Advertisment

ଅଲମ୍ପିଆନ୍ ଦୂତୀ ଚାନ୍ଦ ବି ହୋଇଥିଲେ ରାଗିଂର ଶିକାର, କହିଲେ- ‘କାହାକୁ କହି ହେଉନଥିଲା କି ସହି ହେଉନଥିଲା’

ଭୁବନେଶ୍ୱର ସ୍ପୋର୍ଟସ୍‌ ହଷ୍ଟେଲ୍‌ରେ ଅଲମ୍ପିଆନ୍ ଦୂତୀ ଚାନ୍ଦଙ୍କୁ ରାଗିଂ କରାଯାଇଥିଲା। ଏଭଳି ଘଟଣା କାହାକୁ କହି ହେଉନଥିଲା କି ସହି ହେଉନଥିଲା ବୋଲି ଦୂତୀ ସୋସି‌ଆଲ୍ ମିଡିଆରେ କମେଣ୍ଟ ଦେଇ ଲେଖିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Athlete Dutee Chand Also Faced Ragging

Athlete Dutee Chand Also Faced Ragging

ଅଲମ୍ପିଆନ୍ ଦୂତୀ ଚାନ୍ଦଙ୍କ ସହ ବି ହୋଇଥିଲା ରାଗିଂ। ଭୁବନେଶ୍ୱର ସ୍ପୋର୍ଟସ୍‌ ହଷ୍ଟେଲ୍‌ରେ ତାଙ୍କ ସହ ରାଗିଂ କରାଯାଇଥିଲା। ୨୦୦୬ରୁ ୨୦୦୮ ମସିହା ଯାଏ କ୍ୟାରିୟର ଆରମ୍ଭ କରୁଥିବା ବେଳେ ଦୂତୀ ସ୍ପୋର୍ଟସ୍‌ ହଷ୍ଟେଲ୍‌ରେ ରହୁଥିଲେ। ଏହି ସମୟରେ ତାଙ୍କୁ ସିନିୟର ଖେଳାଳି ରାଗିଂ କରିଥିଲେ। 

Advertisment

ହଷ୍ଟେଲ୍‌ରେ ସିନିୟରଙ୍କ ବଡି ମସାଜ୍ କରିବା, କପଡ଼ା ଧୋଇବା ଭଳି କାମ ସେ କରିଛନ୍ତି। ଯଦି, ସିନିୟରଙ୍କ କଥା ଶୁଣିବେନି ତେବେ ଆହୁରି ନିର୍ଯାତନା ସହିବାକୁ ପଡ଼ୁଥିଲା। ପରିବାରର ଅବସ୍ଥା, ଆର୍ଥିକ ସ୍ଥିତିକୁ ନେଇ ବି କମେଣ୍ଟ ମାରୁଥିଲେ ସିନିୟର ଖେଳାଳି। ଏସମ୍ପର୍କରେ ଅଭିଯୋଗ କରିବା ପରେ ବି କେହି ଶୁଣିନଥିଲେ ବୋଲି ଦୂତୀ କହିଛନ୍ତି। 

ହଷ୍ଟେଲ୍ ଇନଚାର୍ଜଙ୍କୁ ଜଣାଇବା ପରେ ବି ସେ ଗାଳି ଗୁଳଜ କରି ଏହାକୁ ଚୁପ୍‌ଚାପ୍‌ ସହିବାକୁ କହୁଥିଲେ। ଏଭଳି ଘଟଣା କାହାକୁ କହି ହେଉନଥିଲା କି ସହି ହେଉନଥିଲା ବୋଲି ଦୂତୀ ସୋସି‌ଆଲ୍ ମିଡିଆରେ କମେଣ୍ଟ ଦେଇ ଲେଖିଛନ୍ତି। ଏସମ୍ପର୍କରେ ଆମ ରିପୋର୍ଟର ଦୂତି ଚାନ୍ଦଙ୍କ ସହ ଆଲୋଚନା କରିଥିଲେ। ଦୂତୀ ଘଟଣାକୁ ସ୍ୱୀକାର କରିବା ସହ ଅଙ୍ଗେ ନିଭାଇଥିବା କଥାକୁ ଓଟିଭି ସହ ବାଣ୍ଟିଛନ୍ତି। 

Advertisment

ଜାଣନ୍ତୁ, ଦୂତୀ ଏନେଇ କ’ଣ କହୁଛନ୍ତି...

ସେପଟେ ଦୂତୀଙ୍କ ଅଭିଯୋଗ ନେଇ ଖବର ଲେଖାଯିବା ସୁଦ୍ଧା ଭୁବନେଶ୍ୱର ସ୍ପୋର୍ଟସ୍‌ ହଷ୍ଟେଲ୍ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି। ା

Ragging Dutee Chand Athlete Dutee Chand
Advertisment
Advertisment