/odishatv-khabar/media/post_attachments/uploadimage/library/16_9/16_9_0/IMAGE_1655694257.jpg)
Roshan Mahanama
ଦେବାଳିଆ ସ୍ଥିତିରେ ଶ୍ରୀଲଙ୍କା । ଲୋକଙ୍କ ଦୁର୍ଦ୍ଦଶା ଦେଖିପାରିଲେନି ଆଉ ମାନବିକତା ଦେଖାଇଲେ ଶ୍ରୀଲଙ୍କା ବିଶ୍ୱ ବିଜୟୀ କ୍ରିକେଟ ଦଳର ସଦସ୍ୟ ତଥା ଏକଦା ବିଶ୍ୱ କ୍ରିକେଟର ଜଣେ ଦକ୍ଷ ବ୍ୟାଟସମ୍ୟାନ ରୋଶନ ମହାନାମା । ପେଟ୍ରୋଲ ପାଇଁ ଲମ୍ବା ଲାଇନରେ ଠିଆ ହୋଇଥିବା ଲୋକଙ୍କୁ ନିଜ ଖର୍ଚ୍ଚରୁ ଚାହା ସହ ବ୍ରେଡ ଓ ଖାଦ୍ୟ ଯୋଗାଇଛନ୍ତି ରୋଶନ ମହାନାମା ।
ସ୍ୱାଧୀନତା ପରଠାରୁ ଶ୍ରୀଲଙ୍କାରେ ଘୋର ଆର୍ଥିକ ସଂକଟ ସ୍ଥିତି ଦେଖାଦେଇଛି । ପରିସ୍ଥିତି ଏପରି ହେଲାଣଇ ଯେ ଖାଦ୍ୟ, ଔଷଧ ଓ ଇନ୍ଧନର ଅଭାବ ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କେଉଁଠି ପେଟ୍ରୋଲ ଓ ରନ୍ଧନ ଗ୍ୟାସ ଲାଗି ପମ୍ପ ଆଗରେ ଏକ କିଲୋମିଟର ଧରି ଲମ୍ବା ଲାଇନ ଲାଗିଛି ତ କେଉଁଠି ମେଡିସିନ ପାଇବା ଲାଗି ଲୋକେ କାକୁତିମୀନତି ହେଉଛନ୍ତି ।
ଏଭଳି ସ୍ଥିତିରେ ମାନବିକତାକୁ ଦୃଷ୍ଟିରେ ରଖି ଶ୍ରୀଲଙ୍କାବାସୀଙ୍କ ସହାୟତା ଲାଗି ଆଗେଇ ଆସିଛନ୍ତି ମହାନାମା । ପେଟ୍ରୋଲ ପମ୍ପ ଆଗରେ ଲାଗିଥିବା ଲମ୍ବା ଲାଇନକୁ ନଜରରେ ରଖି ସୁରକ୍ଷା ଦୃଷ୍ଟିକୋଣରୁ ସେନା ମୁତୟନ କରାଯାଇଛି । ସେପଟେ ଏଭଳି ସ୍ଥିତିକୁ ନଜରରେ ରଖି ଶ୍ରୀଲଙ୍କାରେ ସରକାରୀ ଅଫିସ ସାଙ୍ଗକୁ ସମସ୍ତ ଶିକ୍ଷାନୁଷ୍ଠାନକୁ ୨ ସପ୍ତାହ ଲାଗି ବନ୍ଦ ଘୋଷଣା କରାଯାଇଛି ।
We served tea and buns with the team from Community Meal Share this evening for the people at the petrol queues around Ward Place and Wijerama mawatha.
The queues are getting longer by the day and there will be many health risks to people staying in queues. pic.twitter.com/i0sdr2xptI— Roshan Mahanama (@Rosh_Maha) June 18, 2022
ମହାନାମା ଆହୁରି କହିଛନ୍ତି ଯେ, " ଇନ୍ଧନ ଧାଡିରେ ଛିଡାହୋଇଥିବା ଲୋକେ ଦୟାକରି ପରସ୍ପରର ଯତ୍ନ ନିଅନ୍ତୁ । ସମସ୍ତେ ପର୍ଯ୍ୟାପ୍ତ ପରିମାଣର ଇନ୍ଧନ ଏବଂ ଖାଦ୍ୟ ଆଣନ୍ତୁ । ଯଦି ଆପଣ ଅସୁବିଧାରେ ଅଛନ୍ତି, ତେବେ ଦୟାକରି ନିକଟତମ ବ୍ୟକ୍ତିଙ୍କ ନିକଟକୁ ଯାଇ ସାହାଯ୍ୟ ମାଗନ୍ତୁ । ଯଦି ସାହାଯ୍ୟ ନ ମିଳେ ତେବେ ୧୯୯୦ କୁ କଲ କରନ୍ତୁ। ଦେଶର ଏଭଳି ସଂକଟ ସ୍ଥିତିରେ ସମସ୍ତେ ପରସ୍ପରକୁ ସାହାଯ୍ୟ କରିବାକୁ ପଡ଼ିବ”।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)