Advertisment

ଟିମ୍ ଇଣ୍ଡିଆର ଜବରଦସ୍ତ କମବ୍ୟାକ୍: ଶେଷ ମ୍ୟାଚ୍‌ ଫାଇନାଲ ଟକ୍କର

ଆଭେସ ଖାନ୍‌ଙ୍କ ଫାଷ୍ଟ ବୋଲିଂ ଆଗରେ ଗୋଟିଏ ପରେ ଗୋଟିଏ ଖେଳାଳୀ ପାଭିଲିୟନ୍ ଫେରିଥିଲେ।

author-image
Chandan Shishu
ଅଦ୍ୟତନ ହୋଇଛି
IND vs SA

IND vs SA

ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌ରେ ଟିମ୍ ଇଣ୍ଡିଆର ଜବରଦସ୍ତ କମବ୍ୟାକ୍। ରାଜକୋଟ T20 ମ୍ୟାଚ୍‌ରେ ଭାରତୀୟ ବୋଲରଙ୍କ ସମ୍ମୁଖରେ ଧରାଶାୟୀ ଦକ୍ଷିଣ ଆଫ୍ରିକା ଟିମ୍। ଆଜି ଖେଳାଯାଇଥିବା ମ୍ୟାଚ୍‌ରେ ୮୨ ରନ୍‌ରେ ଦକ୍ଷିଣ ଆଫ୍ରିକାକୁ ହରାଇଛି ରିଷବ ଆଣ୍ଡ କୋ। ୧୭୦ ରନ୍‌ର ପିଛା କରୁଥିବା ଭମ୍ରଣକାରୀ ଟିମ୍ ମାତ୍ର ୮୭ ରନ୍ କରିବାରେ ସମ୍ଭବପର ହୋଇଛି।

Advertisment

ଆଭେସ ଖାନ୍‌ଙ୍କ ଫାଷ୍ଟ ବୋଲିଂ ଆଗରେ ଗୋଟିଏ ପରେ ଗୋଟିଏ ଖେଳାଳୀ ପାଭିଲିୟନ୍ ଫେରିଥିଲେ। ସେହିପରି ଚହଲଙ୍କୁ ଦୁଇଟି, ଅକ୍ସର ଓ ହର୍ଷଲ ପଟେଲଙ୍କୁ ଗୋଟିଏ ଲେଖାଏଁ ଓ଼୍ବିକେଟ୍ ମିଳିଛି। ପରିସ୍ଥିତି ଏପରି ହୋଇଥିଲା କି କୌଣସି ବି ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ୍ ୨୦ ରନ୍‌ରୁ ଅଧିକ କରିପାରିନଥିଲେ। ଆଜିର ମ୍ୟାଚ୍ ଜିତିବା ପରେ ସିରିଜ୍‌ରେ ବରାବର ସ୍ଥିତିରେ ପହଞ୍ଚିଛି ଟିମ୍ ଇଣ୍ଡିଆ। 

India Vs SA T20
Advertisment
Advertisment