IND vs SA T20
ଲଗାତାର ଦୁଇଟି ମ୍ୟାଚ୍ରେ ପରାଜୟ ପରେ ଟିମ୍ ଇଣ୍ଡିଆର ପ୍ରଥମ ବିଜୟ ହୋଇଛି । ବିଶାଖାପାଟଣାରେ ସାଉଥ୍ ଆଫ୍ରିକାକୁ ୪୮ ରନ୍ରେ ହରାଇଲା ମ୍ୟାନ୍ ଇନ୍ ବ୍ଲୁ । ରୁତୁରାଜ୍ ଗାଇକ୍ୱାଡ୍ ଓ ଇଶାନ କିଶାନଙ୍କ ଅର୍ଦ୍ଧଶତକ, ହର୍ଷାଲ ପଟେଲଙ୍କୁ ସର୍ବାଧିକ ୪ଟି ୱିକେଟ୍ ବଳରେ ଟିମ୍ ଇଣ୍ତିଆ ବିଜୟର ସ୍ୱାଦ ଚାଖିଛି । ୫ଟିକିଆ ଟି-ଟ୍ୱେଣ୍ଟି ସିରିଜ୍ରେ ଭାରତ ୨-୧ରେ ପଛୁଆ ରହିଛି । ଆସନ୍ତା ୧୭ରେ ରାଜ୍କୋଟ୍ରେ ଚତୁର୍ଥ ଟି-ଟ୍ୱେଣ୍ଟି ମୁକାବିଲା. ହେବ ।
ବିଜୟ ସହ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜକୁ କମବ୍ୟାକ କରିଛି ଟିମ୍ ଇଣ୍ଡିଆ। ଦିଲ୍ଲୀ ଓ କଟକରେ ହାରିଥିବା ଋଷଭ ପନ୍ତଙ୍କ କ୍ୟାପ୍ଟେନ୍ସିପ୍ରେ ଇଣ୍ଡିଆ ଗତକାଲି ବିଶାଖାପଟନମରେ ବିଜୟ ବାନା ଉଡ଼ାଇଛି । ଉଭୟ ବ୍ୟାଟିଂ ଓ ବୋଲିଂରେ କମାଲ କରି ଦକ୍ଷିଣ ଆଫ୍ରିକାକୁ ୪୮ ରନରେ ହରାଇଛି ଦଳ। ପନ୍ତଙ୍କ କ୍ୟାପ୍ଟେନ୍ସିରେ ଏହା ଭାରତର ପ୍ରଥମ ବିଜୟ।
ସେହିପରି ଏହି ବିଜୟ ସହ ୫ ଟିକିଆ ଟି-୨୦ ସିରିଜ୍ ୧-୨କୁ ସ୍ଥିତିକୁ ଆସିଯାଇଛି। ଏବେ ରାଜକୋଟ ଓ ବେଙ୍ଗାଲୁରୁ ମ୍ୟାଚ୍ ଉପରେ ସମସ୍ତଙ୍କ ନଜର। ପ୍ରଥମେ ବ୍ୟାଟିଂ କରି ଭାରତ ୫ ୱିକେଟ ହରାଇ ୧୭୯ ରନ କରିଥିଲା। ଏହାର ଜବାବରେ ଦକ୍ଷିଣ ଆଫ୍ରିକା ୧୩୧ ରନରେ ଅଲଆଉଟ ହୋଇଯାଇଛି। ୪ ଓଭର୍ରେ ୨୦ ରନ୍ ଦେଇ ୩ ୱିକେଟ ସହ ୨ଟି କ୍ୟାଚ୍ ଧରିଥିବା ଭାରତର ୟୁଜବେନ୍ଦର ଚହଲ ମ୍ୟାନ ଅଫ ଦି ମ୍ୟାଚ୍ ପୁରସ୍କାର ପାଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)