• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆୟର୍ଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-ଟ୍ୱେଣ୍ଟି ଜିତିବା ସହ ସିରିଜ୍ କବ୍‌ଜା କଲା ଟିମ୍ ଇଣ୍ଡିଆ । ଦ୍ୱିତୀୟ ଟି-ଟ୍ୱେଣ୍ଟିରେ ଭାରତ ଆୟର୍ଲାଣ୍ଡକୁ ୪ ଓ୍ୱିକେଟ୍‌ରେ ପରାସ୍ତ କରିଛି । ଏଥିସହ ଦୁଇ ଟିକିଆ ସିରିଜ୍‌କୁ ୨-୦ରେ ଜିତି ନେଇଛି ମେନ୍ ଇନ୍ ବ୍ଲୁ ।

ଦୁବ୍ଲିନ୍‌ରେ ଖେଳାଯାଇଥିବା ଦ୍ୱିତୀୟ ଟି-ଟ୍ୱେଣ୍ଟିରେ ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ୱିକେଟ୍ ହରାଇ ୨୨୫ ରନ୍ କରିଥିଲା । ଭାରତ ପକ୍ଷରୁ ଦୀପକ ହୁଡ୍ଡା ସର୍ବାଧିକ ୧୦୪ ରନ୍ କରିଥିବା ବେଳେ ସଞ୍ଜୁ ସାମ୍‌ସନ୍ କରିଥିଲେ ୭୭ ରନ୍ । ୨୨୬ ରନ୍‌ର ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇ ଥିବା ଆୟର୍ଲାଣ୍ଡ କଡ଼ା ଟକ୍କର ଦେଇଥିଲା ।

ତେବେ ନିର୍ଦ୍ଧାରିତ ଓଭରରେ ୫ ଓ୍ୱିକେଟ୍ ହରାଇ ଦଳ ୨୨୧ ରନ୍ କରିପାରିଥିଲା । ଏହି ମ୍ୟାଚ୍‌ରେ ଭାରତର ସଞ୍ଜୁ ସାମ୍‌ସନ୍-ଦୀପକ ହୁଡ୍ଡା ଯୋଡ଼ି ଏକ ବିଶ୍ୱ ରେକର୍ଡ କରିଛନ୍ତି । ଟି-ଟ୍ୱେଣ୍ଟି ଇଣ୍ଟରନାସନାଲ୍‌ରେ ଦ୍ୱିତୀୟ ଓ୍ୱିକେଟ୍‌ରେ ୧୭୬ ରନ୍‌ର ସବୁଠୁ ବଡ଼ ପାର୍ଟନରସିପ୍ କରି ବିଶ୍ୱ ରେକର୍ଡ କରିଛନ୍ତି ଏହି ଯୋଡ଼ି ।

ଏହି ମ୍ୟାଚ୍‌ରେ ଭାରତୀୟ ଦଳର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ପ୍ରଥମ ମ୍ୟାଚ୍‌କୁ ଜିତି ଟିମ ଇଣ୍ଡିଆ ୧-୦ରେ ଆଗୁଆ ରହିଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ ପାଇଁ ଦଳରେ ୩ଟି ପରିବର୍ତ୍ତନ କରାଯାଇଥିଲା । ଆହତ ଯୋଗୁ ଋତୁରାଜ ଗାଏକ୍ୱାଡ ମ୍ୟାଚ୍ ଖେଳିନଥିବା ବେଳେ ତାଙ୍କ ବଦଳରେ ସଞ୍ଜୁ ସାମସନ ସୁଯୋଗ ପାଇଥିଲେ । ସେହିପରି ଆଭେଶ ଖାନଙ୍କ ବଦଳରେ ହର୍ଷଲ ପଟେଲ ଓ ୟୁଜବେନ୍ଦର ଚହଲଙ୍କ ବଦଳରେ ରବି ବିଷ୍ଣୋଇ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଥିଲେ । ଅନ୍ୟପଟେ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ପ୍ରଥମଥର ପାଇଁ କୌଣସି ସିରିଜ ଖେଳୁଛି । ତେଣୁ ଏହି ସିରିଜ୍‌ ଜିତିବା ପରେ ପାଣ୍ଡ୍ୟା ମଧ୍ୟ ଏକାଧିକ ରେକର୍ଡର ଅଧିକାରୀ ହୋଇଛନ୍ତି ।