• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ରଣଜୀ ଟ୍ରଫିରେ ଇତିହାସ ରଚିଲା ମଧ୍ୟପ୍ରଦେଶ । ପ୍ରଥମ ଥର ପାଇଁ ଦଳ ଏହି ସମ୍ମାନ ଜନକ ଟ୍ରଫି ହାତେଇଛି । ବେଙ୍ଗଳୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ୍‌ରେ ୪୧ ଥରର ଚାମ୍ପିଅନ୍ ମୁମ୍ବାଇକୁ ୬ ଓ୍ୱିକେଟ୍‌ରେ ହରାଇ ଟାଇଟଲ୍ ହାସଲ କରିଛି ।

ଆଜି ପଞ୍ଚମ ଦିନରେ ମୁମ୍ବାଇ ୨୬୯ ରନ୍ରେ ଦ୍ୱିତୀୟ ଇନିଂସ ଶେଷ କରିବା ସହ ମଧ୍ୟପ୍ରଦେଶ ଆଗରେ ୧୦୮ ରନ୍‌ର ବିଜୟ ଲକ୍ଷ୍ୟ ରଖିଥିଲା । ମଧ୍ୟପ୍ରଦେଶ ୪ ଓ୍ୱିକେଟ୍ ହରାଇ ମାତ୍ର ୨୯ ଓଭର ୫ ବଲ୍‌ରେ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା ।

ସେହିପରି ଦ୍ୱିତୀୟ ଇନିଂସ୍‌ରେ ମଧ୍ୟପ୍ରଦେଶ ପକ୍ଷରୁ ହିମାଂଶୁ ମନ୍ତ୍ରୀ ସର୍ବାଧିକ ୩୭ ରନ୍ କରିଥିବା ବେଳେ ମୁମ୍ବାଇ ପକ୍ଷରୁ ସାମ୍‌ସ ମୁଲାନୀ ସର୍ବାଧିକ ୩ଟି ଓ୍ୱିକେଟ୍ ନେଇଥିଲେ ।

ପୂର୍ବରୁ ସର୍ଫରାଜ ଖାନ୍‌ଙ୍କ ଦମ୍‌ଦାର ୧୩୪ ରନ୍ ବଳରେ ମୁମ୍ବାଇ ପ୍ରଥମ ଇନିଂସରେ ୩୭୪ ରନ୍ କରିଥିଲା । ଜବାବରେ ମଧ୍ୟପ୍ରଦେଶ ମଧ୍ୟ ପ୍ରଥମ ଇନିଂସରେ ଜବରଦସ୍ତ ପ୍ରଦର୍ଶନ କରିଥିଲା । ମଧ୍ୟପ୍ରଦେଶ ପକ୍ଷରୁ ୟସ୍ ଦୁବେ ୩ ଜଣ ଖେଳାଳି ପ୍ରଥମ ଇନିଂସରେ ଶତକ ଲଗାଇଥିଲେ। ସୁଭମ ଶର୍ମା ସର୍ବାଧିକ ୧୩୩ ରନ୍ କରିଥିବା ବେଳେ ୧୧୬ ଏବଂ ରଜତ ପାଟିଦାର ୧୨୨ ରନ୍‌ର ଇନିଂସ ଖେଳିଥିଲେ । ଶୁଭମ ଶର୍ମାଙ୍କୁ ମ୍ୟାନ୍ ଅଫ୍ ଦ ଫାଇନାଲ୍ ଘୋଷଣା କରାଯାଇଥିବା ବେଳେ ସର୍ଫରାଜ୍ ଖାନ୍ ମ୍ୟାନ୍ ଅଫ୍ ଦ ସିରିଜ ହୋଇଥିଲେ ।