆ ଆଥଲେଟ୍ ଦୂତି ଚାନ୍ଦ ଟ୍ରାକରେ ଦୌଡ଼ିବେ। ଭଲ ପ୍ରଦର୍ଶନ କରି ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହେବା ଅନେକ ସମ୍ଭାବନା ରହିଛି।
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରୋତ୍ତୋଳନରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ ମିଳିଛି। ଭାରୋତ୍ତୋଳନର ୭୩ କିଲୋଗ୍ରାମ ବର୍ଗରେ ଅଚିନ୍ତା ଶେଉଳି ଏହି ଗୋଲ୍ଡ ମେଡାଲ ହାସଲ କରିଛନ୍ତି।
ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପ୍ରଥମ ଦିନରେ ପ୍ରଥମ ବିଜୟ ହାସଲ କରିଛି ଭାରତ। ଭାରତୀୟ ମହିଳା ଟେବୁଲ ଟେନିସ ଟିମ୍ ଗ୍ରୁପ ବିର ଗୋଟିଏ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାକୁ ୩-୦ରେ ପରାସ୍ତ କରିଛି। ଏହି ମ୍ୟାଚ୍ରେ ଡବଲ ଇଭେଣ୍ଟରେ ଭାରତର ମଙ୍ଗ ସମ୍ଭାଳିଥିଲେ ଶ୍ରୀଜା ଅକୁଲା ଓ ରୀତା ଟେନ୍ନିସନ।
ବ୍ରିଟେନର ବର୍ମିଂହାମ୍ରେ ହେଉଥିବା ରାଜ୍ୟଗୋଷ୍ଠୀ କ୍ରୀଡାର ଚଳିତ ସଂସ୍କରଣ ଆଉ ମାତ୍ର କେଇ ଘଣ୍ଟା ପରେ ଉଦଘାଟନ ହେବ । ସ୍ଥାନୀୟ ଆଲେକଜଣ୍ଡାର ଷ୍ଟାଡିୟମରେ ଆଜି ଏହି କ୍ରୀଡା ମହାକୁମ୍ଭର ଉଦଘାଟନୀ ସମାରୋହ ଅନୁଷ୍ଠିତ ହେବ ।
ଆଉ ମାତ୍ର ଦିନକ ପରେ ଇଂଲଣ୍ଡର ବର୍ମିଂହାମରେ ଆରମ୍ଭ ହେବ ରାଜ୍ୟଗୋଷ୍ଠୀ କ୍ରୀଡ଼ା। ତେବେ ଏହା ପୂର୍ବରୁ ଭାରତକୁ ଲାଗିଛି ବହୁତ ବଡ଼ ଝଟକା। ଆହତ କାରଣରୁ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରୁ ବାଦ ପଡ଼ିଛନ୍ତି ଭାରତର ସୁନା ପୁଅ ନୀରଜ ଚୋପ୍ରା।
ଦୀପ ଗ୍ରେସ୍ ଏକ୍କାଙ୍କୁ ଭାରତୀୟ ମହିଳା ହକି ଟିମ୍ ର ଉପଅଧିନାୟକ ଭାବେ ଚୟନ କରାଯାଇଛି ।