• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

ELRh_v2UUAEUPxe
ଶୁଭମଙ୍କ ଜବରଦସ୍ତ ଅର୍ଦ୍ଧ ଶତକ ବଳରେ ୧୭୦ ରନ୍‌ରେ ଅଟକିଲା ଟିମ୍‌ ଇଣ୍ଡିଆ

ଥିରୁଅନନ୍ତପୁରମ୍‌: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଏଠାରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତ ବଡ଼ ସ୍କୋର କରିବାରେ ବିଫଳ ହୋଇଛି। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଶିବମ ଦୁବେଙ୍କ ଅର୍ଦ୍ଧଶତକୀୟ ଇନିଂସ୍ ସତ୍ତ୍ୱେ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ମାତ୍ର ୧୭୦ ରନ୍ କରିପାରିଛି। ଫଳରେ ସିରିଜକୁ ବରାବର କରିବା ପାଇଁ ୱେଷ୍ଟଇଣ୍ଡିଜକୁ ନିର୍ଦ୍ଧାରିତ ଓଭରରେ ୧୭୧ ରନ୍ କରିବାକୁ ପଡ଼ିବ। ଭାରତ ଏକ ସମୟରେ ୧୧ ଓଭରରେ ୧୦୦ରୁ ଅଧିକ ରନ୍ […]

  • Friday, 23 July 2021
kk
ଭାରତୀୟ ଭିନ୍ନକ୍ଷମ ମହିଳା କ୍ରିକେଟ ଟିମ୍‌ରେ କମାଲ୍‌ କରିବେ ୩ ଓଡ଼ିଆ

ସୁନ୍ଦରଗଡ଼(ପବନ ତିୱାରୀ): ସୁନ୍ଦରଗଡ଼ ଜିଲ୍ଲା ହକିର ଅନ୍ତୁଡ଼ିଶାଳ। ଏହି ଜିଲ୍ଲା ଆଜି ଯାଏ କେବଳ ରାଜ୍ୟ ସ୍ତରୀୟ ନୁହେଁ, ଅନ୍ତର୍ଜାତୀୟସ୍ତରର ଖେଳାଳି ବି ଦେଇଛି। କିନ୍ତୁ ଏବେ ଆଉ ଏକ ଇତିହାସ ସୃଷ୍ଟି କରିବାକୁ ଯାଉଛି ସୁନ୍ଦରଗଡ଼। ଦେଶରେ ପ୍ରଥମ ଥର ପାଇଁ ଭିନ୍ନକ୍ଷମ ମହିଳା କ୍ରିକେଟ ଟିମ୍ ଗଠନ ହୋଇଥିବା ବେଳେ ଏଥିରେ ସୁନ୍ଦରଗଡ଼ ଜିଲ୍ଲାରୁ ୩ ଜଣ ସ୍ଥାନ ପାଇଛନ୍ତି। ଏମାନେ ହେଲେ, ରାଉରକେଲାର ୩ ଦିବ୍ୟାଙ୍ଗ ଯୁବତୀ ଟି .ଧନଲକ୍ଷ୍ମୀ, ପୂଜା ରେଡ୍ଡି, […]

  • Friday, 23 July 2021
barabati
ବାରବାଟି ଦିନିକିଆ: ଘଣ୍ଟାଏ ଭିତରେ ଟିକେଟ୍‌ ଶେଷ

କଟକ: ୨୨ ତାରିଖ କଟକ ବାରବାଟୀ ମ୍ୟାଚ୍ ଲାଗି ଅନଲାଇନରେ ଟିକେଟ୍ ସରିଯାଇଛି। ମାତ୍ର ଘଣ୍ଟାକ ଭିତରେ ସବୁ ଟିକେଟ୍‌ ବିକ୍ରି ହୋଇଯାଇଛି। ଭାରତ-ୱେଷ୍ଟଇଣ୍ଡିଜ୍ ମ୍ୟାଚ୍ ଲାଗି ଆଜିଠୁ ଅନଲାଇନରେ ଟିକେଟ୍ ବିକ୍ରି ଆରମ୍ଭ ହୋଇଥିବା ବେଳେ ହଠାତ ଟିକେଟ୍ ସରିଯିବାରୁ ନିରାଶ ହୋଇଛନ୍ତି ବହୁ କ୍ରିକେଟ୍‌ ପ୍ରେମୀ। ଅନଲାଇନରେ ମୋଟ୍ ୮ ହଜାର ୧୫୦ଟି ଟିକଟ୍ ବିକ୍ରି କରାଯିବାକୁ ନିଷ୍ପତ୍ତି ହୋଇଥିଲା। ଏଥିପାଇଁ WWW.PAYTM.COM ଏବଂ WWW.INSIDER.IN ୱେବ୍‌ସାଇଟ୍‌ରେ ମାମଧ୍ୟମରେ ଟିକେଟ୍ ବିକ୍ରି ବ୍ୟବସ୍ଥା ହୋଇଥିଲା। […]

  • Friday, 23 July 2021
tabreij
ପଡ଼ିଆ ଭିତରେ ଯାଦୁ ଦେଖାଇଲେ କ୍ରିକେଟ୍‌ର

ନୂଆଦିଲ୍ଲୀ: କ୍ରିକେଟ ମୈଦାନରେ କ୍ରିକେଟରଙ୍କ ମ୍ୟାଜିକ୍। ଓ୍ୱିକେଟ ଅକ୍ତିଆର କରିବା ପରେ ନିଆରା ଢଙ୍ଗରେ ସେଲେବ୍ରେସନ କରିଛନ୍ତି ସାଉଥ ଆଫ୍ରିକା ବୋଲର ତବରୈଜ୍ ସାମ୍ସି। ମାଝାନସି ପ୍ରିମିୟର ଲିଗ୍‌-୨୦୧୯ରେ ଡେଭିଡ୍ ମିଲରଙ୍କ ଓ୍ୱିକେଟ ନେବା ପରେ ଯାଦୁ ଜରିଆରେ ସେଲିବ୍ରେସନ କରିଛନ୍ତି ସାମ୍ସି। ପାର୍ଲ ରକ୍ସ ଟିମ୍‌ ପକ୍ଷରୁ ଖେଳୁଥିବା ଥିବା ସାମ୍ସି ବିପକ୍ଷ ଟିମ୍‌ ଡର୍ବାନ୍‌ ହିଟ୍‌ର ବଡ ବ୍ୟାଟ୍ସମ୍ୟାନ୍ ୱିହାନ୍ ଲୁବେଙ୍କ ୱିକେଟ୍‌ ନେଇଥିଲେ। ବିପକ୍ଷ ଦଳର ଘାତକ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍ କରିବା ପରେ […]

  • Friday, 23 July 2021
dhoni
କ୍ରିକେଟ୍‌କୁ ଫେରିବେ ଧୋନି

ମୁମ୍ବାଇ: ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେବେ ନା ପୁଣିଥରେ ମଇଦାନକୁ ପ୍ରତ୍ୟାବର୍ତ୍ତନ କରିବେ। ଯଦି ପ୍ରତ୍ୟାବର୍ତ୍ତନ କରିବେ, ତାହେଲେ କେବେ? ଏହି ପ୍ରଶ୍ନ ବର୍ତ୍ତମାନ ଭାରତୀୟ କ୍ରିକେଟରେ ଖୁବ୍ ଚର୍ଚ୍ଚିତ। ଧୋନିଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ଟିମର କୋଚ୍ ରବି ଶାସ୍ତ୍ରୀ ଅପେକ୍ଷା କରିବା କଥା କହିଥିବା ବେଳେ ଏମଏସକେ ପ୍ରସାଦଙ୍କ ମତରେ ଧୋନି ଭବିଷ୍ୟତ କଥା ଚିନ୍ତା କରୁଛନ୍ତି। କିନ୍ତୁ ବୁଧବାର ଖୋଦ୍ ଧୋନି ଏହି ଚର୍ଚ୍ଚା […]

  • Friday, 23 July 2021
smith
ଏହି କାରଣରୁ ନିଜକୁ ଦଣ୍ଡ ଦେଲେ ବିଶ୍ୱର ନମ୍ବର ୱାନ୍‌ ବ୍ୟାଟ୍ସମ୍ୟାନ୍‌ ସ୍ମିଥ୍

ସିଡନୀ: ପାକିସ୍ତାନ ବିପକ୍ଷ ଟେଷ୍ଟ୍‌ ମ୍ୟାଚ୍‌ରେ ଭଲ ରନ୍‌ କରିପାରିଲେ ନାହିଁ ବୋଲି ନିଜକୁ ଦଣ୍ଡ ଦେଲେ ବିଶ୍ୱର ନମ୍ବର ୱାନ୍‌ ଟେଷ୍ଟ୍‌ ବ୍ୟାଟ୍ସମ୍ୟନ୍ ଷ୍ଟିଭ୍‌ ସ୍ମିଥ୍। ରବିବାର ଗାବାରେ ପ୍ରଥମ ଟେଷ୍ଟ ଶେଷ ହେବା ପରେ ସ୍ମିଥ୍ ନିଜ ଟିମ୍ ବସ୍ ଧରିପାରି ନଥିଲେ। ଆଉ ଏଥିପାଇଁ ସେ ନିଜକୁ ଦଣ୍ଡିତ କରିବା ପାଇଁ ପଡ଼ିଆରୁ ତିନି କିଲୋମିଟର୍ ଚାଲି ଚାଲି ନିଜ ହୋଟେଲ୍ ରୁମକୁ ଯାଇଥିଲେ। ସ୍ମିଥ୍ ଯଦି ଚାହିଁଥାନ୍ତେ, ତାହେଲେ ଅନ୍ୟ ଗାଡ଼ି […]

  • Friday, 23 July 2021
1457501297-6366
ଦିବାରାତ୍ର ଟେଷ୍ଟ: ଦର୍ଶକ ଫେରିପାଇବେ ଚତୁର୍ଥ ଓ ପଞ୍ଚମ ଦିନର ଟିକେଟ୍ ଅର୍ଥ

କୋଲକାତା: ଭାରତ ଓ ବାଂଲାଦେଶ ମଧ୍ୟରେ ଇଡେନ୍ ଗାର୍ଡେନ୍ସରେ ଖେଳାଯାଇଥିବା ଐତିହାସିକ ଦିବାରାତ୍ର ଟେଷ୍ଟ ତିନି ଦିନ ଭିତରେ ଶେଷ ହୋଇଛି। ତେବେ ବଳକା ଦୁଇଦିନ ଅର୍ଥାତ୍ ଚତୁର୍ଥ ଓ ପଞ୍ଚମ ଦିନର ଟିକେଟର ଅର୍ଥ ଦର୍ଶକଙ୍କୁ ଫେରାଇବା ପାଇଁ କ୍ରିକେଟ୍ ଆସୋସିଏସନ୍ ଅଫ୍ ବେଙ୍ଗଲ୍ (ସିଏବି) ନିଷ୍ପତ୍ତି ନେଇଛି। ସାଧାରଣତଃ କୌଣସି ମ୍ୟାଚ୍ ବର୍ଷା କିମ୍ବା ଅନ୍ୟ କାରଣରୁ ବାତିଲ୍ ହେଲେ ଟିକେଟ୍ ଅର୍ଥ ଫେରାଇ ଦିଆଯାଇଥାଏ। କିନ୍ତୁ କୋଲକାତା ଟେଷ୍ଟର ଶେଷ ଦୁଇଦିନର ଟିକେଟ୍ […]

  • Friday, 23 July 2021
scot
ସ୍କଟିଶ୍ ଓପନ୍ ଟାଇଟଲ୍ ଜିତିଲେ ଲକ୍ଷ୍ୟ ସେନ୍

ଗ୍ଲାସଗୋ: ଭାରତର ଉଦୀୟମାନ ଶଟଲର୍ ଲକ୍ଷ୍ୟ ସେନ୍ ଏଠାରେ ଅନୁଷ୍ଠିତ ସ୍କଟିଶ୍ ଓପନ୍ ଟାଇଟଲ୍ ଜିତିଛନ୍ତି। ଗତ ତିନିମାସ ଭିତରେ ଲକ୍ଷ୍ୟଙ୍କର ଏହା ଚତୁର୍ଥ ଟାଇଟଲ୍। ସେ ଫାଇନାଲରେ ବ୍ରାଜିଲର ଗୋର୍ କୋଏଲହୋଙ୍କୁ ହରାଇ ଏହି ସଫଳଜା ଅର୍ଜନ କରିଛନ୍ତି। ଏହି ଟପ୍‌-ସିଡ୍ ଭାରତୀୟ ଖେଳାଳି ୫୬ ମିନିଟ୍ ଧରି ଚାଲିଥିବା ଫାଇନାଲକୁ ୧୮-୨୧, ୨୧-୧୮, ୨୧-୧୯ ଗେମରେ ଜିତିଥିଲେ। ଚଳିତ ବର୍ଷ ସେପ୍ଟେମ୍ବରରୁ ଏପର୍ଯ୍ୟନ୍ତ ଲକ୍ଷ୍ୟ ୪ଟିରୁ ତିନୋଟି ଟାଇଟଲ୍ ଜିତିଛନ୍ତି, ଯେଉଁଥିରେ ସାରଲୋରକ୍ସ ଓପନ୍‌, […]

  • Friday, 23 July 2021
verta
ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷିତ:

କୋଲକାତା: ୱେଷ୍ଟଇଣ୍ଡିଜ୍ ବିପକ୍ଷ ସୀମିତ ଓଭର ସିରିଜ୍ ପାଇଁ ଭାରତୀୟ ଟି-୨୦ ଏବଂ ଦିନିକିଆ ଟିମର ଘୋଷଣା କରାଯାଇଛି। ବିରାଟ୍ କୋହଲି ପୁଣିଥରେ ସୀମିତ ଓଭର ଟିମକୁ ଫେରିଛନ୍ତି। ବାଂଲାଦେଶ ବିପକ୍ଷ ଟି-୨୦ ସିରିଜରୁ ବିଶ୍ରାମ ନେଇଥିବା କୋହଲି ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜରେ ପୁଣିଥରେ ଟିମର ନେତୃତ୍ୱ ନେବେ। ତେବେ ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନିଙ୍କୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜ୍ ପାଇଁ ଟିମରେ ସ୍ଥାନ ମିଳିନାହିଁ। ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତ ତିନୋଟି ଟି-୨୦ ଏବଂ ତିନୋଟି […]

  • Friday, 23 July 2021
dhawan
ଡାକ୍ତରଖାନାରେ ଟିମ୍‌ ଇଣ୍ଡିଆର ଓପନିଂ ବ୍ୟାଟ୍ସମ୍ୟାନ୍ ଶିଖର ଧୱନ୍

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଭାରତୀୟ ଦଳର ଘୋଷଣା ପୂର୍ବରୁ ଓପନିଂ ବ୍ୟାଟ୍ସମ୍ୟାନ୍ ଶିଖର ଧୱନ୍ ଆହତ ହୋଇଛନ୍ତି। ସୟଦ ମୁସ୍ତାକ୍ ଅଲୀ ଟ୍ରଫିର ସୁପର୍ ଲିଗ୍ ମୁକାବିଲାରେ ଝାରଖଣ୍ଡ ବିପକ୍ଷ ମ୍ୟାଚରେ ଧୱନଙ୍କ ଆଣ୍ଠୁରେ ଆଘାତ ଲାଗିଛି। ଧୱନ ଆଣ୍ଠୁର ଉପରିଭାଗରେ ଶକ୍ତ ଆଘାତ ଲାଗିଥିବା ଦେଖିବାକୁ ମିଳିଛି ଏବଂ ଏଥିରୁ ରକ୍ତସ୍ରାବ ମଧ୍ୟ ହେଉଥିଲା। ଆହତ କାରଣରୁ ଗ୍ରାଉଣ୍ଡରେ ତାଙ୍କର ଉପଚାର କରାଯାଇଥିଲା। ଏହା ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ଆହତ କାରଣରୁ ସେ ସପ୍ତାହକ […]

  • Friday, 23 July 2021
ff
କୋହଲିଙ୍କୁ ପେଟା ଇଣ୍ଡିଆର ‘ପର୍ସନ୍ ଅଫ୍ ଦି ଇୟର୍‌’ ସମ୍ମାନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲିଙ୍କୁ ପିପଲ୍ ଫର୍ ଦି ଏଥିକାଲ୍ ଟ୍ରିଟମେଣ୍ଟ୍ ଅଫ୍ ଆନିମଲ୍ସ (ପେଟା) ପକ୍ଷରୁ ପର୍ସନ୍ ଅଫ୍ ଦି ଇୟର୍ ଭାବେ ବିବେଚିତ କରାଯାଇଛି। ପେଟା ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ ପଶୁଙ୍କ ସହ ଭଲ ବ୍ୟବହାର କରିବା ପାଇଁ କୋହଲି ଲଗାତାର ପ୍ରୟାସ କରିଛନ୍ତି। କୋହଲି ଅମ୍ବର ଦୁର୍ଗରେ ଆରୋହଣ ପାଇଁ ବ୍ୟବହୃତ ହେଉଥିବା ହାତୀ ମାଲତୀକୁ ଛାଡ଼ିବା ପାଇଁ ପେଟା ଇଣ୍ଡିଆ ପକ୍ଷରୁ ଅଫିସିଆଲ୍ସକୁ ଚିଠି ଲେଖିଥିଲେ। […]

  • Friday, 23 July 2021
indiatoday
ଐତିହାସିକ ମୁକାବିଲାକୁ ସ୍ମରଣୀୟ କରିବା ପାଇଁ ବିସିସିଆଇ ଖାସ୍ ପ୍ରସ୍ତୁତି

କୋଲକାତା: ଦିନକ ପରେ କୋଲକାତାର ଇଡେନ୍ ଗାର୍ଡେନ୍ସରେ ଭାରତ ବାଂଲାଦେଶ ମଧ୍ୟରେ ଐତିହାସିକ ଦିବାରାତ୍ର ଟେଷ୍ଟ ଆୟୋଜିତ ହେବାକୁ ଯାଉଛି। ଏହି ଐତିହାସିକ ମୁକାବିଲାକୁ ସ୍ମରଣୀୟ କରିବା ପାଇଁ ବିସିସିଆଇ ଖାସ୍ ପ୍ରସ୍ତୁତି କରିଛି। ମ୍ୟାଚ୍ ପୂର୍ବରୁ ବିସିସିଆଇ ଏକ ୧୭ ସେକେଣ୍ଡ ଭିଡିଓ କ୍ଲିପ୍ ତା’ର ଅଫିସିଆଲ୍ ଟ୍ୱିଟରରେ ପୋଷ୍ଟ କରିଛି। ଏହି ଭିଡିଓରେ ଇଡେନ୍ ଗାର୍ଡେନ୍ସର ଭିତର ଏବଂ ବାହାର ପରିବେଶ ଗୋଲାପମୟ (ପିଙ୍କ୍) ଦେଖାଯାଉଛି। ଏଥିରେ କ୍ୟାପସନ୍ ଦିଆଯାଇଛି ଯେ ପିଙ୍କ୍ ବଲ୍ […]

  • Friday, 23 July 2021
bi
ରେକର୍ଡ ମ୍ୟାନ୍‌ ବିରାଟଙ୍କ ଆଉ ଏକ ରେକର୍ଡ; ଏଥର ଧୋନିଙ୍କୁ ପଛରେ ପକାଇଲେ

ଇନ୍ଦୋର: ହୋଲକର ଷ୍ଟାଡିୟମରେ ବାଂଲାଦେଶକୁ ଇନିଂସ୍ ଓ ୧୩୦ ରନରେ ହରାଇବା ସହ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ନାଁରେ ଏକାଧିକ ରେକର୍ଡ ଯୋଡ଼ି ହୋଇଛି। ସର୍ବାଧିକ ଟେଷ୍ଟ ଇନିଂସ୍ ବିଜୟ ମାମଲାରେ କୋହଲି ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନିଙ୍କୁ ପଛରେ ପକାଇ ଦେଇଛନ୍ତି। କୋହଲିଙ୍କ ନେତୃତ୍ୱରେ ଭାରତ ତା’ର ଦଶମ ଇନିଂସ୍ ବିଜୟ ହାସଲ କରିଛି। ତେବେ ଧୋନିଙ୍କ ନାଁରେ ୯ଟି ଇନିଂସ୍ ଥିଲା। ମହମ୍ମଦ ଆଝାରୁଦ୍ଦିନଙ୍କ ନାଁରେ ୮ ଏବଂ ସୌରଭ […]

  • Friday, 23 July 2021
india11
ଇନ୍ଦୋର ପ୍ରଥମ ଟେଷ୍ଟ ଇଣ୍ଡିଆ ଜିତିଲା

ଇନ୍ଦୋର: ଏଠାରେ ଚାଲିଥିବା ଭାରତ ଓ ବାଂଲାଦେଶ ପ୍ରଥମ ଟେଷ୍ଟ ମାତ୍ର ଅଢ଼େଇ ଦିନରେ ଶେଷ ହୋଇଛି। ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନକୁ ଆଧାର କରି ବିରାଟ୍ ବ୍ରିଗେଡ୍ ବାଂଲାଦେଶକୁ ଇନିଂସ୍ ଓ ୧୩୦ ରନରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ଦୁଇମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଛି। ସିରିଜର ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ନଭେମ୍ବର ୨୨ ତାରିଖରୁ କୋଲକାତାର ଇଡେନ୍ ଗାର୍ଡେନ୍ସରେ ଆରମ୍ଭ ହେବ। ଇଡେନରେ ଭାରତ ତା’ର ପ୍ରଥମ ଦିବାରାତ୍ର […]

  • Friday, 23 July 2021
sehwag
ଶିଶୁ ଦିବସରେ ବାଜି ରାଉତଙ୍କୁ ମନେ ପକାଇଲେ ସେହ୍ୱାଗ୍

ନୂଆଦିଲ୍ଲୀ: ଆଜି ପବିତ୍ର ଶିଶୁ ଦିବସ। ଏହି ଦିବସ ଶିଶୁମାନଙ୍କ ପାଇଁ ସମର୍ପିତ। ଏହି ଅବସରରେ ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍ ବୀରେନ୍ଦ୍ର ସେହ୍ୱାଗ ସହିଦ୍ ବାଜି ରାଉତଙ୍କୁ ସ୍ମରଣ କରିଛନ୍ତି। ସେହ୍ୱାଗ ସୋଶାଲ ମିଡିଆରେ ବାଜି ରାଉତଙ୍କ ଗାଥା ବଖାଣିବା ସହ ଶିଶୁ ଦିବସରେ ଏଭଳି ଜଣେ ମହାନ୍ ସଂଗ୍ରାମୀ ବାଳକଙ୍କୁ ଆମେ ସ୍ମରଣ କରିବା ଦରକାର ବୋଲି କହିଛନ୍ତି। Vaise toh each day , we should remember such […]

  • Friday, 23 July 2021
virat-1
ପିଲାଙ୍କ ସହ ରାସ୍ତାରେ କ୍ରିକେଟ୍‌ ଖେଳୁଥିଲେ ବିରାଟ; ବ୍ୟାଟ୍ ଧରି ଦୌଡ଼ି ପଳାଇଲେ

ଇନ୍ଦୋର: ସହର କିଛି ପିଲା କାଠ ପଟାକୁ ଷ୍ଟମ୍ପ କରି କ୍ରିକେଟ୍‌ ଖେଳୁଥିଲେ। ତାଙ୍କ ସହି କ୍ରିକେଟ୍ ଖେଳୁଥିଲେ ଭାରତୀୟ ଦଳର କ୍ୟାପ୍ଟେନ୍‌ ବିରାଟ କୋହଲି। ବିରାଟ୍‌ ସହର ଗଳିରେ କ୍ରିକେଟ୍‌ ଖେଳୁଥିବା ବେଳେ ହଠାତ୍‌ ପିଲାଙ୍କ ବ୍ୟାଟ୍ ଧରି ଦୌଡ଼ି ପଳାଇ ଯାଉଥିଲେ। ଆଉ ବ୍ୟାଟ୍ ଦିଅ ବ୍ୟାଟ୍‌ ଦିଅ କହି ତାଙ୍କୁ ଗୋଡ଼ାଉଥିଲେ ପିଲା। ହେଲେ ପିଲାଙ୍କଠାରୁ ଅଧିକ ବାଟ ଯାଇପାରିଲେନି ବିରାଟ ଶେଷରେ ବ୍ୟାଟ୍ ଫେରାଇଦେଲେ। ଏମିତି ଏକ କମେଡି ଭିଡିଓ ସୌଭିକ […]

  • Friday, 23 July 2021
tudu
ଋଣ ସୁଝୁଛନ୍ତି ଏହି ଆନ୍ତର୍ଜାତିକ ମହିଳା ବାସ୍କେଟବଲ ଖେଳାଳି

ଭୁବନେଶ୍ୱର: ଓଡ଼ିଶାର ପ୍ରଥମ ମହିଳା ଆନ୍ତର୍ଜାତିକ ବାସ୍କେଟବଲ ଖେଳାଳି ସୀତାମଣୀ ଟୁଡୁ। ମୟୂରଭଂଜ ବାହଲଦା ବ୍ଲକ ବିଞ୍ଛୁଆ ଅଞ୍ଚଳର ସୀତାମଣି ଭୁବନେଶ୍ୱର ସ୍ପୋର୍ଟସ ହଷ୍ଟେଲର ଋଣ ପରିଶୋଧ କରୁଛନ୍ତି। ପରିଶୋଧ ବାବଦକୁ ଜୁନିୟର ଖେଳାଳିଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି। ଭାରତୀୟ ଦଳରେ ସ୍ଥାନ ପାଇ ଆନ୍ତର୍ଜାତିକ ମ୍ୟାଚ ଖେଳି ଯାହା ଅଭିଜ୍ଞତା ହାସଲ କରିଛନ୍ତି ତାହାକୁ ସେୟାର କରୁଛନ୍ତି ଏହି ବାସ୍କେଟ୍‌ ବଲ୍‌ ଖେଳାଳି। ୨୦୦୬ରେ ସୀତାମଣି ବାସ୍କେଟ ବଲ୍ ପ୍ରତିଭା ଭାବେ ଚିହ୍ନଟ ହୋଇ  ଭୁବନେଶ୍ୱର ସ୍ପୋର୍ଟସ […]

  • Friday, 23 July 2021
f
ରେକର୍ଡ ମ୍ୟାନ ରୋହିତଙ୍କ ଆଉ ଏକ ରେକର୍ଡ

ଅହମଦାବାଦ: ଟିମ୍‌ ଇଣ୍ଡିଆର କାମଚଳା ଅଧିନାୟକ ରୋହିତ ଶର୍ମା ଆଜି ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟି-୨୦ ଖେଳିବା ପାଇଁ ପଡ଼ିଆକୁ ଓହ୍ଲାଇବା କ୍ଷଣି ତାଙ୍କ ନାଁରେ ଏକ ରେକର୍ଡ ଯୋଡ଼ିଯାଇଛି। ସେ ପ୍ରଥମ ଭାରତୀୟ ପୁରୁଷ କ୍ରିକେଟର ଭାବେ ଏହି ଛୋଟିଆ ଫର୍ମାଟରେ ୧୦୦ତମ ମ୍ୟାଚ୍‌ ଖେଳିବାର ରେକର୍ଡ କରିଛନ୍ତି। ସେହିପରି ପାକିସ୍ତାନର ସୋଏବ ମାଲିକ(୧୧୧ ମ୍ୟାଚ୍‌)ଙ୍କ ପରେ ବିଶ୍ୱର ଦ୍ୱିତୀୟ କ୍ରିକେଟର ଭାବେ ରୋହିତ ୧୦୦ ମ୍ୟାଚ୍‌ ଖେଳିବା କ୍ଲବରେ ସାମିଲ ହୋଇଛନ୍ତି। ରୋହିତ ଏହି […]

  • Friday, 23 July 2021
ad
ବିରାଟ୍‌ଙ୍କଠାରୁ ଫାଷ୍ଟ୍; ଗାଙ୍ଗୁଲି ଓ ସିଦ୍ଧୁଙ୍କୁ ବି ପଛରେ ପକାଇଲେ ସ୍ମୃତି

ଆଣ୍ଟିଗୁଆ: ଆହତରୁ ଫେରି ଭାରତୀୟ ମହିଳା ଟିମ୍‌ ପାଇଁ ମ୍ୟାଚ୍‌ ୱିନିଂ ଇନିଂସ ଖେଳିଥିବା ସ୍ମୃତି ମନ୍ଧାନା ଏବେ ଟିମ୍‌ ଇଣ୍ଡିଆ ପୁରୁଷ ଟିମ୍‌ର ଅଧିନାୟକ ବିରାଟ କୋହଲି, ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଓ ପୂର୍ବତନ କ୍ରିକେଟର ନବଜୋତ ସିଂହ ସିଦ୍ଧୁଙ୍କୁ ପଛରେ ପକାଇଛନ୍ତି। ବୁଧବାର ରାତିରେ ମନ୍ଧାନା ୱେଷ୍ଟଇଣ୍ଡିଜ୍‌ ବିକ୍ଷରେ ତାଙ୍କ ଦିନିକିଆ କ୍ୟାରିୟରର ୨୦୦୦ ହଜାର ରନ୍‌ ପୂରଣ କରିଛନ୍ତି। ସେ ଏପରି ଦ୍ରୁତ ୨୦୦୦ ରନ୍‌ ସଂଗ୍ରହ କରିବାରେ ବିଶ୍ୱର ୩ୟ […]

  • Friday, 23 July 2021
f
ନୋ-ବୋଲ୍‌ ଚେକ୍‌ ପାଇଁ ରହିବେ ଆଉ ଜଣେ ଅତିରିକ୍ତ ଅମ୍ପାୟାର୍

ମୁମ୍ବାଇ: ଆଇପିଏଲରେ ନୋ-ବୋଲ୍‌ ବିବାଦର ସମାଧାନ ପାଇଁ ଏବେ ନୂଆ ବ୍ୟବସ୍ଥା ହେବ। ମ୍ୟାଚ୍‌ ବେଳେ ଦୁଇ ଫିଲ୍ଡ ଅମ୍ପାୟାରଙ୍କ ବ୍ୟତୀତ ଜଣେ ଅତିରିକ୍ତ ଅମ୍ପାୟାର ରହିବେ। ଏହି ଅମ୍ପାୟାର ଜଣଙ୍କ କେବଳ ନୋ-ବୋଲଗୁଡ଼ିକୁ ଚେକ୍‌ କରିବେ। ଆଜି ଆଇପିଏଲ ଗଭର୍ଣ୍ଣିଂ କାଉନସିଲ ଏ ବିଷୟରେ ଆଲୋଚନା କରିଥିବା ଜଣାପଡ଼ିଛି। ପୂର୍ବତନ ଟେଷ୍ଟ କ୍ରିକେଟର ବ୍ରିଜେଶ ପଟେଲଙ୍କ ଅଧ୍ୟକ୍ଷତାରେ ବସିଥିବା ଆଇପିଏଲ ଗଭର୍ଣ୍ଣିଂ କାଉନସିଲ ବୈଠକରେ ଏସବୁ ବିଷୟରେ ଆଲୋଚନା ହୋଇଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। […]

  • Friday, 23 July 2021
virat-1
ଜନ୍ମଦିନରେ ୧୫ ବର୍ଷ ବୟସ୍କ ଚିକୁଙ୍କୁ ଚିଠି ଲେଖିଲେ ବିରାଟ୍‌ କୋହଲି

ନୂଆଦିଲ୍ଲୀ : ଇଣ୍ଡିଆନ୍‌ କ୍ରିକେଟ୍‌ ଟିମ୍‌ ଅଧିନାୟକ ବିରାଟ କୋହଲି ଆଜି ତାଙ୍କର ୩୧ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ବିରାଟ ଭାବବିହ୍ଵଳ ହୋଇ ୧୫ ବର୍ଷ ବୟସ୍କ ଚିକୁଙ୍କୁ ଏକ ଏକ ଚିଠି ଲେଖିଛନ୍ତି। ଏହି ଚିଠିକୁ ସେ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି। ଚିକୁ ହେଉଛି ବିରାଟଙ୍କ ଡାକ ନାମ। ଚିଠିରେ ବିରାଟ ଲେଖିଛନ୍ତି, ପ୍ରିୟ ଚିକୁ, ଜନ୍ମଦିନର ବହୁତ ବହୁତ ଅଭିନନ୍ଦନ। ମୁଁ ଜାଣେ ଭବିଷ୍ୟତକୁ ନେଇ ତୁମର ଅନେକ […]

  • Friday, 23 July 2021
dwaili
ଏମିତି ଦୀପାବଳି ଶୁଭକାମନା ଜଣାଇଲେ କ୍ରିକେଟ୍‌ ଷ୍ଟାର୍

ନୂଆଦିଲ୍ଲୀ: ଆଜି ପବିତ୍ର ଦୀପାବଳି। ଏହି ଅବସରରେ ଭାରତୀୟ କ୍ରୀଡ଼ା ଜଗତର କିଛି ପ୍ରମୁଖ କ୍ରୀଡ଼ାବିତ୍ ଦୀପାବଳିର ଶୁଭକାମନା ଜ୍ଞାପନ କରିଛନ୍ତି। କ୍ରିକେଟର୍ ସଚିନ ତେନ୍ଦୁଲକର ଏକ ଖାସ୍ ଭିଡିଓ ପୋଷ୍ଟ କରି ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି। ସେ ଏହି ଭିଡିଓରେ ମରାଠୀ ଭାଷାରେ ସମସ୍ତଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି। सर्वांना दिवाळीच्या हार्दिक शुभेच्छा. A very happy diwali to everyone. pic.twitter.com/CwHdCjj3R6 — Sachin Tendulkar (@sachin_rt) October 27, 2019 ସେହିପରି […]

  • Friday, 23 July 2021
viirat
ଅନେକଙ୍କର କ୍ରିକେଟ୍‌ ହିରୋ ବିରାଟ୍‌, ହେଲେ ତାଙ୍କର ସୁପର ହିରୋ କିଏ ଜାଣିଛନ୍ତି

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ରନ୍‌ ମେସିନ ତଥା ଅଧିନାୟକ ବିରାଟ କୋହଲି ଏବେ ସାରା ବିଶ୍ୱରେ ଖ୍ୟାତି ଅର୍ଜନ କରିପାରିଛନ୍ତି। ପିଲାଟି ବେଳୁ କେମିତି ସଂଘର୍ଷ କରି ବିରାଟ ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି, ସେକଥା ସମସ୍ତେ ଅଳ୍ପ ବହୁତେ ଜାଣିଥିବେ। ଅନେକ ଯୁବକଙ୍କ ପାଇଁ ବିରାଟ ହେଉଛନ୍ତି ସୁପର ହିରୋ। ହେଲେ ବିରାଟ୍‌ଙ୍କ ସୁପର ହିରୋ କିଏ? ବିରାଟ କାହାକୁ ମାନନ୍ତି? ହୁଏତ ଏକଥା ବହୁତ କମ ଲୋକ ଜାଣିଥିବେ। ତେବେ ବିରାଟ୍‌ ଏବେ ତାଙ୍କ ସୁପର […]

  • Friday, 23 July 2021
_6abb624e-f6dd-11e9-800c-f2f87dfa36aa
ୱାଟର୍‌ ବୟ ହେଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍‌ ମୋରିସନ୍

କାନବେରା: ୱାଟର୍‌ ବୟ ହେଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍‌ ମୋରିସନ୍। ଅଷ୍ଟ୍ରେଲିଆ ମାନୁକା ଓଭାଲ୍‌ଠାରେ ଗୁରୁବାର ପ୍ରାଇମିନିଷ୍ଟର୍ ଏକ୍ସଆଇ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ଏକ ଅଭ୍ୟାସ ମ୍ୟାଚ୍‌ରେ ମୋରିସନ୍‌ଙ୍କୁ ୱାଟର୍‌ ବୟ ଭୂମିକାରେ ଦେଖିବାକୁ ମିଳିଥିଲା। ମୋରିସନ୍ ପାଣି ଓ ଅନ୍ୟ ମୃଦୁପାନୀୟ ନେଇ ୱାଟର୍ ବୟ ଭଳି ପଡ଼ିଆ ଭିତରେ ଦୌଡ଼ି ଦୌଡ଼ି ଖେଳାଳିମାନଙ୍କୁ ଦେଇ ଆସୁଥିଲେ। ଯାହାର ଫଟୋ ଏବେ ଶୋସାଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍ ହେଉଛି। ଦେଶର ଏତେବଡ଼ ପଦାଧିକାରୀ ହୋଇ […]

  • Friday, 23 July 2021
ffdff
ବାଂଲାଦେଶ ବିପକ୍ଷ ମ୍ୟାଚ୍‌ ପାଇଁ ଟିମ୍ ଇଣ୍ଡିଆ ଖେଳାଳି ଘୋଷଣା

ମୁମ୍ବାଇ: ନଭେମ୍ବର ୩ ତାରିଖରୁ ଆରମ୍ଭ ହେବାକୁ ଥିବା ବାଂଲାଦେଶ ଓ ଇଣ୍ଡିଆ ଟିମ୍‌- ମ୍ୟାଚ୍‌ ପାଇଁ ଟିମ୍‌ ଇଣ୍ଡିଆ ଖେଳାଳି ଚୟନ କରାଯାଇଛି। ବିସିସିଆଇ ଚୟନକମିଟି ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ଏବଂ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଦଳ ଘୋଷଣା କରିଛି। ନଭେମ୍ବର ୩ ତାରିଖରୁ ବାଂଲାଦେଶ ବିପକ୍ଷ ଆରମ୍ଭ ହେବାକୁଥିବା ଟି-୨୦ ସିରିଜ୍ ପାଇଁ କ୍ୟାପଟେନ୍ ବିରାଟ୍ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି। ସେହିପରି ବିଜୟ ହଜାରେ ଟ୍ରଫିରେ ଭଲ ପ୍ରଦର୍ଶନ କରିଥିବା କେରଳ […]

  • Friday, 23 July 2021