Advertisment

ବିନିକାରେ ବଦଳୁଛି ନେତାଙ୍କ ଭାଗ୍ୟ, ହେଲେ ବଦଳୁ ନାହିଁ ସହରବାସୀଙ୍କ ଭାଗ୍ୟ

ଅଭିଯୋଗର ଲମ୍ବା ଫର୍ଦ୍ଦ ଭିତରେ ହେବାକୁ ଯାଉଛି ପୌର ନିର୍ବାଚନ। ବିନିକା ବିଜ୍ଞାପିତ ଅଚଂଳ ପରିଷଦରେ କିଏ ହେବ ଅଧ୍ୟକ୍ଷ। ଜନତା ଜନାର୍ଦ୍ଦନ କେଉଁ ଦଳକୁ ଦେବେ ସମର୍ଥନ। ହେଲେ ସହର ଯେମିତି ଥିଲା ସେମିତି...

author-image
Prangyan Parimita
binika

binika

ମାଳମାଳ ସମସ୍ୟା ଭିତରେ ଘାଣ୍ଟି ହେଉଛି ସୁବର୍ଣ୍ଣପୁର ଜିଲ୍ଲାର ଏହି ପୌରାଞ୍ଚଳ। ବାଣିଜ୍ୟ ଓ ବ୍ୟବସାୟୀର ପେଣ୍ଠସ୍ଥଳୀ କୁହାଯାଉଥିବା ବିନିକା ବିଜ୍ଞାପିତ ଅଚଂଳ ପରିଷଦରେ ଲାଗି ରହିଛି ଅନେକ ସମସ୍ୟା। ସହରବାସୀଙ୍କ ଅଭିଯୋଗ ପିଇବା ପାଣି ଠାରୁ ଆରମ୍ଭ କରି ଡ୍ରେନ୍‌, ଟ୍ରାଫିକ, ମୁକ୍ତା ଯୋଜନା, ଷ୍ଟାଡିୟମ, ପାର୍କ, ସ୍ୱଚ୍ଛତା, ସୌର୍ନ୍ଦଯ୍ୟ କରଣ ସବୁକିଛି ଏଠି ଅବ୍ୟବସ୍ତିତ।

Advertisment

ସହରବାସୀଙ୍କ ଅସନ୍ତୋଷ ଭିତରେ ହେବାକୁ ଯାଉଛି ଚଳିତ ବର୍ଷର ପୌର ନିର୍ବାଚନ। ଅଭିଯୋଗର ଲମ୍ବା ଫର୍ଦ୍ଦ ଭିତରେ ୧୨ ୱାର୍ଡ ବିଶିଷ୍ଟ ଏହି ପୌରାଂଚଳ କାହାକୁ ଅଧ୍ୟକ୍ଷ ବାଛିବ ତାହା ବିରାଟ ପ୍ରଶ୍ନ। ଭୌଗୋଳିକ ଦୃଷ୍ଟି କୋଣରୁ ବିନିକା ସହର ନିକଟରେ ଗଢି ଉଠିଛି ଅନେକ ଶିଳ୍ପ। ସହର ଭିତର ଦେଇ ଯାଇଥିବା ରାସ୍ତାଟି ବଲାଗିଂର, ବରଗଡ, ସମ୍ୱଲପୁର, ସୋନପୁର ଜିଲ୍ଲାକୁ ସଂଯୋଗ କରୁଛି। ହେଲେ ସହରରେ ବିଗିଡି ଯାଇଛି ପରିମଳ ବ୍ୟବସ୍ଥା। ତା ସାଗଂକୁ କୋଟି କୋଟି ଟଙ୍କାରେ ଖେଳାଳିମାନଙ୍କ ପାଇଁ ତିଆରି ହୋଇଥିବା ଦୁଇଟି ଷ୍ଟାଡିୟମ ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି। ଏହା ସହ ପାପକ୍ଷୟ ଘାଟ ନିକଟରେ ୯୮ ଲକ୍ଷ ଟକାଂରେ ତିଆରି ହେଉଥିବା ପାର୍କ ୧୧ ବର୍ଷ ହେଲା ଗାଇ ଗୋରୁକଂ ପାଇଁ ଚରାଭୁଇଁ ପାଲଟିଛି।

ସହରର ପରିମଳ କଥା ନ କହିବା ଭଲ। ସଫେଇ ଠିକ ଭାବେ ହେଉ ନଥିବାରୁ ରାସ୍ତାଘାଟ ସବୁଆଡେ ପଡି ରହିଛି ଗଦାଗଦା ଅଳିଆ ଆବର୍ଜନା। ଖୋଲାମେଳା ଡ୍ରେନ୍ ଯୋଗୁଁ ବିପର୍ଯ୍ୟସ୍ତ ହୋଇ ପଡିଛି ପରିମଳ ବ୍ୟବସ୍ଥା। କୋଟି କୋଟି ଟକାଂ ଖର୍ଚ୍ଚରେ ନୂଆ ପିଇବା ପାଣି ପ୍ରକଳ୍ପ ତିଆରି ହୋଇଥିଲେ ବି ସହରବାସୀକୁଂ ଠିକ୍ ଭାବରେ ବିଶୁଦ୍ଧ ପାଣି ମିଳୁନଥିବା ଅଭିଯୋଗ ହେଉଛି। ଜିଲ୍ଲାରେ ଦୁଇ ଦୁଇ ଜଣ ରାଜ୍ୟ ସରକାରକଂ କ୍ୟାବିନେଟ୍ ମନ୍ତ୍ରୀ ରହିଥିଲେ ବି ସହରରେ ପୁଳାପୁଳା ସମସ୍ୟା ଲାଗି ରହିଥିବାରୁ ସହରବାସୀକଂ ଭିତରେ ଅସନ୍ତୋଷ ଦେଖାଦେଇଛି।

Advertisment

କେନ୍ଦ୍ର ଓ ରାଜ୍ୟ ସରକାରକଂ ବିଭିନ୍ନ ଯୋଜନା କେବଳ ଏଠି ଫଳକରେ ସୀମିତ ରହିଯାଇଥିବା ଅଭିଯୋଗ କରିଛନ୍ତି ବିନିକା ସହରବାସୀ। ଷ୍ଟାଡିୟମ ହେଉ କିମ୍ବା ପାର୍କ ସବୁକିଛି ଅଧପନ୍ତରିଆ ହୋଇ ପଡି ରହିଛି। ଚଳିତ ନିର୍ବାଚନରେ ୧୨ଟି ୱାର୍ଡର ୧୨ ହଜାର ୫ ଶହ ୧୫ ଭୋଟର ବାଛିବେ ନୂଆ ପ୍ରତିନିଧି।

ସୋନପୁର ଜିଲ୍ଲା ବିନିକାରୁ ଦିଲ୍ଲୀପ କୁମାର ସାହୁଙ୍କ ରିପୋର୍ଟ

NAC's Problems Urban Polls
Advertisment
Advertisment