ହଠାତ୍ ରାଜନୀତିକୁ ଆସି ହିଇଚଇ କରିଦେଇଥିବା ତଥାକଥିତ ଲେଖିକା ସୁନୀତି ମୁଣ୍ଡ ଏବେ ତାଙ୍କ ରୂପ ବଦଳାଇଛନ୍ତି। ରାଜନୀତିରେ ସଂପୂର୍ଣ୍ଣ ବିଫଳ ହେଲାପରେ ସେ ସନ୍ୟାସିନୀ ବେଶ ଧାରଣ କରିଛନ୍ତି। ମୁଣ୍ଡରୁ ବାଳ କାଟି ସେ ଜୀବନର ଗୁଢ଼ତତ୍ୱ ଖୋଜିବେ ବୋଲି ଘୋଷଣା କରିଛନ୍ତି। ପଢ଼ନ୍ତୁ ପୂରା କାହାଣୀ...
ଯାଜପୁର କୋରେଇ ବ୍ଲକ କରଦା ପଞ୍ଚାୟତରେ କାହିଁ କେଉଁ ଆବାହମାନ କାଳରୁ ଚାଲିଆସୁଛି ହରିହାଟ ମେଳା l ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ମାଘ ସପ୍ତମୀରୁ ଆରମ୍ଭ ହୋଇଛି ମେଳା ଓ ମହୋତ୍ସବ।
ଡ୍ୟାମର କାର୍ଯ୍ୟନିର୍ବାହୀ ଇଂଜିନିୟର କହିଛନ୍ତି, ଆଗାମୀ ଦିନରେ ଲଘୁଚାପ ବର୍ଷା ସମ୍ଭାବନା ଥିବାରୁ ସ୍ଥିତି ସୁଧୁରିବାର ଆଶା ରହିଛି।
ଦୁଇ ଦିନ ଭିତରେ ସରକାର ନିଷ୍ପତ୍ତି ନନେଲେ ଆସନ୍ତା ୨୩ ତାରିଖରେ ହେବାକୁ ଥିବା ମାଟ୍ରିକ ସମ୍ମେଟିଭ ଓ୍ୱାନ ପରୀକ୍ଷାକୁ ବର୍ଜନ କରାଯିବ ବୋଲି ଚେତାବନୀ ଦେଇଛି ସଂଘ ।
୪ବର୍ଷ ହେଲା ସରିପାରୁନି ସଂପ୍ରସାରଣ କାମ । ଅସହାୟତା ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଜୀବିକା, ଧର୍ମ ଓ ଇତିହାସ ସହ ଯୋଡ଼ି ହୋଇଛି ମୁଙ୍ଗେ ପାହାଡ଼ । ଐତିହାସିକ ପାହାଡ଼ ସୁରକ୍ଷା ପାଇଁ ତେଜିଲା ଅଞ୍ଚଳବାସୀଙ୍କ ଦାବି ।
କଟକ ପରେ ଭୁବନେଶ୍ୱରରେ ବି ଡେପୁଟି ମେୟର ପଦ ଲାଗି ବସ୍ତିକୁ ଗୁରୁତ୍ୱ । ବିଜେଡି ଫୋକସ୍ରେ ମହିଳା । ଭୁବନେଶ୍ୱର ମହାନଗର ନିଗମର ଡେପୁଟି ମେୟର ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ମଞ୍ଜୁଲତା କହଁର ।
ଭୁବନେଶ୍ୱର ମହାନଗର ନିଗମର ମଙ୍ଗ ଏବେ ମହିଳାଙ୍କ ହାତରେ । ପ୍ରଥମେ ମେୟର ତାପରେ ଡେପୁଟି ମେୟର, କଟକ ପରେ ଭୁବନେଶ୍ୱରରେ ବିଜେଡ଼ିର ସରପ୍ରାଇଜ୍ କାର୍ଡ । ସବୁ ଚର୍ଚ୍ଚା ଓ ଆକଳନକୁ ଚକମା ଦେଇ ବିଜେଡି ପୁଣି ଖେଳିଛି ମହିଳା ଗୋଟି ।
ଆଜି ବିଏମସି କାର୍ଯ୍ୟାଳୟରେ ଶପଥ ନେଇଛନ୍ତି ନବ ନିର୍ବାଚିତ ମେୟର ସୁଲୋଚନା ଦାସ । ଏହାସହ ୬୭ ଜଣ ନିର୍ବାଚିତ କର୍ପୋରେଟର ମଧ୍ୟ ଶପଥ ନେଇଛନ୍ତି ।
ଆଜି ଭୁବନେଶ୍ୱର ମହାନଗର ନିଗମ ଡେପୁରୀ ମେୟର ନିର୍ବାଚନ । ଦିନ ୧୦ଟାରୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ।
କିଏ ହେବ ଭୁବନେଶ୍ୱରର ଡେପୁଟି ମେୟର? ଆସନ୍ତାକାଲି ନିର୍ବାଚନ ହେବାକୁ ଯାଉଥିବା ବେଳେ ଜୋର୍ ଧରିଛି ଚର୍ଚ୍ଚା। ତେବେ ଏହି ପଦଲାଗି ଜୋରଦାର୍ ଲବି ଚାଲିଛି। ଭୁବନେଶ୍ୱରର ତିନି ନିର୍ବାଚନ ମଣ୍ଡଳୀରୁ କେଉଁଠୁ ଆସିବ ଡେପୁଟି ମେୟରଙ୍କ ନାଁ, କେଉଁ ବିଧାୟକଙ୍କର ରହିଛି କେତେ ଦବ୍ଦବା, ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।
ପ୍ରଥମେ ମେୟର ତାପରେ କର୍ପୋରଟର୍ମାନେ ଶପଥ ନେବେ। ଏହା ପରେ ପରେ ଡେପୁଟି ମେୟର ନିର୍ବାଚନ ହେବ।
ବିଜେଡିକୁ ଚ୍ୟାଲେଞ୍ଜ କରିବାକୁ ବିରୋଧୀ ଗୋଷ୍ଠୀର ଶକ୍ତି ନାହିଁ । ବ୍ରହ୍ମପୁରର ମେୟର ସଂଘମିତ୍ରା ଦଳେଇ ଜଣେ ମହିଳା ହୋଇଥିବାରୁ ଡେପୁଟି ମେୟର ପଦବୀ ଜଣେ ପୁରୁଷଙ୍କ ହାତକୁ ଯାଇପାରେ ବୋଲି ଚର୍ଚ୍ଚା ହେଉଛି ।
କଟକ ମହାନଗର ନିଗମର ଡେପୁଟି ମେୟର ଭାବେ ନିର୍ବାଚିତ ହୋଇଛନ୍ତି ୪୯ ନମ୍ବର ଓ୍ୱାର୍ଡର କର୍ପୋରେଟର ଦମୟନ୍ତୀ ମାଝି । ଏକମାତ୍ର ପ୍ରାର୍ଥୀ ଥିବାରୁ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହେଲେ ଦମୟନ୍ତୀ ।
ସ୍ୱାଧୀନ ପ୍ରାର୍ଥୀ କାଁ ଭାଁ କବ୍ଜା କରିଥିବା ବେଳେ ବିଜେପି ସ୍ଥିତି ମଧ୍ୟ ଦୟନୀୟ । ଆଉ କଂଗ୍ରେସ କଥା ନକହିବା ଭଲ । ତେବେ ଆସନ୍ତୁ ଜାଣିବା କିଏ କେଉଁଠି କଲା କବ୍ଜା ।
କେଉଁଠି ଘୋଡ଼ା ବେପାରର ଆଶଙ୍କା ତ କେଉଁଠି ମିଶ୍ରଣ ପର୍ବର ଆସର । ଉପାଧ୍ୟକ୍ଷ ନିର୍ବାଚନ ପୂର୍ବରୁ ଆଜି ବିଜେଡିର ହାତ ଧରିଛନ୍ତି ଖୋର୍ଦ୍ଧା ପୌର ପରିଷଦର ସମସ୍ତ ୫ ସ୍ୱାଧୀନ କାଉନସିଲର ।
ଆଜି ଭଦ୍ରକ ଜିଲ୍ଲା ଧାମନଗର ଏନଏସିର ୬ଟି ବୁଥରେ ହେବ ପୁନଃ ମତଦାନ । ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ହେବ ମତଦାନ ।
ଜମିଲାଣି ପୌର ଉପାଧ୍ୟକ୍ଷ ନିର୍ବାଚନ ଛକାପଞ୍ଝା । ସଂଖ୍ୟା ଗରିଷ୍ଠତା ନଥିବା ୧୫ ପୌର ପରିଷଦରେ ବିଜେଡି ପାଇଁ ଅଡୁଆ ହୋଇଛି ଅଙ୍କ । ଏଇ ଯେମିତି ଜଗତସିଂହପୁର ଓ ଅନୁଗୁଳ । ଜଗତସିଂହପୁରରେ ପୌରାଧ୍ୟକ୍ଷ ଭୋଟ୍ରେ କଂଗ୍ରେସଠାରୁ ଝଟ୍କା ଖାଇଥିବା ବିଜେଡି, ଏବେ ଉପାଧ୍ୟକ୍ଷ ପଦ ହାତେଇବାକୁ ଆରମ୍ଭ କରିଛି ରଣନୀତି ।
କିଏ ହେବ ବ୍ରଜରାଜ ନଗରର ବିଜେଡି ପ୍ରାର୍ଥୀ ? ତାକୁ ନେଇ ଆରମ୍ଭ ହେଲାଣି ଚର୍ଚ୍ଚା । ଗୋଟିଏ ପଟେ ଦିବଙ୍ଗତ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତି, ଅନ୍ୟ ପଟେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କ ନାଁକୁ ନେଇ ଏବେ ସରଗରମ ଜିଲ୍ଲା ରାଜନୀତି ।
ଭଦ୍ରକ ଜିଲ୍ଲା ଧାମନଗର ଏନ୍ଏସିର ୬ଟି ବୁଥ୍ରେ ପୁନଃ ନିର୍ବାଚନ ପାଇଁ ଆଜି ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ତାରିଖ ଘୋଷଣା କରାଯାଇଛି।
ଶେଷ ହୋଇଛି ପୌର ଭୋଟ୍ । ନିର୍ବାଚନୀ ମୈଦାନରେ କିଏ ଜିତିଛି, କିଏ ହାରିଛି । ହେଲେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁରେ ଅଛନ୍ତି ଏମିତି କିଛି ବିରଳ, ଅସାଧାରଣ ପ୍ରାର୍ଥୀ, ଯେଉଁମାନେ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ବାଜିମାତ୍ କରିଛନ୍ତି।
ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁରେ ବଢୁଛି କି ବିରୋଧୀଙ୍କ ଦବଦବା? ଶାସକ ଦଳ ବିରୋଧରେ ବଢୁଛି କି ଜନ ଅସନ୍ତୋଷ? ପୌର ଫଳାଫଳକୁ ଦେଖିଲେ କିଛି ଏମିତି ଜଣାପଡୁଛି। ୨୧ ୱାର୍ଡ ବିଶିଷ୍ଟ ଏହି ପୌରପାଳିକା ବିଜେଡି ଦଖଲକୁ ଯାଇଛି ସତ କିନ୍ତୁ ୨୧ ଟି ୱାର୍ଡ ଭିତରୁ ଶତ ପ୍ରତିଶତ ବିଜୟ ହାସଲ କରି ପାରିନି ବିଜେଡି।
ଏହାପୂର୍ବରୁ ଆଶାୟୀଙ୍କ ତାଲିକା ବଢି ଚାଲିଛି।
ତିନି କୁ ତିନ୍ । ଭୁବନେଶ୍ୱର,କଟକ ଓ ବ୍ରହ୍ମପୁର ସବୁଠି ଶଙ୍ଖନାଦ । ସବୁଠି ବିଡେଡି ଦଖଲରେ ମେୟର ଗାଦି ।
ଏଠି ସରକାରୀ କଳ, ଅର୍ଥ ବଳ ଓ ବାହୁ ବଳ କାମ ଦେଇନି।