• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଟୋକିଓ ଅଲିମ୍ପିକ୍ସରେ କଠିନ ପରିଶ୍ରମ କରି ସ୍ୱର୍ଣ୍ଣ ପଦକ ଜିତିଥିବା ନୀରଜ ଚୋପ୍ରା ପୁଣି ଥରେ କମାଲ୍‌ ଦେଖାଇଛନ୍ତି । ସେ ନିଜେ ନିଜ ରେକର୍ଡ ଭାଙ୍ଗିଛନ୍ତି ଓ ଜାଭଲିନ୍ ଥ୍ରୋରେ ସେ ନୂଆ ଜାତୀୟ ରେକର୍ଡ ସୃଷ୍ଟି କରିଛନ୍ତି । ସ୍ୱିଡେନର ରାଜଧାନୀ ଷ୍ଟକହୋମରେ ଚାଲିଥିବା ଷ୍ଟକହୋମ ଡାଇମଣ୍ଡ ଲିଗରେ ନୀରଜ ଚୋପ୍ରା ଚମତ୍କାର ପ୍ରଦର୍ଶନ କରିଛନ୍ତି।

ଏହି ପ୍ରତିଯୋଗିତାର ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ସେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ପ୍ରଥମ ପ୍ରୟାସରେ ୮୯ ଦଶମିକ ୯୪ ମିଟର ଥ୍ରୋ କରି ରୌପ୍ୟ ପଦକ ପାଇଛନ୍ତି । ତେବେ ସେ ୯୦ ମିଟର ପର୍ଯ୍ୟନ୍ତ ପହଞ୍ଚି ପାରିନଥିଲେ । ୯୦ ମିଟର ମାର୍କରୁ ମାତ୍ର ୬ ସେଣ୍ଟିମିଟର ଦୂରତାରେ ଅଟକି ଯାଇଥିଲେ । ୯୦ ମିଟର ଦୂର ପହଞ୍ଚି ପାରିଥିଲେ ସେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ।

ଇଭେଣ୍ଟ ଶେଷ ହେବା ପରେ ନୀରଜ ଚୋପ୍ରା କହିଛନ୍ତି ଯେ 'ପ୍ରଥମ ଥ୍ରୋ ପରେ ମୁଁ ଭାବିଲି ଆଜି ମୁଁ ୯୦ମିଟରରୁ ଅଧିକ ଫିଙ୍ଗି ପାରିବି । କିନ୍ତୁ ଅଳ୍ପରେ ଥ୍ରୋ ହୋଇପାରିଲା ନାହିଁ, ତଥାପି ଠିକ ଅଛି । କାରଣ ଏହି ବର୍ଷ ଆହୁରି ଅନେକ ପ୍ରତିଯୋଗିତା ରହିଛି ।

ସୂଚନାଯୋଗ୍ୟ ପୂର୍ବରୁ ନୀରଜ ଚୋପ୍ରା ଟୋକିଓ ଅଲିମ୍ପିକ୍ସରେ ୮୭ଦଶମିକ ୫୮ ମିଟର ଫିଙ୍ଗି ଭାରତ ପାଇଁ ଆଥଲେଟିକ୍ସରେ ପ୍ରଥମ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ସ୍ୱିଡେନରେ ସଫଳତା ପରେ ନୀରଜଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କର ନଜର ରହିଛି ।