/odishatv-khabar/media/post_attachments/uploadimage/library/16_9/16_9_0/IND_vs_SA__1655615251.jpg)
IND vs SA
ଆଜି ବେଙ୍ଗଲୁରୁରେ ଖେଳାଯିବା ଭାରତ-ଦକ୍ଷିଣ ଆଫ୍ରିକା ଟି-20 ସିରିଜର ଫାଇନାଲ ତଥା ନିର୍ଣ୍ଣାୟକ ମ୍ୟାଚ୍ । ପ୍ରଥମ ଦୁଇ ମ୍ୟାଚରେ ପରାଜୟ ସତ୍ତ୍ୱେ ବିଶାଖାପାଟନମ ଓ ରାଜକୋଟରେ ଖେଳାଯାଇଥିବା T20 ମ୍ୟାଚ୍ରେ ଭାରତୀୟ ବୋଲରଙ୍କ ସମ୍ମୁଖରେ ଦକ୍ଷିଣ ଆଫ୍ରିକା ଟିମ୍ ଧରାଶାୟୀ ହୋଇଥିଲା । ତେଣୁ ଆଜିର ମ୍ୟାଚ ଦୁଇ ଦଳ ପାଇଁ ନିର୍ଣ୍ଣାୟକ ରହିବ ।
Advertisment
ରାଜକୋଟ୍ ଟି-ଟ୍ୱେଣ୍ଟିରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ସାଙ୍ଗକୁ ଡିକେ ବା ଦୀନେଶ କାର୍ତ୍ତିକଙ୍କ ବିସ୍ଫୋରକ ବ୍ୟାଟିଂ ଭାରତକୁ ଟ୍ରାକକୁ ଫେରାଇଛି । ଭୁବନେଶ୍ୱର କୁମାରଙ୍କ ସ୍ୱିଇଙ୍ଗ ସାଙ୍ଗକୁ ଆବେଶ ଖାନଙ୍କ ବୋଲିଂ ଆଗରେ ଦକ୍ଷିଣ ଆଫ୍ରିକିୟ ବ୍ୟାଟ୍ସ ମ୍ୟାନ୍ ତିଷ୍ଠି ପାରିନହାଁନ୍ତି ।
ସେପଟେ ରାଜକୋଟ ମ୍ୟାଚରେ ଦକ୍ଷିଣ ଆଫ୍ରିକାର ଅଧିନାୟକ ଟେଣ୍ଡା ବବୁମା ଆଘାତ ହୋଇଥିବା ବେଳେ ତାଙ୍କର ଖେଳିବା ନେଇ ସନ୍ଦେହ ଉପୁଜିଛି । ଅନ୍ୟପଟେ ବେଙ୍ଗଲୁରୁରେ ଖେଳାଯିବାକୁ ଥିବା ମ୍ୟାଚରେ ବର୍ଷାର ଆଶଙ୍କା ମଧ୍ୟ ରହିଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)