• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଚମକିଛନ୍ତି ଓଡ଼ିଆ ଖେଳାଳି । ଖେଲୋ ଇଣ୍ଡିଆ ପ୍ରତିଯୋଗିତାରେ ଯାଜପୁରର ଆଦିବାସୀ ଝିଅ ନାମସୀ ଜାରିକା । ଓଡ଼ିଶା ଜୁନିଅର ହକି ଦଳର ଅଧିନାୟକତ୍ୱ କରି ରୌପ୍ୟ ପଦକ ହାସଲ କରିଛନ୍ତି । ସେପଟେ ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ବଡ଼ପୋଷୀ ଗ୍ରାମର ଲାସ୍ୟମୟୀ ମହାନ୍ତ ଜାତୀୟ ଭଳିବଲ ଦଳରେ ସଦସ୍ୟ ହୋଇ ଥାଇଲାଣ୍ଡରେ ହୋଇଥିବା ପ୍ରତିଯୋଗିତାରେ ଭାରତ ପାଇଁ ଖେଳିଛନ୍ତି । ନିଜ ନିଜ ଜନ୍ମ ମାଟିକୁ ଫେରିବା ପରେ ଏହି ଦୁଇ ଖେଳାଳିଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି ।

ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ବେଲହାରୀ ଗ୍ରାମର ଆଦିବାସୀ ଝିଅ ନାମସି ଜାରିକା । ବାପ ଛେଉଣ୍ଡ ନାମସୀଙ୍କ ପିଲାଟି ଦିନରୁ ଖେଳ ପ୍ରତି ଥିଲା ବେଶ ଆଗ୍ରହ । ବହୁ କଷ୍ଟରେ ହକି ଖେଳ ପ୍ରତି ଆଗ୍ରହ ରଖିଥିବା ନାମସୀ ୨୦୧୪ ମସିହାରେ ରାଉରକେଲା ସ୍ଥିତ ପାନପୋଷ କ୍ରୀଡ଼ା ଛାତ୍ରାବାସରୁ ଆରମ୍ଭ କରିଥିଲେ ଅଭିଯାନ । ପରେ ୨୦୧୯ ମସିହାରେ ନାଭାଲ ଟାଟା ହକି ଏକାଡେମୀ ଦ୍ୱାରା ଚୟନ ହୋଇ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ କରିଥିଲେ ଅଭ୍ୟାସ । ସଦ୍ୟ ସମାପ୍ତ ଖେଲୋ ଇଣ୍ଡିଆ ୟୁଥ୍ ହକି ଚାମ୍ପିଅନସିପରେ ଓଡ଼ିଶାର ଅଧିନାୟକତ୍ୱ କରି ସେ ରୌପ୍ୟ ପଦକ ହାସଲ କରିଛନ୍ତି । ଆଗକୁ ଦେଶ ପାଇଁ ଖେଳିବା ଲାଗି ସେ ଆଶା ରଖିଛନ୍ତି । ସେପଟେ ନାମସୀଙ୍କ ଏହି ସଫଳତା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।

ସେହପିର ଆଉ ଜଣେ ସଫଳ ଆଦିବାସୀ ମହିଳା ଭଲିବଲ ଖେଳାଳି ହେଲେ ମୟୁରଭଞ୍ଜ ଠାକୁରମୁଣ୍ଡା ବ୍ଲକ ବଡ଼ପୋଷୀ ଗ୍ରାମର ଲାସ୍ୟମୟୀ ମହାନ୍ତ । ୧୮ ବର୍ଷରୁ କମ ଉଦୀୟମାନ ଭଳିବଲ ଖେଳାଳି ଭାବେ ସେ ଭାରତ ପାଇଁ ଖେଳି ଥାଇଲାଣ୍ଡରୁ ଫେରିଛନ୍ତି । ୧୮ ବର୍ଷରୁ କମ ଉଦୀୟମାନ ଜାତୀୟ ଭଲିବଲ ଖେଳାଳି ଲାସ୍ୟମୟୀ ମହାନ୍ତ ଓଡ଼ିଶାର ଏକମାତ୍ର ମହିଳା । ଯିଏ କି ଅନ୍ତର୍ଜାତୀୟ ସ୍ତରରେ ସୁଯୋଗ ପାଇଛନ୍ତି । ଜନ୍ମ ମାଟିକୁ ଫେରିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯିବା ସହ ସମ୍ବର୍ଦ୍ଧିତ କରାଯାଇଛି । ବହୁ କଷ୍ଟରେ ସେ ଆଜି ଏତେ ଦୂର ଆସିଛନ୍ତି । ଆଗକୁ ସୁଯୋଗ ମିଳିଲେ ଭାରତ ପାଇଁ ଅନେକ ଅନ୍ତର୍ଜାତୀୟ ମ୍ୟାଚ ଖେଳିବେ ବୋଲି ଆଶା ରଖିଛନ୍ତି ଲାସ୍ୟମୟୀ ।

ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ଏବେ ସ୍ପୋର୍ଟ ହବ ପାଲଟିଛି । ଆଉ ଦିନକୁ ଦିନ ଆମ ରାଜ୍ୟରୁ ଅନେକ ପ୍ରତିଭା ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ନାମ କଲେଣି । ଆଗକୁ ଏହି ଧାରା ଜାରି ରହିବ । ଏ ନେଇ ଆଶା ରଖିଛନ୍ତି କୋଚ ।


ଲାସ୍ୟମୟୀ ମହାନ୍ତି ଜାତୀୟ ଭଲିବଲ୍ ଟିମ୍ରେ ସାମିଲ