• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

kuldeep
ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଏହି ରେକର୍ଡ କଲେ କୁଲଦୀପ

ରାଜକୋଟ୍‌: ଅନ୍ତର୍ଜାତୀୟ ଦିନିକିଆରେ ନୂଆ ମାଇଲଖୁଣ୍ଟ ଛୁଇଁଲେ ଟିମ୍ ଇଣ୍ଡିଆର ସ୍ପିନର୍ କୁଲଦୀପ ଯାଦବ। ସେ ଭାରତୀୟ ସ୍ପିନର୍ ଭାବେ ଦ୍ରୁତ ୧୦୦ ୱିକେଟ୍ ନେଇଛନ୍ତି। ରାଜୋକଟରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ମ୍ୟାଚ୍‌ରେ ଏହି ରେକର୍ଡ କରିଛନ୍ତି କୁଲ୍‌ଦୀପ। ଗତବର୍ଷ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକିଆରେ ପ୍ରଥମ ଭାରତୀୟ କ୍ରିକେଟର୍ ଭାବେ ଦୁଇଟି ହ୍ୟାଟ୍ରିକ୍ ନେବାରେ ଗୌରବ ଅର୍ଜନ କରିଥିଲେ। ଆଉ ଏବେ ତୃତୀୟ ଭାରତୀୟ ବୋଲର ଭାବେ ଦ୍ରୁତ ୧୦୦ ୱିକେଟ୍ ଦଖଲ କରିଛନ୍ତି। […]

  • Friday, 23 July 2021
fd
ଟିମ୍‌ ଇଣ୍ଡିଆର ରାଜକୋଟ୍‌ରେ ରାଜକୀୟ ବିଜୟ

ରାଜକୋଟ୍‌: ମୁମ୍ବାଇରେ ଲଜ୍ଜାଜନକ ପରାଜୟ ପରେ ସମାଲୋଚନାର ଶିକାର ହୋଇଥିବା ଟିମ୍ ଇଣ୍ଡିଆ ରାଜକୋଟରେ ରାଜକୀୟ ବିଜୟ ହାସଲ ସହ ସିରିଜକୁ ପ୍ରତ୍ୟାବର୍ତ୍ତନ କରିଛି। ସୌରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଖେଳାଯାଇଥିବା ‘କର ବା ମର’ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆକୁ ୩୬ ରନରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୧-୧ରେ ବରାବର କରିଥିଲା। ସିରିଜର ନିର୍ଣ୍ଣାୟକ ତଥା ତୃତୀୟ ମ୍ୟାଚ୍ ରବିବାର ବେଙ୍ଗାଲୁରୁରେ ଖେଳାଯିବ। ଶୁକ୍ରବାର ଅନୁଷ୍ଠିତ ଏହି ମୁକାବିଲାରେ […]

  • Friday, 23 July 2021
f
ଶୁକ୍ରବାରଠାରୁ ଆଇସିସି ଅଣ୍ଡର୍‌-୧୯ କ୍ରିକେଟ୍‌ ବିଶ୍ୱକପ୍

କେପ୍ ଟାଉନ୍‌: ଆଇସିସି ଅଣ୍ଡର୍‌-୧୯ ବିଶ୍ୱକପର ୧୩ଶ ଶୁକ୍ରବାରଠାରୁ ଦକ୍ଷିଣ ଆଫ୍ରିକାରେ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ସବୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଟୁର୍ଣ୍ଣାମେଣ୍ଟରେ ୧୬ଟି ଦଳକୁ ୪ଟି ଗ୍ରୁପରେ ଭାଗ କରାଯାଇଛି। ଗ୍ରୁପ୍ ପର୍ଯ୍ୟାୟରେ ପ୍ରତି ଦଳ ତିନୋଟି ଲେଖାଏ ମ୍ୟାଚ୍ ଖେଳିବେ। ପ୍ରତି ଗ୍ରୁପରୁ ଦୁଇଟି ଟିମ୍ କ୍ୱାର୍ଟରଫାଇନାଲକୁ ଯୋଗ୍ୟତା ଅର୍ଜନ କରିବେ। ଏହା ପରେ ସେମିଫାଇନାଲ୍ ଏବଂ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଗ୍ରୁପ୍‌-ଏ’ରେ ସ୍ଥାନ ପାଇଥିବା ଡିଫେଣ୍ଡିଂ ଚାମ୍ପିୟନ୍ ଭାରତ ପଞ୍ଚମ […]

  • Friday, 23 July 2021
images
ସରିଗଲା କି ଧୋନିଙ୍କ ଅନ୍ତର୍ଜାତୀୟ କ୍ୟାରିୟର ?

ନୂଆଦିଲ୍ଲୀ: ସରିଗଲା କି ମହେନ୍ଦ୍ର ସିଂ ଧୋନିଙ୍କ ଅନ୍ତର୍ଜାତୀୟ କ୍ୟାରିୟର। ଯେଉଁ ଟିମକୁ ସେ ଦୁଇଥର ବିଶ୍ୱ ବିଜେତା କରାଇଥିଲେ, ସେହି ଟିମକୁ ଆଉ ଲୋଡ଼ା ନାହିଁ ମହେନ୍ଦ୍ର ସିଂ ଧୋନିଙ୍କ ଅଭିଜ୍ଞତା। ତେବେ ଏଭଳି କହିବାର ଯଥାର୍ଥତା ରହିଛି। ଗୁରୁବାର ବିସିସିଆଇ ତା’ର ବାର୍ଷିକ କେନ୍ଦ୍ରୀୟ ଚୁକ୍ତିପ୍ରାପ୍ତ ଖେଳାଳିଙ୍କ ତାଲିକା ଘୋଷଣା କରିଛି। ତେବେ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ଯେ ଏହି ତାଲିକାରେ ଧୋନିଙ୍କ ନାଁ ନାହିଁ। ଗତ ବର୍ଷ ପର୍ଯ୍ୟନ୍ତ ଧୋନିଙ୍କ ନାଁ […]

  • Friday, 23 July 2021
rea
ଆଇସିସି ଆୱାର୍ଡ ୨୦୧୯: ବାଜି ମାରିଲେ ୩ ଇଣ୍ଡିଆନ୍‌ କ୍ରିକେଟ୍‌ ଷ୍ଟାର୍

ନୂଆଦିଲ୍ଲୀ: ଆଇସିସି ଆୱାର୍ଡ୨୦୧୯ରେ ବାଜି ମାରିଛନ୍ତି ଭାରତୀୟ କ୍ରିକେଟର୍। ରୋହିତ ଶର୍ମାଙ୍କୁ ଶ୍ରେଷ୍ଠ ଦିନିକିଆ କ୍ରିକେଟର ଘୋଷଣା କରାଯାଇଥିବାବେଳେ ଟିମ୍ ଇଣ୍ଡିଆର କ୍ୟାପଟେନ ବିରାଟ କୋହଲି ସ୍ପିରିଟ୍ ଅଫ୍  କ୍ରିକେଟ ଆୱାର୍ଡ ଦିଆଯିବ। ଅନ୍ୟପକ୍ଷରେ ଯୁବ କ୍ରିକେଟର ଦୀପକ ଚହରଙ୍କୁ ଟି-୨୦ ପରଫରମାନ୍ସ ଅଫ୍‌ ଦି ଇଅର ଆୱାର୍ଡ ପାଇଁ ଚୟନ କରାଯାଇଛି। ୨୦୧୯ ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରିଥିବା ଇଂଲଣ୍ଡର ବେନ୍ ଷ୍ଟୋକ୍ସ ପ୍ଲେଆର ଅଫ୍ ଦି ଆୱାର୍ଡ ପାଇବେ। ସେହିଭଳି ଆଉ କେଉଁ ଖେଳାଳିଙ୍କୁ […]

  • Friday, 23 July 2021
jf
ଆଇସିସି ଆୱାର୍ଡ ୨୦୧୯: ରୋହିତ, ବିରାଟଙ୍କୁ ମିଳିଲା ଏହି ପୁରସ୍କାର

ନୂଆଦିଲ୍ଲୀ: ୨୦୧୯ର ପ୍ରଦର୍ଶନ ପାଇଁ ଆଇସିସି(ଇଣ୍ଟରନେଶନାଲ କ୍ରିକେଟ କାଉନସିଲ୍ ) ପକ୍ଷରୁ ପୁରସ୍କାର ଘୋଷଣା ହୋଇଛି। ଭାରତୀୟ ଟିମର ଅଧିନାୟକ ବିରାଟ କୋହଲି, ଉପ ଅଧିନାୟକ ରୋହିତ ଶର୍ମାଙ୍କୁ ଗୁରୁତ୍ୱପୂର୍ଣ୍ଣ ଆଓ୍ୱାର୍ଡ ମିଳିଛି। ୨୦୧୯ରେ ରୋହିତ ଶର୍ମା ଦିନିକିଆରେ ସବୁଠାରୁ ଭଲ ପ୍ରଦର୍ଶନ କରୁଥିବାରୁ ତାଙ୍କୁ ଶ୍ରେଷ୍ଠ ଦିନିକିଆ କ୍ରିକେଟର ଅଫ୍ ଦି ଇୟରରେ ସମ୍ମାନୀତ ହୋଇଛନ୍ତି। ଗତବର୍ଷ ଇଂଲଣ୍ଡରେ ବିଶ୍ୱକପ ଆୟୋଜିତ ହୋଇଥିଲା। ବିଶ୍ୱକପରେ ରୋହିତ ୯ଟି ମ୍ୟାଚରେ ୫ଟି ଶତକ ମାରି ୬୪୮ ରନ୍ […]

  • Friday, 23 July 2021
harman
ମହିଳା ଟି-୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ:  ମହିଳା ଟି-୨୦ ବିଶ୍ୱକପ୍‌ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କଲା ବିସିସିଆଇ। ଏହି ଟିମ୍‌ରେ ନୂଆ ମୁହଁ ଭାବେ ବେଙ୍ଗଲର ଧୂଆଁଧାର ବ୍ୟଟ୍ସ ଓମ୍ୟାନ୍‌ ରିଚା ଘୋଷଙ୍କୁ ଦେଖିବାକୁ ମିଳିବ। ବିଶ୍ୱକପ୍‌ରେ ହରମନପ୍ରୀତ କୌର ଅଧିନାୟକ ହେବେ। ଏହି ବିଶ୍ୱକପ୍‌ ଫେବ୍ରୁଆରୀ ୨୧ ତାରିଖରେ ଅଷ୍ଟ୍ରେଲିଆରେ ଖେଳାଯିବ। ବିଶ୍ୱକପ୍‌ ଟିମ୍‌ରେ ହରିଆଣାର ୧୫ ବର୍ଷୀୟା ଶେଫାଳୀ ବର୍ମାଙ୍କୁ ସ୍ଥାନ ମିଳିଛି। ଏହା ତାଙ୍କ ଜୀବନର ପ୍ରଥମ ବିଶ୍ୱକପ୍‌ ମ୍ୟାଚ୍ ହେବ। ?Squad Announcement?@ImHarmanpreet […]

  • Friday, 23 July 2021
b-4
କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ଏଫସିର ପ୍ରଭାବ ଜାରି; ମୁମ୍ବାଇ ସିଟି ଏଫସିକୁ ପୁଣି ହରାଇଲା

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ଏଫସିର ପ୍ରଭାବ ଜାରି ରହିଛି। ଯେଉଁ ମୁମ୍ବାଇ ସିଟି ଏଫସିକୁ ତା’ ଘରୋଇ ମାଟିରେ ହରାଇ ଓଡ଼ିଶା ପଏଣ୍ଟ ଖାତା ଖୋଲିଥିଲା ଆଜି କଳିଙ୍ଗରେ ପୁଣିଥରେ ସେହି ଦଳକୁ ହରାଇଛି ଦଳ। ମୁମ୍ବାଇକୁ ୨-୦ରେ ହରାଇ ଓଡ଼ିଶା ଏଫସି କେବଳ ମ୍ୟାଚ୍‌ ଜିତି ନାହିଁ ବରଂ ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନକୁ ଉତ୍ତୀର୍ଣ୍ଣ ହୋଇଛି। ଓଡ଼ିଶା ପକ୍ଷରୁ ଖେଳୁଥିବା ଆରଡେନ  ଓ ସିସ୍କୋ ଗୋଟିଏ ଲେଖାଏ ଗୋଲ ସ୍କୋର କରିଛନ୍ତି। କଳିଙ୍ଗରେ […]

  • Friday, 23 July 2021
number-one
ପୁଣିଥରେ ନମ୍ବର୍‌ ୱାନ୍ କୋହଲି

ନୂଆଦିଲ୍ଲୀ: ପୁଣିଥରେ ବିଶ୍ୱରେ ନମ୍ବର୍‌ ୱାନ୍‌ ହେଲେ କୋହଲି। ଭାରତୀୟ କ୍ରିକେଟ୍ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲି ଆଇସିିସି ଟେଷ୍ଟ ରାଙ୍କିଙ୍ଗରେ ନିଜର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ୯୨୮ ପଏଣ୍ଟ ସହ କୋହଲି ପ୍ରଥମ ସ୍ଥାନରେ ମଜଭୁତ୍ ଅଛନ୍ତି। ତେବେ ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟା ରାହାଣେଙ୍କୁ ରାଙ୍କିଙ୍ଗ ତଳକୁ ଖସିଛି। ଅଷ୍ଟ୍ରେଲିଆର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥ୍ ୯୧୧ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ବଳବତ୍ତର ରହିଛନ୍ତି। ପୂଜାର ଗୋଟିଏ ସ୍ଥାନ ତଳକୁ ଖସି […]

  • Friday, 23 July 2021
bcci
ନୂଆ ବର୍ଷରୁ ଟିମ୍‌ ଇଣ୍ଡିଆର ବିଜୟ ଯାତ୍ରା ଆରମ୍ଭ

ଇନ୍ଦୋର: ବିଜୟରୁ ନୂଆବର୍ଷର ଶୁଭାରମ୍ଭ କରିଛି ଟିମ୍ ଇଣ୍ଡିଆ। ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁ ଧୋଇ ହୋଇଯିବା ପରେ ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଟି-୨୦ ମ୍ୟାଚରେ ବିରାଟ୍ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଟିମ୍ ୮ ୱିକେଟରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ସ୍ଥାନୀୟ ହୋଲକର ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଶ୍ରୀଲଙ୍କା ଟିମ୍ ଘରୋଇ ଦଳର ବୋଲିଂ ଆକ୍ରମଣର ସାମ୍ନା କରିନପାରି ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ୧୪୨ ରନ୍ କରିଥିଲା। ଜବାବରେ ଭାରତ ୧୭.୩ […]

  • Friday, 23 July 2021
sports
ଓଡ଼ିଶା ଏଫସିର ବିଜୟ ଶୁଭାରମ୍ଭ

ଭୁବନେଶ୍ୱର: ଚଳିତ ଇଣ୍ଡିଆନ୍ ସୁପର୍ ଲିଗ୍ (ଆଇଏସଏଲ)ରେ ଓଡ଼ିଶା ଏଫସି ଘରୋଇ ଭେନ୍ୟୁରେ ତା’ର ପ୍ରଥମ ମ୍ୟାଚରେ ଜାମଶେଦପୁର ଏଫସିକୁ ୨-୧ ଗୋଲରେ ପରାସ୍ତ କରିଛି। ଏଥିସହ ଘରୋଇ ଭେନ୍ୟୁ କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ବିଜୟରୁ ଶୁଭାରମ୍ଭ କରିଛି। ଓଡ଼ିଶା ବିଜୟରେ ଆରିଡେନ୍ ସାଣ୍ଟାନା ମୁଖ୍ୟ ଭୂମିକା ବହନ କରିଛନ୍ତି, ଯିଏ ଦୁଇଟି ଯାକ ଗୋଲ୍ (୨୮ତମ ଓ ୪୫ତମ) ସ୍କୋର କରିଥିଲେ। ସେହିପରି ଜାମଶେଦପୁର ଏଫସି ପକ୍ଷରୁ ମୋନରୟ (୩୮ତମ) ଏକମାତ୍ର ଗୋଲ୍ ପରିଶୋଦ କରିଥିଲେ। […]

  • Friday, 23 July 2021
baod
ଦଶନ୍ଧିରେ ସର୍ବାଧିକ ୱିକେଟ୍‌ ନେଇଥିବା ଦ୍ୱିତୀୟ ବୋଲର୍‌ ହେଲେ ଷ୍ଟୁଆର୍ଟ ବ୍ରଡ୍

ସେଞ୍ଚୁରିୟନ୍‌: ଇଂଲଣ୍ଡର ଷ୍ଟାର୍ ପେସ୍ ବୋଲର ଷ୍ଟୁଆର୍ଟ ବ୍ରଡ୍ ଦଶନ୍ଧିରେ ୪୦୦ ୱିକେଟ୍ ନେବାରେ ବିଶ୍ୱର ଦ୍ୱିତୀୟ ବୋଲର ହୋଇଛନ୍ତି। ବ୍ରଡଙ୍କ ପୂର୍ବରୁ ତାଙ୍କ ଦେଶର ଜେମ୍ସ ଆଣ୍ଡରସନ୍ ଦଶନ୍ଧିରେ ଏହି କାରନାମା କରିସାରିଛନ୍ତି। ସୁପର ସ୍ପୋର୍ଟ ପାର୍କରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚର ପ୍ରଥମ ଦିବସରେ ବ୍ରଡ୍ ଏହି ମାଇଲଖୁଣ୍ଟ ଅର୍ଜନ କରିଛନ୍ତି। ୩୩ ବର୍ଷୀୟ ବ୍ରଡ୍ ଆୟୋଜକ ଦଳର କ୍ୟାପଟେନ୍ ଫାଫ୍ ଡୁପ୍ଲେସିସଙ୍କୁ ୨୯ ରନରେ ଆଉଟ୍ କରି ଏହି […]

  • Friday, 23 July 2021
gabguly
ଗାଙ୍ଗୁଲିଙ୍କ ପ୍ରସ୍ତାବକୁ ସମର୍ଥନ କଲା ଅଷ୍ଟ୍ରେଲିଆ

ମେଲବର୍ଣ୍ଣ: ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ଦ୍ୱାରା ଦିନିକିଆ ‘ସୁପର୍ ସିରିଜ୍‌’ ପ୍ରସ୍ତାବକୁ କ୍ରିକେଟ୍ ଅଷ୍ଟ୍ରେଲିଆ ସମର୍ଥନ କରିଛି। କ୍ରିକେଟ୍ ଅଷ୍ଟ୍ରେଲିଆ (ସିଏ)ର ମୁଖ୍ୟ କାର୍ଯ୍ୟକାରୀ କେଭିନ୍ ରବର୍ଟ୍ସ ଗାଙ୍ଗୁଲିଙ୍କ ଚତୁର୍ଦ୍ଦେଶୀୟ ଦିନିକିଆ ସିରିଜକୁ ସମର୍ଥନ କରିଛନ୍ତି, କିନ୍ତୁ କୌଣସି ପ୍ରତିଶ୍ରୁତି ଦେଇନାହାନ୍ତି। ଗାଙ୍ଗୁଲି କହିଥିଲେ, ୨୦୨୧ ଆରମ୍ଭ ହେବାକୁଥିବା ଥିବା ବାର୍ଷିକ ଦିନିକିଆ ସିରିଜରେ ଭାରତ ସମେତ ଇଂଲଣ୍ଡ, ଅଷ୍ଟ୍ରେଲିଆ ଏବଂ ଅନ୍ୟ ଏକ ଶୀର୍ଷ ଟିମ୍ ଭାଗ ନେବ। ଲଣ୍ଡନରେ ଗାଙ୍ଗୁଲିଙ୍କ ସହ ବୈଠକ […]

  • Friday, 23 July 2021
india-team
ଶ୍ରୀଲଙ୍କା, ଅଷ୍ଟ୍ରେଲିଆ ସିରିଜ୍: ଦଳକୁ ଫେରିଲେ ଶିଖର ଓ ବୁମ୍ରାହ, ରୋହିତଙ୍କୁ ବିଶ୍ରାମ

ମୁମ୍ବାଇ:  ଜାନୁଆରୀ ୨୦୨୦ରେ ଖେଳାଯିବାକୁ ଥିବା ଶ୍ରୀଲଙ୍କା ବିପକ୍ଷ ଟି-୨୦ ଓ ଅଷ୍ଟ୍ରେଲିଆ ବିପକ୍ଷ ଏକ ଦିବସୀୟ ସିରିଜ ପାଇଁ ବିସିସିଆଇ ସୋମବାର ଭାରତୀୟ ଦଳ ଘୋଷଣା କରିଛି। ଆହତରୁ ଭଲ ହୋଇ ଦଳକୁ ଫେରିଛନ୍ତି ଶିଖର ଧାୱନ୍ ଓ ଜସ୍‌ପ୍ରିତ ବୁମ୍ରାହ। ଉଭୟ ସିରିଜ୍‌ରେ ୩ଟି ଲେଖାଏ ମ୍ୟାଚ୍ ଖେଳାଯିବ। ଜାନୁଆରୀ ୫ରୁ ୧୦ ମଧ୍ୟରେ ଭାରତ ଶ୍ରୀଲଙ୍କା ଟି-୨୦ ମ୍ୟାଚ୍‌ ଖେଳାଯିବାକୁ ଥିବା ବେଳେ ୧୪ରୁ ୧୯ ମଧ୍ୟରେ ଅଷ୍ଟ୍ରେଲିଆ ଏକଦିବସୀୟ ମ୍ୟାଚ୍‌ ଖେଳାଯିବ। […]

  • Friday, 23 July 2021
debashis
ବାରବାଟୀରେ କିଏ ଜିତିବ ? ରେକର୍ଡ କହୁଛି...

କଟକ: ବାରବାଟୀ ବ୍ୟାଟେଲ୍ ପାଇଁ ଆଜି ଜୋର୍‌ଦାର ଅଭ୍ୟାସ କରିଛନ୍ତି ଇଣ୍ଡିଆ ଓ ୱେଷ୍ଟଇଣ୍ଡିଜ୍। ପଡ଼ିଆ ଭିତରେ ଝାଳ ବୁହାଉଛନ୍ତି ଉଭୟ ଦଳ। ତେବେ କ’ଣ ହେବ କାଲିର ମ୍ୟାଚ୍‌ ? କିଏ ଜିତିବ କିଏ ହାରିବ, ତାକୁ ନେଇ ଦର୍ଶକ ମଧ୍ୟରେ ଉତ୍କଣ୍ଠା ଦେଖାଦେଇଛି। ତେବେ ବାରବାଟୀରେ ରେକର୍ଡ କିନ୍ତୁ ଭାରତ ପକ୍ଷରେ ରହିଛି। ଏଠାରେ ଖେଳାଯାଇଥିବା ସମସ୍ତ ୩ଟି ଯାକ ମୁକାବିଲାରେ ଟିମ୍‌ ଇଣ୍ଡିଆ ବାଜିମାତ୍ କରିଛି।   ବାରବାଟୀରେ ୧୯୯୪ରେ ଭାରତ ଓ […]

  • Friday, 23 July 2021
cricket
ମଦୁଆଙ୍କୁ ବାରବାଟୀ ଦିନିକିଆ ମନା

କଟକ: ମଦୁଆଙ୍କୁ ବାରବାଟୀ ଦିନିକିଆ ମନା। ମଦ ପିଇ ଆସିଲେ ଷ୍ଟାଡିୟମ୍‌ରୁ ସିଧାସଳଖ ବିଦା କରିଦେବ ପୁଲିସ୍। ଏଭଳି ନିଷ୍ପତ୍ତି ନେଇଛି କମିଶନରେଟ୍ ପୁଲିସ। ଏଥିସହିତ କ୍ୟାମେରା, ପାଣି ବୋତଲ, ଫଳ କିମ୍ବା ଅନ୍ୟ କୌଣସି ଶୁଖିଲା ଖାଦ୍ୟ ଷ୍ଟାଡିୟମ ଭିତରକୁ ନେଇପାରିବେ ନାହିଁ ଦର୍ଶକ। ସମସ୍ତ ପ୍ରବେଶ ପଥରେ ଏସବୁର ଯାଞ୍ଚ କରି ଦର୍ଶକଙ୍କୁ ଷ୍ଟାଡିୟମ୍ ଭିତରକୁ ଛଡ଼ାଯିବ ବୋଲି କଟକ ଡିସିପି ଅଖିଳି ସିଂହ କହିଛନ୍ତି। ପାର୍କିଂ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସମସ୍ତ […]

  • Friday, 23 July 2021
2019_12image_19_38_02257025
ଦ୍ୱିଶତକ ମାରିଲେ ଜୁନିୟର ଡ୍ରାଭିଡ୍‌

ନୂଆଦିଲ୍ଲୀ: ହିନ୍ଦୀରେ ଗୋଟେ କଥା ଅଛି “ଜିସ୍‌କା ବାପ୍ ଚଢ଼େ ଘୋଡ଼ା, ଉସକା ବେଟା ଥୋଡ଼ା ଥୋଡ଼ା।” କିନ୍ତୁ ଏଠି ଥୋଡ଼ା ନୁହେଁ ବରଂ ବଡ଼ା ଚାମ୍ପିୟନ୍। ଆମେ କହୁଛୁ ଟିମ୍‌ ଇଣ୍ଡିଆର ପୂର୍ବତନ କ୍ୟାପ୍ଟେନ୍ ରାହୁଲ୍‌ ଡ୍ରାଭିଡ୍‌ଙ୍କ ପୁଅ ସମୀତ୍‌ଙ୍କ ଡ୍ରାଭିଡଙ୍କ କଥା। ସସୀତ ଅଣ୍ଡର-୧୪ ରାଜ୍ୟସ୍ତରୀୟ ଏକ ମ୍ୟାଚ୍‌ରେ ୨୦୦ ରନ୍‌ କରିଛନ୍ତି। ଅଣ୍ଡର-୧୪ ଇଣ୍ଟର ଜୋନାଲ୍‌ ଟୁର୍ଣ୍ଣାମେଣ୍ଟରେ ଭାଇସ ପ୍ରେସିଡେଣ୍ଟ-୧୧ ଦଳ ପକ୍ଷରୁ ଖେଳୁଥିବା ସମୀତ ଧରୱାଦ୍ ଜୋନ୍‌ ଦଳ ବିପକ୍ଷରେ ୨୦୧ ରନ୍‌ର ଇନିଂସ୍ ଖେଳିଛନ୍ତି। ୨୨ ଘଣ୍ଟା ଧରି ଚାଲିଥିବା ଏହି […]

  • Friday, 23 July 2021
subrat-das
ରେକର୍ଡ କଲେ ଓଡ଼ିଆ ଖେଳାଳି

ଭୁବନେଶ୍ୱର: ଓଡ଼ିଶାର ଷ୍ଟାର୍ ସ୍ନୁକର ଖେଳାଳି ସୁବ୍ରତ ଦାସ ପାଟନାରେ ଅନୁଷ୍ଠିତ ଇଷ୍ଟ ଇଣ୍ଡିଆ ସ୍ନୁକର ଚାମ୍ପିୟନଶିପ୍ ଟାଇଟଲ୍ ଜିତି ନୂଆ ରେକର୍ଡ ସ୍ଥାପନ କରିଛନ୍ତି। ସୁବ୍ରତ ଶେଷ ୨୫ ଦିନ ଭିତରେ ତିନୋଟି ଓପନ୍ ଟାଇଟଲ୍ ଜିତି ଏହି କୀର୍ତ୍ତିମାନ କରିଛନ୍ତି। ସୋମବାର ସୁବ୍ରତ ଫାଇନାଲରେ ଝାରଖଣ୍ଡର ଉଦୀୟମାନ ଖେଳାଳି ଆଦର୍ଶ ବର୍ମାଙ୍କୁ ୫-୩ (୭୦-୨୫, ୪୦-୬୫, ୬୪-୨୩, ୫୩-୧୨, ୨୩-୬୪, ୭୧-୩୦, ୫୯-୬୯, ୬୧-୪୩)ରେ ପରାସ୍ତ କରି ଚାମ୍ପିୟନ୍ ହୋଇଛନ୍ତି। ତେବେ ସୁବ୍ରତଙ୍କ ଏହି […]

  • Friday, 23 July 2021
ce
ଦୁଇ ଦିନ ଧରି ଆସାମରେ ଫସିରହିବା ପରେ ଓଡ଼ିଶା ଫେରିଲେ କ୍ରିକେଟ୍‌ ଟିମ୍

ଭୁବନେଶ୍ୱର: ଆସାମରୁ ଫେରିଲେ ଓଡ଼ିଶା ଅଣ୍ଡର ୧୯ କ୍ରିକେଟ ଟିମ୍ ଓ ସପୋର୍ଟିଂ ଷ୍ଟାଫ୍। ୨ ଦିନ ଧରି ଆସାମରେ ଫସିରହିବା ପରେ ଗତକାଲି ସଂଧ୍ୟାରେ ଓଡ଼ିଶା ଫେରିଛନ୍ତି ଏମାନେ। କୁଚବିହାର ଟ୍ରଫି ଖେଳିବା ପାଇଁ ଆସାମ ଯାଇଥିବା ଓଡ଼ିଶା ଟିମ୍ ଗୌହାଟିରୁ ୧୦ କିଲୋମିଟର ଦୂର ଏକ ହୋଟେଲରେ ଫସିରହିଥିଲା। ନାଗରିକତା ସଂଶୋଧନ ଆଇନ ପ୍ରତ୍ୟାହାର ଦାବିରେ ଆସାମରେ ବ୍ୟାପକ ହିଂସା ଯୋଗୁ ଗୌହାଟିରୁ ୧୦ କିଲୋମିଟର ଦୂର ଏକ ହୋଟେଲରେ ୨ ଦିନ ରହିଥିଲେ […]

  • Friday, 23 July 2021
bill
ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଧୱନ୍‌ ଆଉଟ୍‌ ମୟଙ୍କ ଇନ୍

ନୂଆଦିଲ୍ଲୀ: ଆସନ୍ତା ୧୫ ତାରିଖରୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଆରମ୍ଭ ହେବାକୁଥିବା ଦିନିକିଆ ସିରିଜ୍ ପାଇଁ ଭାରତୀୟ ଟେଷ୍ଟ ଟିମ୍ ଓପ୍ନର ମୟଙ୍କ ଅଗ୍ରୱାଲଙ୍କୁ ସାମିଲ୍ କରାଯାଇଛି। ସେ ନିୟମିତ ଓପ୍ନର ଶିଖର ଧୱନଙ୍କ ସ୍ଥାନରେ ସାମିଲ୍ ହୋଇଛନ୍ତି। ଧୱନ୍ ଆହତ କାରଣରୁ ଟି-୨୦ ସିରିଜରୁ ବାଦ୍ ପଡ଼ିଥିବା ବେଳେ ଏବେ ଦିନିକିଆ ସିରିଜରୁ ମଧ୍ୟ ବାହାରି ଯାଇଛନ୍ତି। ଟି-୨୦ରେ ଧୱନଙ୍କ ସ୍ଥାନରେ ସଞ୍ଜୁ ସାମସନଙ୍କୁ ସୁଯୋଗ ମିଳିଥିଲା। ଚଳିତ ବର୍ଷ ଧୱନ୍ ପ୍ରଥମଥର ଆଘାତପ୍ରାପ୍ତ ହୋଇନାହାନ୍ତି। ଏହା […]

  • Friday, 23 July 2021
jj
ଦ୍ୱିତୀୟ ଟି-୨୦ରେ ହାରିଲା ଭାରତ

ଥିରୁଅନନ୍ତପୁରମ୍‌: ଦୁର୍ବଳ ଫିଲ୍ଡି ଓ ଖରାପ ବୋଲିଂ ସାଙ୍ଗକୁ ଲୋୟର୍ ମିଡଲ୍ ଅର୍ଡରରେ ନୈରାଶ୍ୟଜନକ ବ୍ୟାଟିଂ ଯୋଗୁ ଭାରତ ରବିବାର ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଟି-୨୦ ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ନିକଟରୁ ୮ ୱିକେଟରେ ପରାସ୍ତ ହୋଇଛି। ବିଜୟ ସହ ୱେଷ୍ଟଇଣ୍ଡିଜ୍ ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୧-୧ରେ ବରାବର କରି ଜବରଦସ୍ତ କମବ୍ୟାକ୍ କରିଛି। ସିରିଜର ନିର୍ଣ୍ଣାୟକ ତଥା ଅନ୍ତିମ ଟି-୨୦ ୧୧ ତାରିଖରେ ମୁମ୍ବାଇରେ ଖେଳାଯିବ। ଗ୍ରୀନ୍ ଫିଲ୍ଡ ଇଣ୍ଟରନ୍ୟାଶନାଲ୍ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମୁକାବିଲାରେ ୱେଷ୍ଟଇଣ୍ଡିଜ୍ […]

  • Friday, 23 July 2021
ELRh_v2UUAEUPxe
ଶୁଭମଙ୍କ ଜବରଦସ୍ତ ଅର୍ଦ୍ଧ ଶତକ ବଳରେ ୧୭୦ ରନ୍‌ରେ ଅଟକିଲା ଟିମ୍‌ ଇଣ୍ଡିଆ

ଥିରୁଅନନ୍ତପୁରମ୍‌: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଏଠାରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତ ବଡ଼ ସ୍କୋର କରିବାରେ ବିଫଳ ହୋଇଛି। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଶିବମ ଦୁବେଙ୍କ ଅର୍ଦ୍ଧଶତକୀୟ ଇନିଂସ୍ ସତ୍ତ୍ୱେ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ମାତ୍ର ୧୭୦ ରନ୍ କରିପାରିଛି। ଫଳରେ ସିରିଜକୁ ବରାବର କରିବା ପାଇଁ ୱେଷ୍ଟଇଣ୍ଡିଜକୁ ନିର୍ଦ୍ଧାରିତ ଓଭରରେ ୧୭୧ ରନ୍ କରିବାକୁ ପଡ଼ିବ। ଭାରତ ଏକ ସମୟରେ ୧୧ ଓଭରରେ ୧୦୦ରୁ ଅଧିକ ରନ୍ […]

  • Friday, 23 July 2021
kk
ଭାରତୀୟ ଭିନ୍ନକ୍ଷମ ମହିଳା କ୍ରିକେଟ ଟିମ୍‌ରେ କମାଲ୍‌ କରିବେ ୩ ଓଡ଼ିଆ

ସୁନ୍ଦରଗଡ଼(ପବନ ତିୱାରୀ): ସୁନ୍ଦରଗଡ଼ ଜିଲ୍ଲା ହକିର ଅନ୍ତୁଡ଼ିଶାଳ। ଏହି ଜିଲ୍ଲା ଆଜି ଯାଏ କେବଳ ରାଜ୍ୟ ସ୍ତରୀୟ ନୁହେଁ, ଅନ୍ତର୍ଜାତୀୟସ୍ତରର ଖେଳାଳି ବି ଦେଇଛି। କିନ୍ତୁ ଏବେ ଆଉ ଏକ ଇତିହାସ ସୃଷ୍ଟି କରିବାକୁ ଯାଉଛି ସୁନ୍ଦରଗଡ଼। ଦେଶରେ ପ୍ରଥମ ଥର ପାଇଁ ଭିନ୍ନକ୍ଷମ ମହିଳା କ୍ରିକେଟ ଟିମ୍ ଗଠନ ହୋଇଥିବା ବେଳେ ଏଥିରେ ସୁନ୍ଦରଗଡ଼ ଜିଲ୍ଲାରୁ ୩ ଜଣ ସ୍ଥାନ ପାଇଛନ୍ତି। ଏମାନେ ହେଲେ, ରାଉରକେଲାର ୩ ଦିବ୍ୟାଙ୍ଗ ଯୁବତୀ ଟି .ଧନଲକ୍ଷ୍ମୀ, ପୂଜା ରେଡ୍ଡି, […]

  • Friday, 23 July 2021
barabati
ବାରବାଟି ଦିନିକିଆ: ଘଣ୍ଟାଏ ଭିତରେ ଟିକେଟ୍‌ ଶେଷ

କଟକ: ୨୨ ତାରିଖ କଟକ ବାରବାଟୀ ମ୍ୟାଚ୍ ଲାଗି ଅନଲାଇନରେ ଟିକେଟ୍ ସରିଯାଇଛି। ମାତ୍ର ଘଣ୍ଟାକ ଭିତରେ ସବୁ ଟିକେଟ୍‌ ବିକ୍ରି ହୋଇଯାଇଛି। ଭାରତ-ୱେଷ୍ଟଇଣ୍ଡିଜ୍ ମ୍ୟାଚ୍ ଲାଗି ଆଜିଠୁ ଅନଲାଇନରେ ଟିକେଟ୍ ବିକ୍ରି ଆରମ୍ଭ ହୋଇଥିବା ବେଳେ ହଠାତ ଟିକେଟ୍ ସରିଯିବାରୁ ନିରାଶ ହୋଇଛନ୍ତି ବହୁ କ୍ରିକେଟ୍‌ ପ୍ରେମୀ। ଅନଲାଇନରେ ମୋଟ୍ ୮ ହଜାର ୧୫୦ଟି ଟିକଟ୍ ବିକ୍ରି କରାଯିବାକୁ ନିଷ୍ପତ୍ତି ହୋଇଥିଲା। ଏଥିପାଇଁ WWW.PAYTM.COM ଏବଂ WWW.INSIDER.IN ୱେବ୍‌ସାଇଟ୍‌ରେ ମାମଧ୍ୟମରେ ଟିକେଟ୍ ବିକ୍ରି ବ୍ୟବସ୍ଥା ହୋଇଥିଲା। […]

  • Friday, 23 July 2021