କେନ୍ଦ୍ରାପଡ଼ାରେ ଜମୁଛି ପୌର ନିର୍ବାଚନ ପାଇଁ ପ୍ରଚାର । ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ପ୍ରାର୍ଥୀ । ପୌର ନିର୍ବାଚନ ଲାଗି ମାଲକାନଗିରିରେ ଜୋର ଧରିଛି ପ୍ରଚାର । ଦିନରାତି ଏକ କରି ନେତା ଭୋଟ୍ ମାଗୁଛନ୍ତି ଘରକୁ ଘର ବୁଲିବା ସହ ରୋଡ୍ ସୋ କରି ଭୋଟରଙ୍କୁ ଆକର୍ଷିତ କରୁଛନ୍ତି ପ୍ରାର୍ଥୀ ଡହ ଡହ ଖରାକୁ ଖାତିର ନ କରି କଂଗ୍ରେସର ପ୍ରାର୍ଥୀମାନେ ଆଜି ପ୍ରଚାର କରିଛନ୍ତି
ବଡ଼ବିଲ ପୌରାଧ୍ୟକ୍ଷ ପ୍ରାର୍ଥୀ ବ୍ରହ୍ମାନନ୍ଦ ପାଢ଼ୀ । ସେ ପାଗଳା ନନା ଭାବେ ବଡ଼ବିଲରେ ବେଶ୍ ପରିଚିତ । ପେଷାରେ ସେ ହେଉଛନ୍ତି ଜଣେ ପୂଜକ । ବଡ଼ବିଲ ଚେୟାରମ୍ୟାନ ହେବାକୁ ତାଙ୍କର ପ୍ରବଳ ଇଛା
ବରଗଡ଼ରେ ଯୁଆଡ଼େ ଚାହିଁବ ଭଙ୍ଗା, ମୁକୁଳା...ଉଚ୍ଛୁଳା ଡ୍ରେନ୍ । ସ୍ୱଚ୍ଛ ବରଗଡ଼, ସବୁଜ ବରଗଡ଼ର ସ୍ଳୋଗାନକୁ ଉପହାସ କରି ସେଇ ପାଖରେ ଏବଂ ଗଳି ଗଳିରେ କୁଢ଼ କୁଢ଼ ଅଳିଆ ଆବର୍ଜନା ପଡ଼ି ରହିଛି । କେବଳ ୧ ନମ୍ବର ଓ୍ୱାର୍ଡର କେଶବ ନଗର ନୁହେଁ, ଅଳ୍ପ ବହୁତେ ବରଗଡ଼ ସହରର ଅଧିକାଂଶ ଓ୍ୱାର୍ଡରେ ପରିମଳର ଏହିଭଳି ସ୍ଥିତି ।
ପୌର ନିର୍ବାଚନରେ ବିଜେଡ଼ି ଉପରେ ବିରୋଧୀଙ୍କ ପ୍ରସଙ୍ଗ ରାଜନୀତି କାମ ଦେବ ତ?
ଯୋଡ଼ା ଓ ବଡ଼ବିଲରେ ସ୍ୱାଧୀନ ପୌରାଧ୍ୟକ୍ଷ ପ୍ରାର୍ଥୀଙ୍କ ଏକଲାଚୋଲ ପ୍ରଚାର । ଜିତିବାକୁ ମନରେ ରହିଛି ଦୃଢ ଇଛା । ନା ଅଛନ୍ତି କର୍ମୀ ନା ସମର୍ଥକ, ସ୍କୁଟି ଧରି ଘରକୁ ଘର ବୁଲି କରୁଛନ୍ତି ଭୋଟ ଭିକ୍ଷା ।
ଭୋଟରଙ୍କୁ ପଦ୍ମଫୁଲ ଦେଇ ଭୋଟଭିକ୍ଷା କରୁଛନ୍ତି ବାରିପଦା ସହର ୩ ନମ୍ବର ୱାର୍ଡର ବିଜେପି କାଉଁସିଲର୍ ପ୍ରାର୍ଥି।
ଦଳୀୟ ଅଙ୍କକଷା ଓ ପ୍ରାର୍ଥୀଙ୍କ ଘମାଘୋଟ ପ୍ରଚାର ଭିତରେ ପ୍ରାର୍ଥୀଙ୍କ ପାଇଁ ଅଡୁଆ ସୃଷ୍ଟି କରୁଛି ପୌରାଂଚଳର ବିଭିନ୍ନ ସମସ୍ୟା । ଭେଣ୍ଡିଂ ଜୋନର ବ୍ୟବସ୍ଥା ନଥିବାରୁ ଆଜିବି ରାସ୍ତା କଡରେ ବସି ବ୍ୟବସାୟ କରୁଛନ୍ତି ଉଠା ଦୋକାନୀ । ଅନେକ ୱାର୍ଡରେ କେନ୍ଦ୍ର ସରକାରଙ୍କ ଆବାସ ଯୋଜନା ବାଟବଣା ହୋଇଥିବା ଅଭିଯୋଗ ହେଉଛି ।
କଂଗ୍ରେସ-ବିଜେଡି-ବିଜେପି ସମସ୍ତେ ଛକାଛକି। ହାତେଇବାକୁ ବସିଛନ୍ତି ଭୁବନେଶ୍ୱର ମେୟର ପଦବୀ। ନୂଆ ପ୍ରାର୍ଥୀ ଦେଇ କରୁଛନ୍ତି ପ୍ରଚାର। କିଏ ଖଟିରେ ତ ଆଉ କିଏ ପାର୍କରେ କରୁଛି କ୍ୟାମ୍ପେନିଂ। ଆଜି ଆମେ ଆପଣଙ୍କୁ କହୁଛୁ ବିଜେପିର ଡ. ସୁନୀତି ମୁଣ୍ଡଙ୍କ ବିଷୟରେ ଅନେକ କଥା...
ଆପଣମାନେ ଜାଣନ୍ତି କି କ’ଣ ରହିଛି ବିଜେଡି ପ୍ରାର୍ଥୀଙ୍କ ରାଜନୈତିକ କ୍ୟାରିଅର? ତାଙ୍କର ଶିକ୍ଷାଗତ ଯୋଗ୍ୟତା କଣ? କେବେ ଓ କେମିତି ରାଜନୀତିକୁ ଆସିଲେ? ଆସନ୍ତୁ ଜାଣିବା ଭୁବନେଶ୍ୱରର ବିଜେଡି ମେୟର ପ୍ରାର୍ଥୀଙ୍କ ବିଷୟରେ
ବିଜେଡିରୁ ସଂଘମିତ୍ରା ଦଳେଇ ମେୟର ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ମଞ୍ଜୁ ରଥ । ସେପଟେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ସବିତା ସୁଆର ।
ପୌର ନିର୍ବାଚନ ପ୍ରଚାରରେ କଂପୁଛି ସହରର ଗଳିକନ୍ଦି । ନେତା ଓ ସମର୍ଥକଙ୍କୁ ଧରି ଭୋଟରକୁ ମନାଇବାକୁ ମଇଦାନରେ ପ୍ରାର୍ଥୀ । ପଞ୍ଚାୟତ ପରେ କଣ ହେବ ପୌର ନିର୍ବାଚନ ଫଳାଫଳ ।
୨୪ ତାରିଖରେ ପଡିବ ଭୋଟ । ପ୍ରଚାର ପାଇଁ ହାତରେ ମାତ୍ର ୬ ଦିନ । ତେଣୁ କ୍ୟାମ୍ପେନିଂକୁ ଜୋରଦାର କରିଛନ୍ତି ସବୁ ଦଳ । ତେବେ ପଞ୍ଚାୟତ ନିର୍ବାଚନ ପରେ କଣ ହେବ ପୌର ନିର୍ବାଚନର ଫଳାଫଳ ?
୧୯ଟି ୱ।ର୍ଡକୁ ନେଇ ଗଠିତ ପୌରପରିଷଦ, ଏଥର ନିର୍ବାଚନରେ ତିନି ପ୍ରମୁଖ ଦଳ ବିଜେଡି, ବିଜେପି, କଂଗ୍ରେସ ସହ ପ୍ରଥମ ଥର କରି ଆମ ଆଦମୀ ପାର୍ଟି ନିର୍ବାଚନରେ ଭାଗନେଇଛି ।
ବିଜେଡିରୁ ସୁଲୋଚନା ଦାସ ମେୟର ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ମଧୁସ୍ମିତା ଆଚାର୍ଯ୍ୟ । ସେପଟେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ସୁନୀତି ମୁଣ୍ଡ୍ ।
୨୦୧୭ରେ ଏନ୍ଏସିରୁ ମ୍ୟୁନିସିପାଲଟି ମାନ୍ୟତା ପାଇଥିବା ବେଳେ ଏଠାରେ ବଢିଛି ଘର ଓ ସଫେଇ ଟିକସ । ଘର ଟିକସ ପାଖାପାଖି ୫ ଗୁଣା ଆଉ ସଫେଇ ଟିକସ ବର୍ଷକୁ ୩୬୦ ଟଙ୍କା ।
ପୌର ପରୀକ୍ଷା ପାଇଁ ଚୂଡ଼ାନ୍ତ ହେଲା ପ୍ରାର୍ଥୀ ତାଲିକା । ମେୟର ଓ ପୌରାଧ୍ୟକ୍ଷ ପଦ ପାଇଁ ମୋଟ୍ ୫୬୯ ପ୍ରାର୍ଥୀ ମୈଦାନରେ ଥିବା ବେଳେ କାଉନ୍ସିଲର୍ ଓ କର୍ପୋରେଟର୍ ଲାଗି ରହିଲେ ୫ ହଜାର ୮୪୨ ପ୍ରାର୍ଥୀ ।
ଯୋଦ୍ଧା ତାଲିକା ଚୂଡ଼ାନ୍ତ ପରେ ପୌର ଯୁଦ୍ଧ ପାଇଁ ସରଗରମ ମାହୋଲ । ୱାର୍ଡରୁ ୱାର୍ଡ, ସାହି, ଗଳିକନ୍ଦି ସବୁଠି ଜମି ଆସିଲାଣି ପ୍ରଚାର । ତାସାଙ୍ଗକୁ ଶୋଭାଯାତ୍ରା, ସଭା ସମିତି ମଧ୍ୟ ଆରମ୍ଭ ହୋଇଛି ।
୨୨ରୁ ୨୬ ତାରିଖ ପର୍ଯ୍ୟନ୍ତ ୫ ଦିନ ଡ୍ରାଏ ଡେ’ ନେଇ ରହିଛି କଡ଼ା ନିର୍ଦ୍ଦେଶ । ପ୍ରଚାର ଶେଷ ଦିନଠାରୁ ଗଣତି ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ମଦ ବିକ୍ରି ।
ବାଲୁଗାଁ ଏନଏସି ର ପରିମଳ ବ୍ୟବସ୍ଥା କହିଲେ ନସରେ । ଗାଁ ମୁଣ୍ଡ , ଶିକ୍ଷାନୁଷ୍ଠାନ ଆଉ ରାସ୍ତା କଡରେ ପଡିଛି କୁଢ କୁଢ ଅଳିଆ ଆବର୍ଜନା । ଏପଟେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚରେ କିଣାହେଇଛି ଷ୍ଟିଲର ଡଷ୍ଟବିନ୍ ଆଉ ତିନି ଚକିଆ ଟ୍ରଲି । ସେ ସବୁ ଏବେ ଏନ.ଏ.ସି ବାରିପଟେ ଖତ ଖାଉଛି ।
ଢ଼େଇରୁ ଓହରି ଯିବାକୁ ଶାସକ ଦଳ ପକ୍ଷରୁ ବିରୋଧୀ ପ୍ରାର୍ଥୀମାନଙ୍କ ଉପରେ ନାନା ପ୍ରକାର ଚାପ ପକାଯାଇଥିବା ଅଭିଯୋଗ ଆଣିଛି ବିଜେପି । କାହାକୁ ଧମକ ତ କେଉଁଠି ପ୍ରଲୋଭନ ଦେଖାଯାଇଥିବା ଅଭିଯୋଗ ଆସିଛି ।
ବାଣୀବିହାରରୁ ଫିଲୋସଫିରେ ଏମଏ ଓ ପରେ ମଧୁସୂଦନ ଲ’ କଲେଜରୁ ଏଲଏଲବି କରିଛନ୍ତି । ସେ ମାନବିକ ଅଧିକାର ଉପରେ ଏକ ଡିପ୍ଲୋମା କୋର୍ସ ମଧ୍ୟ କରିଛନ୍ତି ।
କଟକ ମହାନଗର ନିଗମ ପୌର ନିର୍ବାଚନରେ ବିଜେଡିର ମେୟର ପ୍ରାର୍ଥୀ ହୋଇଛନ୍ତି ସୁବାସ ସିଂହ । ଜଣେ ଶ୍ରମିକ ନେତା ଭାବେ ଜଣାଶୁଣା ସୁବାସ ଏବେ ରାଜ୍ୟସଭାରେ ବିଜେଡି ସାଂସଦ ଅଛନ୍ତି । ନଜର ପକାନ୍ତୁ ତାଙ୍କର କ୍ୟାରିଅର୍ ଉପରେ ।
ଗିରିବାଳା ଏବେ କଟକ ସିଡିଏରେ ରହୁଛନ୍ତି । ତେବେ ତାଙ୍କ ଜନ୍ମସ୍ଥାନ ହେଉଛି କେନ୍ଦ୍ରାପଡା । ତାଙ୍କର ଜନ୍ମ ୧୯୬୨ ମସିହାରେ ହୋଇଥିଲା ।
ସବୁ ଦଳ ନାମାଙ୍କନ ଭରିଛନ୍ତି। ହେଲେ ଟିକେଟ ବଣ୍ଟନକୁ ନେଇ ବିଜେଡିରେ ଦେଖା ଦେଇଛି ଅସନ୍ତୋଷ। ଦଳ ଜଣକୁ ପ୍ରାର୍ଥୀ କରିଥିବା ବେଳେ ଦଳରୁ ବାହାରି ଦୁଇ ଜଣ ପ୍ରାର୍ଥୀ ହୋଇଛନ୍ତି। ଦୁହେଁ ପ୍ରଚାର ଆରମ୍ଭ କରି ଦେଇଥିବା ବେଳେ ବିଜେପି ଏଥିରୁ ଫାଇଦା ନେବାକୁ ଅନାଇ ବସିଛି।
ଅଭିଯୋଗର ଲମ୍ବା ଫର୍ଦ୍ଦ ଭିତରେ ହେବାକୁ ଯାଉଛି ପୌର ନିର୍ବାଚନ। ବିନିକା ବିଜ୍ଞାପିତ ଅଚଂଳ ପରିଷଦରେ କିଏ ହେବ ଅଧ୍ୟକ୍ଷ। ଜନତା ଜନାର୍ଦ୍ଦନ କେଉଁ ଦଳକୁ ଦେବେ ସମର୍ଥନ। ହେଲେ ସହର ଯେମିତି ଥିଲା ସେମିତି...