ର ନିର୍ବାଚନରେ ବହୁ ହେଭିୱେଟଙ୍କୁ ଝଟକା । ଗଡ଼ ବଜାୟ ରଖିପାରିଲେନି ଅନେକ ବଡ଼ ବଡିଆ ନେତା । କେବଳ ବିଜେପି କି କଂଗ୍ରେସ ନୁହନ୍ତି, ଶାସକ ବିଜେଡିର ହେଭିୱେଟ ବି ଅନେକ ସ୍ଥାନରେ ପୌରାଧ୍ୟକ୍ଷ ଆସନ ହାତେଇବାରେ ଫେଲ୍ ମାରିଛନ୍ତି ଶାସକ ବିଜେଡି । ପୌରାଧ୍ୟକ୍ଷ ଭୋଟ୍ ଅପେକ୍ଷା କାଉନସିଲର ଭୋଟରେ ୨ ପ୍ରତିଶତ ଅଧିକ ଭୋଟ୍ ପାଇଛି ।
ପରୀକ୍ଷା ପରେ କାଲି ଆସୁଛି ପୌର ରାୟ । ୩ ମହାନଗର ନିଗମ, ୧୦୫ ପୌର ପରିଷଦ ଓ ଏନ୍ଏସି ପାଇଁ ସଂପୃକ୍ତ ପୌରାଞ୍ଚଳରେ ସକାଳ ୮ଟାରୁ ଆରମ୍ଭ ହେବ ଭୋଟ୍ ଗଣତି ।
ପୌର ନିର୍ବାଚନରେ ଫ୍ୟାମିଲି ଫାଇଟ୍ । ପଞ୍ଚାୟତ ଭଳି ପୌର ନିର୍ବାଚନରେ ବି ହେଉଛି ରୋଚକ ଲଢ଼େଇ । ନିର୍ବାଚନୀ ମୈଦାନରେ ବାପ-ପୁଅ, ଭାଇ-ଭାଇ ମଧ୍ୟରେ ହେଉଛି ଜୋରଦାର ଟକ୍କର ।
ମାଙ୍କନ ଦାଖଲ ସରିଲା ହେଲେ ବିଜେଡିରେ ବିଧିବଦ୍ଧ ଟିକେଟ୍ ଘୋଷଣା ହେଲାନି । ଶେଷ ପର୍ଯ୍ୟନ୍ତ ସସପେନ୍ସରେ ଆଶାୟୀଙ୍କୁ ରଖିଲା ଶାସକ ଦଳ ବିଜେଡି । ଆଉ ଫଳ-ଶେଷ ମୁହୂର୍ତ୍ତରେ ଦଳ ଉପରୁ ଭରସା ତୁଟାଇ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି ବିଜେଡିର ମାଳ ମାଳ ନେତା ।
ପୌର ନିର୍ବାଚନରେ ନାମାଙ୍କର ଆଜି ପଞ୍ଚମ ଦିନ । ଆସନ୍ତାକାଲି ସରୁଛି ନାମାଙ୍କନ ପ୍ରକ୍ରିୟା । କାଲି ନାମାଙ୍କନ ଶେଷ ହେଉଥିବାରୁ ଆଜି ଅଧିକାଂଶ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବା ସମ୍ଭାବନା ରହିଛି । ମୁଖ୍ୟତଃ ୩ ପ୍ରମୁଖ ମହାନଗର ନିଗମ ନିର୍ବାଚନକୁ ନେଇ ଚର୍ଚ୍ଚା ଲାଗି ରହିଛି । ଭୁବନେଶ୍ୱର, କଟକ, ବ୍ରହ୍ମପୁର ମହାନଗର ନିଗମ ମେୟର ନିର୍ବାଚନକୁ ନେଇ ଜୋର ଧରିଛି ରାଜନୀତି ।