• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦଳୀୟ ଚିହ୍ନ ପଦ୍ମ ଫୁଲ ଧରି ପ୍ରଚାର । ଲୋକଙ୍କ ମନ ଜଣିବା ପାଇଁ ଅଭିନବ ଉପାୟ । ପୋଖରୀରୁ ପଦ୍ମ ଫୁଲ ଆଣି ଲୋକଙ୍କୁ ବାଣ୍ଟୁଛନ୍ତି ପ୍ରାର୍ଥୀ । ମ୍ୟୁନିସିପାଲଟି ନିର୍ବାଚନକୁ ଆଉ ମାତ୍ର କେଇ ଦିନ ଥିବା ବେଳେ ଭୋଟ ହତେଇବା ପାଇଁ ଉଦ୍ୟମକୁ ଜୋରଦାର କରିଛନ୍ତି । ଏଭଳି ନିଆରା ନିର୍ବାଚନ ପ୍ରଚାର ଦେଖିବାକୁ ମିଳିଛି ବାରିପଦା ସହରର ୩ ନଂ ୱାର୍ଡରେ ।

ହାତରେ ତାଙ୍କର ଦଳୀୟ ଚିହ୍ନ ପଦ୍ମ ଫୁଲ । ମୁଣ୍ଡରେ ପଦ୍ମ ଛାପଥିବା ଟୋପି । ଏହା ସହ ମା ଓ ମାଉସୀ ଓ ସାଙ୍ଗସାଥିଙ୍କୁ ଧରି ପ୍ରଚାର କରୁଛନ୍ତି ରାଜ ଗୁପ୍ତା । ଛାତ୍ର ରାଜନୀତିରୁ ପାଦ ଦେଇଥିବା ରାଜ ଗୁପ୍ତା ଜଣେ ସାମ୍ବାଦିକ । ତାଙ୍କର ଏପରି ଅଭିନବ ନିର୍ବାଚନ ପ୍ରଚାର ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି । ସାହିସାହିରେ ସେ ଆଲୋଚନାର ବିଷୟବସ୍ତୁ ପାଲଟି ଯାଇଛନ୍ତି ।

ତେବେ ପଦ୍ମ ଫୁଲ ପାଇବା ପାଇଁ ସେ କଷ୍ଟ ମଧ୍ୟ କରିଛନ୍ତି । ସାଙ୍ଗସାଥିଙ୍କୁ ଧରି ପାଖ ଏକ ପୋଖରୀରୁ ଫୁଲ ଆଣି ଲୋକଙ୍କୁ ଦେଇଛନ୍ତି । ସେ କହନ୍ତି ପଦ୍ମ ବିଷ୍ଣୁ ଏବଂ ଲକ୍ଷ୍ମୀଙ୍କ ପ୍ରିୟ ଫୁଲ । ଆଉ ଭଗବାନଙ୍କ ଆଶୀର୍ବାଦ ପାଇ ଲୋକଙ୍କ ସେବା କରିବା ସହ ଲୋକଙ୍କ ସବୁ ସୁଖଦୁଃଖରେ ଠିଆ ହେବେ ବୋଲି କହନ୍ତି ।

ରିପୋର୍ଟ ମାନିକ୍ ଲାଲ୍ ପାଣି ବାରିପଦା