/odishatv-khabar/media/post_attachments/uploadimage/library/16_9/16_9_0/IMAGE_1656856507.jpg)
Swadheen Gaud
ପୁଣି ଏକ ନମ୍ବର ରାଙ୍କରେ ରହିଲେ ସ୍ୱାଧୀନ ଗୌଡ଼ । ଅଲ୍ ଓଡ଼ିଶା ସିନିୟର ବ୍ୟାଡ୍ ମିଣ୍ଟନ ରାଙ୍କିଂ ଟୁର୍ଣ୍ଣାମେଣ୍ଟରେ ପୁଣି ଚମକିଲେ ୨୪ ବର୍ଷିୟ ସ୍ୱାଧୀନ ଗୌଡ଼ । ପୁରୁଷ ସିଙ୍ଗିଲ୍ସ ଫାଇନାଲରେ ବଲାଙ୍ଗିରର ବିକ୍ରାନ୍ତ ଜାନିଙ୍କୁ ପରାସ୍ତ କରି ଭୁବନେଶ୍ୱର ପୋଷ୍ଟାଲ ଡିପାର୍ଟମେଣ୍ଟର ସ୍ୱାଧୀନ ଗୌଡ଼ ଟୁର୍ଣ୍ଣାମେଣ୍ଟରେ ଟାଇଟଲ ହାସଲ କରି ଚାମ୍ପିଅନ୍ ହୋଇଛନ୍ତି । ସେ ବିକ୍ରାନ୍ତଙ୍କୁ ୧୭-୨୧, ୨୧-୦୬, ୨୧-୧୩ ସେଟ୍ରେ ପରାସ୍ତ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟ ଜିତିବା ପରେ ସେ ତାଙ୍କ ସ୍ଥାନ ସୁରକ୍ଷିତ ରଖିଛନ୍ତି । ଅର୍ଥାତ୍ ସେ ପୂର୍ବରୁ ସାରା ଓଡ଼ିଶାରେ ୧ ନମ୍ବର ରାଙ୍କରେ ରହିଥିବା ବେଳେ ଏଥର ମଧ୍ୟ ସେ ନିଜର ଶୀର୍ଷ ସ୍ଥାନ ଅକ୍ତିଆର କରି ରଖିଛନ୍ତି ।
Advertisment
Swadheen GaudAdvertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)