Advertisment

ଟିମ୍‌ ଇଣ୍ତିଆର ଜବରଦସ୍ତ କମବ୍ୟାକ୍‌, ପନ୍ତଙ୍କ ପରେ ଜାଡେଜାଙ୍କ ଶତକ

ବର୍ମିଂହାମ ଟେଷ୍ଟରେ ରବୀନ୍ଦ୍ର ଜାଡ଼େଜାଙ୍କ ଶତକ ହାସଲ କରିଛନ୍ତି । ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ଜାଡେଜାଙ୍କ ଜବରଦସ୍ତ ଶତକ ।

author-image
Otv Khabar Bureau
Ravindra Jadeja

Ravindra Jadeja

ବ୍ୟାଟିଂ ବିପର୍ଯ୍ୟୟ ସତ୍ତ୍ୱେ ଇଂଲଣ୍ଡ ବିପକ୍ଷ ଶେଷ ଟେଷ୍ଟରେ ଜବରଦସ୍ତ କମବ୍ୟାକ୍‌ କରିଛି ଟିମ୍ ଇଣ୍ଡିଆ। ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଟିମ୍ ଇଣ୍ଡିଆ ପାଇଁ କମାଲ କରିଛନ୍ତି ଋଷଭ ପନ୍ତ ଓ ରବୀନ୍ଦ୍ର ଜାଡେଜା। ପନ୍ତଙ୍କ ବିସ୍ଫୋରକ ୧୪୬ ଓ ଜାଡେଜାଙ୍କ ଅପରାଜିତ ୧୦୩ ରନ୍ ବଳରେ ଟିମ୍ ଇଣ୍ଡିଆ ବର୍ତ୍ତମାନ ସୁଦ୍ଧା ୮ ୱିକେଟ ହରାଇ ୩୭୪ ରନ କରିଛି। ଜାଡେଜା କ୍ରିଜରେ ଥିବାରୁ ଭାରତ ବଡ଼ ସ୍କୋରର ଲକ୍ଷ୍ୟ ରଖିଛି। 

Advertisment

ବର୍ମିଂହାମ ଟେଷ୍ଟରେ ରବୀନ୍ଦ୍ର ଜାଡ଼େଜାଙ୍କ ଶତକ ହାସଲ କରିଛନ୍ତି । ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ଜାଡେଜାଙ୍କ ଜବରଦସ୍ତ ଶତକ । ୧୮୩ଟି ବଲରୁ ୧୩ଟି ଚୌକା ଜରିଆରେ ଶତକ ହାସଲ କରିଛନ୍ତି । ଟେଷ୍ଟ କ୍ୟାରିୟରରେ ଜାଡେଜା ତୃତୀୟ ଶତକ ହାସଲ କରିଛନ୍ତି ।

ବର୍ମିଂହାମର ଏଜବାଷ୍ଟନରେ ଟିମ୍‌ ଇଣ୍ଡିଆର ଅଧିନାୟକ ଯଶପ୍ରୀତ ବୁମ୍ରା ଟସ୍‌ ହାରିବା ପରେ ଦଳ ପ୍ରଥମେ ବ୍ୟାଟିଂ କରିଥିଲା। ଦଳ ପାଇଁ ଶୁବମନ ଗିଲଙ୍କ ସହ ଚେତେଶ୍ୱର ପୂଜାରା ଇନିଂସ ଆରମ୍ଭ କରିଥିଲେ । କିନ୍ତୁ ଗିଲ ମାତ୍ର ୧୭ ରନ୍‌ କରି ଜେମ୍ସ ଆଣ୍ଡରସନଙ୍କ ବଲରେ ଆଉଟ ହୋଇଥିଲେ। ସେହିପରି ପୂଜାରା(୧୩) ଆଣ୍ଡରସନଙ୍କ ଦ୍ୱିତୀୟ ଶିକାର ବନିଥିଲେ। 

Advertisment
Cricket Ind Vs ENG Test
Advertisment
Advertisment