Advertisment

ସାଉଥ ଆଫ୍ରିକା ଆଗରେ ୧୪୯ ରନ୍‌ର ଟାର୍ଗେଟ୍‌ ଦେଲା ଭାରତ

ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା ଭାରତ।

author-image
Chandan Shishu
ଅଦ୍ୟତନ ହୋଇଛି
IND vs SA

IND vs SA

ସାଉଥ ଆଫ୍ରିକା ଆଗରେ ୧୪୯ ରନ୍‌ର ଟାର୍ଗେଟ୍‌ ଦେଲା ଭାରତ। ୨୦ ଓଭର ସୁଦ୍ଧା ୬ ୱିକେଟ୍‌ ବିନିମୟରେ ୧୪୮ ରନ୍‌ କରିପାରିଛି ଟିମ୍ ଇଣ୍ଡିଆ। ତେବେ ସାଉଥଆଫ୍ରିକାକୁ ଜିତିବାକୁ ହେଲେ ୧୪୯ ରନ୍‌ କରିବାକୁ ପଡ଼ିବ। ଆଜି ଟସ୍‌ ଜିତି ସାଉଥ ଆଫ୍ରିକା ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ବାରବାଟୀ ପିଚ୍‌ରେ ପ୍ରଥମେ ବ୍ୟାଟିଂ କରିଥିଲା ଭାରତ। 

Advertisment

ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା ଭାରତ। ୧ ରନ କରି ଗାଏକ୍ୱାଡ୍ ଆଉଟ୍ ହୋଇଥିଲେ। ୩୪ ରନର ଭଲ ଇନିଂସ ଖେଳିଥିଲେ ଓପନର୍‌ ଈଶାନ କିଶନ। କିନ୍ତୁ ଅଧିନାୟକ ପନ୍ତ ଓ ଅଲରାଉଣ୍ଡର ପାଣ୍ଡ୍ୟା ଦର୍ଶକଙ୍କୁ ନିରାଶ କରିଥିଲେ। ୪୦ ରନ୍ କରି ଶ୍ରେୟସ ଆୟର ଆଉଟ୍ ହୋଇଥିଲେ। ତେବେ ସାଉଥଆଫ୍ରିକାର ଘାତକ ବୋଲିଂ ଆଗରେ ଟିମ୍‌ ଇଣ୍ଡିଆର ଖେଳାଳି ତିଷ୍ଠି ପାରିନଥିଲେ।  

Advertisment
Cricket Ind Vs SA Barabati Stadium
Advertisment
Advertisment