• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ ପାଇଁ ଘୋଷଣା ହେଲା ଭାରତୀୟ ମହିଳା ହକି ଟିମ୍ । ୧୮ ଜଣିଆ ଟିମ୍ ରେ ଓଡିଆ ଝିଅ ଦୀପ୍ ଗ୍ରେସ ଏକ୍କାଙ୍କୁ ମିଳିଛି ଗୁରୁ ଦାୟିତ୍ୱ । ଦୀପ ଗ୍ରେସ୍ ଏକ୍କାଙ୍କୁ ଭାରତୀୟ ମହିଳା ହକି ଟିମ୍ ର ଉପ ଅଧିନାୟକ ଭାବେ ଚୟନ କରାଯାଇଛି । ଏଥିପାଇଁ ଟ୍ୱିଟ କରି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସବିତା ପୁନିଆଙ୍କୁ କ୍ୟାପଟେନ ଦାୟିତ୍ୱ ଦିଆଯାଇଛି । ତାଙ୍କ ନେତୃତ୍ୱରେ ଏହି ଟିମ୍ ବର୍ମିଂହାମ୍‌ରେ ଅନୁଷ୍ଠିତ ହେବାକୁ ଥିବା କମନ୍‌ୱେଲ୍ଥ ଗେମ୍ ରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛି ।