• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Municipal Elections Updates

Campaigning
ପ୍ରତିଶୋଧ ନେବା ପାଇଁ ପୂରା ତୟାର ବିରୋଧୀ

ଯୋଦ୍ଧା ତାଲିକା ଚୂଡ଼ାନ୍ତ ପରେ ପୌର ଯୁଦ୍ଧ ପାଇଁ ସରଗରମ ମାହୋଲ । ୱାର୍ଡରୁ ୱାର୍ଡ, ସାହି, ଗଳିକନ୍ଦି ସବୁଠି ଜମି ଆସିଲାଣି ପ୍ରଚାର । ତାସାଙ୍ଗକୁ ଶୋଭାଯାତ୍ରା, ସଭା ସମିତି ମଧ୍ୟ ଆରମ୍ଭ ହୋଇଛି ।

liquor
ସହରାଞ୍ଚଳରେ ମିଳିବନି ମଦ, ଜାରି ହେଲା କଡ଼ା ନିର୍ଦେଶ

୨୨ରୁ ୨୬ ତାରିଖ ପର୍ଯ୍ୟନ୍ତ ୫ ଦିନ ଡ୍ରାଏ ଡେ’ ନେଇ ରହିଛି କଡ଼ା ନିର୍ଦ୍ଦେଶ । ପ୍ରଚାର ଶେଷ ଦିନଠାରୁ ଗଣତି ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ମଦ ବିକ୍ରି ।

municipal-elections
ବିକାଶର ଚିହ୍ନବର୍ଣ୍ଣ ନାହିଁ : ପୁଳା ପୁଳା ସମସ୍ୟା ଘେରରେ ବାଲୁଗାଁ ଏନଏସି

ବାଲୁଗାଁ ଏନଏସି ର ପରିମଳ ବ୍ୟବସ୍ଥା କହିଲେ ନସରେ । ଗାଁ ମୁଣ୍ଡ , ଶିକ୍ଷାନୁଷ୍ଠାନ ଆଉ ରାସ୍ତା କଡରେ ପଡିଛି କୁଢ କୁଢ ଅଳିଆ ଆବର୍ଜନା । ଏପଟେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚରେ କିଣାହେଇଛି ଷ୍ଟିଲର ଡଷ୍ଟବିନ୍ ଆଉ ତିନି ଚକିଆ ଟ୍ରଲି । ସେ ସବୁ ଏବେ ଏନ.ଏ.ସି ବାରିପଟେ ଖତ ଖାଉଛି ।

ULB Polls
ପୌର ଫାଇଟ୍ ପୂର୍ବରୁ ତେଜିଲା ପ୍ରାର୍ଥିପତ୍ର ପ୍ରତ୍ୟାହାର ପଲିଟିକ୍ସ

ଢ଼େଇରୁ ଓହରି ଯିବାକୁ ଶାସକ ଦଳ ପକ୍ଷରୁ ବିରୋଧୀ ପ୍ରାର୍ଥୀମାନଙ୍କ ଉପରେ ନାନା ପ୍ରକାର ଚାପ ପକାଯାଇଥିବା ଅଭିଯୋଗ ଆଣିଛି ବିଜେପି । କାହାକୁ ଧମକ ତ କେଉଁଠି ପ୍ରଲୋଭନ ଦେଖାଯାଇଥିବା ଅଭିଯୋଗ ଆସିଛି ।

Sritam Das
ଶ୍ରୀତମ କେବେଠୁ କରୁଛନ୍ତି ରାଜନୀତି ? ଅଭିନୟ ନୁହେଁ ତ ଆଉ କ’ଣ ରହିଛି ତାଙ୍କ ମୁଖ୍ୟ ରୋଜଗାର ପନ୍ଥା ?

ବାଣୀବିହାରରୁ ଫିଲୋସଫିରେ ଏମଏ ଓ ପରେ ମଧୁସୂଦନ ଲ’ କଲେଜରୁ ଏଲଏଲବି କରିଛନ୍ତି । ସେ ମାନବିକ ଅଧିକାର ଉପରେ ଏକ ଡିପ୍ଲୋମା କୋର୍ସ ମଧ୍ୟ କରିଛନ୍ତି ।

Subash Singh
BJDରେ ସାମିଲ ପୂର୍ବରୁ କେଉଁଠି ଥିଲେ ସୁବାସ ? କେମିତି ପହଞ୍ଚିଲେ ପାୱାର କରିଡରରେ ? ଜାଣନ୍ତୁ..

କଟକ ମହାନଗର ନିଗମ ପୌର ନିର୍ବାଚନରେ ବିଜେଡିର ମେୟର ପ୍ରାର୍ଥୀ ହୋଇଛନ୍ତି ସୁବାସ ସିଂହ । ଜଣେ ଶ୍ରମିକ ନେତା ଭାବେ ଜଣାଶୁଣା ସୁବାସ ଏବେ ରାଜ୍ୟସଭାରେ ବିଜେଡି ସାଂସଦ ଅଛନ୍ତି । ନଜର ପକାନ୍ତୁ ତାଙ୍କର କ୍ୟାରିଅର୍ ଉପରେ ।

Giribala Behera
କଂଗ୍ରେସ ମେୟର ପ୍ରାର୍ଥୀ ଗିରିବାଳା ବେହେରା କିଏ ? କ’ଣ ରହିଛି ରାଜନୈତିକ ପୁଷ୍ଠଭୂମି ? ଜାଣନ୍ତୁ ପୁରା ତଥ୍ୟ

ଗିରିବାଳା ଏବେ କଟକ ସିଡିଏରେ ରହୁଛନ୍ତି । ତେବେ ତାଙ୍କ ଜନ୍ମସ୍ଥାନ ହେଉଛି କେନ୍ଦ୍ରାପଡା । ତାଙ୍କର ଜନ୍ମ ୧୯୬୨ ମସିହାରେ ହୋଇଥିଲା ।

bhadrak
ଭଦ୍ରକ ପୌରପାଳିକା ଅଧ୍ୟକ୍ଷା ପଦ ପାଇଁ ଟଣାଓଟରା : ବିଜେଡି ଆଗରେ ବିଜେଡି କଣ୍ଟା 

ସବୁ ଦଳ ନାମାଙ୍କନ ଭରିଛନ୍ତି। ହେଲେ ଟିକେଟ ବଣ୍ଟନକୁ ନେଇ ବିଜେଡିରେ ଦେଖା ଦେଇଛି ଅସନ୍ତୋଷ। ଦଳ ଜଣକୁ ପ୍ରାର୍ଥୀ କରିଥିବା ବେଳେ ଦଳରୁ ବାହାରି ଦୁଇ ଜଣ ପ୍ରାର୍ଥୀ ହୋଇଛନ୍ତି। ଦୁହେଁ ପ୍ରଚାର ଆରମ୍ଭ କରି ଦେଇଥିବା ବେଳେ ବିଜେପି ଏଥିରୁ ଫାଇଦା ନେବାକୁ ଅନାଇ ବସିଛି।

binika
ବିନିକାରେ ବଦଳୁଛି ନେତାଙ୍କ ଭାଗ୍ୟ, ହେଲେ ବଦଳୁ ନାହିଁ ସହରବାସୀଙ୍କ ଭାଗ୍ୟ

ଅଭିଯୋଗର ଲମ୍ବା ଫର୍ଦ୍ଦ ଭିତରେ ହେବାକୁ ଯାଉଛି ପୌର ନିର୍ବାଚନ। ବିନିକା ବିଜ୍ଞାପିତ ଅଚଂଳ ପରିଷଦରେ କିଏ ହେବ ଅଧ୍ୟକ୍ଷ। ଜନତା ଜନାର୍ଦ୍ଦନ କେଉଁ ଦଳକୁ ଦେବେ ସମର୍ଥନ। ହେଲେ ସହର ଯେମିତି ଥିଲା ସେମିତି...

Municipal Elections 2022
ଅନୁଗୋଳ ପୌରପାଳିକାରେ ଫ୍ୟାମିଲି ଫାଇଟ୍ : କାଉନସିଲର ପଦବୀ ପାଇଁ ବାପା ପୁଅ ଲଢେଇ

ରାଜନୀତିରେ ବାପପୁଅ ଲଢ଼େଇ ନୂଆ ହୋଇ ନଥିଲେ ମଧ୍ୟ ଅନୁଗୋଳ ପୌରପାଳିକାରେ କାଉନସିଲର ପଦବୀ ପାଇଁ ବାପା ପୁଅଙ୍କ ମଧ୍ୟରେ ଲଢ଼େଇକୁ ନେଇ ଏବେ ସମସ୍ତଙ୍କ ନଜର ମ୍ୟୁନିସିପାଲିଟିର ୫ ନମ୍ବର ୱାର୍ଡ ଉପରେ

Mayoral Candidates Begin Election Campaign
ପାଖେଇ ଆସୁଛି ପୌର ନିର୍ବାଚନ; ସରଗରମ ପ୍ରଚାର ମଇଦାନ

ପୌର ନିର୍ବାଚନ ପାଇଁ ସରଗରମ ପ୍ରଚାର ମଇଦାନ । ଆସନ୍ତାକାଲି ପ୍ରାର୍ଥୀ ପତ୍ର ପ୍ରତ୍ୟାହାରର ଶେଷ ଦିନ ଥିବା ବେଳେ ଏହା ପୂର୍ବରୁ ହିଁ ପ୍ରଚାରରେ ଲାଗିପଡିଛନ୍ତି ପ୍ରାର୍ଥୀ । ବିଜେପି ବିଜେଡି ଓ କଂଗ୍ରେସ ତିନି ପ୍ରମୁଖ ଦଳର ପ୍ରାର୍ଥୀମାନେ ଜୋରଦାର କ୍ୟାମ୍ପେନିଂ ଚଳାଇଛନ୍ତି ।

Urban Local Body Polls । Koraput Residents Gear Up For Elections
ମୁଣ୍ଡ ଉପରେ ପୌର ନିର୍ବାଚନ ହେଲେ ଚାଲିଛି କାଦୁଅ ଫିଙ୍ଗା ପର୍ବ

ପଞ୍ଚାୟତ ପରେ ଏବେ ପୌର ଟକ୍କର। କୋରାପୁଟରେ ୩ ପ୍ରମୁଖ ଦଳ ଭିତରେ ଆରମ୍ଭ ହୋଇଯାଇଛି ଜୋରଦାର କସରତ । ସଚେତନ ଭୋଟର ନେତାଙ୍କୁ ରିପୋର୍ଟ କାର୍ଡ ମାଗୁଥିବା ବେଳେ, ନେତାଏ କିନ୍ତୁ ପରସ୍ପର ଉପରକୁ କାଦୁଅ ଫିଙ୍ଗାରେ ବ୍ୟସ୍ତ ଅଛନ୍ତି ।

modi Impact
୪ ରାଜ୍ୟରେ ବିଜେପିର ବାଜିମାତ୍‌ ପରେ ଓଡ଼ିଶାରେ ଚାଲିବ କି ମୋଦି ମ୍ୟାଜିକ୍‌ ?

୨୦୨୨ର ପ୍ରଥମ ବାଜିକୁ ୪-୧ରେ ଜିତିନେଲା ବିଜେପି । ୫ ରାଜ୍ୟରୁ ୪ ରାଜ୍ୟରେ ପଦ୍ମ ଛାଇ ଯିବା ପରେ ପୁଣି ମୋଦି ମ୍ୟାଜିକ୍‌କୁ ନେଇ ଚର୍ଚ୍ଚା । ଆଗକୁ ଓଡ଼ିଶାରେ ପଡ଼ିବ କି ମୋଦି ଯାଦୁର ପ୍ରଭାବ? ରାଜ୍ୟ ବିଜେପି ଏହାକୁ ନେଇ ବେଶ୍ ଆଶାବାଦୀ ଥିଲା ବେଳେ, ବିଜେଡି କହିଛି ଆଞ୍ଚଳିକ ସ୍ତରରେ ଜାତୀୟ ଷ୍ଟ୍ରାଟେଜି କାମ କରିବନି । ସେପଟେ କଂଗ୍ରେସର କହିବା କଥା ବିଜେପି ବିଜୟର ପ୍ରଭାବ ବିଜେଡି ଉପରେ ପଡିବ ।

municipal elections
ପୌର ନିର୍ବାଚନ ପାଇଁ ପ୍ରଚାର ଜୋର୍‌ଦାର, ପ୍ରଚାର ମଇଦାନରେ ସବିତା ସୁଆର

ପୌର ନିର୍ବାଚନ ପାଇଁ ପ୍ରଚାର ଜୋର୍ ଧରିଛି । ବ୍ରହ୍ମପୁର ମହାନଗର ନିଗମ ନିର୍ବାଚନ ପ୍ରଚାର ପାଇଁ ଅଣ୍ଟା ଭିଡିଛନ୍ତି ପ୍ରାର୍ଥୀ । ତିନି ପ୍ରମୁଖ ଦଳର ପ୍ରାର୍ଥୀମାନେ ଦୁଆର ଦୁଆର ବୁଲି ଭୋଟ୍ ଭିକ୍ଷା କରୁଛନ୍ତି । ହାତରେ ଦିନ କମ୍ ଥିବାରୁ କେହି ସମୟ ନଷ୍ଟ ନ କରି ପ୍ରଚାରରେ ମାତିଛନ୍ତି ।

CMC's Preparation For Municipal Election
ପୌର ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିଲା CMC

ସ୍ୱଚ୍ଛ ,ଅବାଧ ଓ ନିରପେକ୍ଷ ପୌର ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିଲା କଟକ ଜିଲ୍ଲା ପ୍ରଶାସନ । ଆସନ୍ତା ୨୪ ତାରିଖରେ ନିର୍ବାଚନ ହେବାକୁ ଥିଲା ବେଳେ ସୁରକ୍ଷା ପ୍ରସଙ୍ଗରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି ।

BMC
ଆସିଲା BMCର ଫାଇନାଲ ରିପୋର୍ଟ ! ମଇଦାନରେ ୧୨ ମେୟର- ୩୪୩ କର୍ପୋରେଟର ପ୍ରାର୍ଥୀ

ବିଏମ୍‌ସିର ୬୭ଟି ୱାର୍ଡର କର୍ପୋରେଟର ପଦବୀ ପାଇଁ ମୋଟ ୩୪୩ଟି ନାମାଙ୍କନ ପତ୍ର ଦାଖଲ ହୋଇଥିଲା । ଯାଞ୍ଚ ସମୟରେ ଗତକାଲି କେବଳ ଜଣେ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ନାକଚ ହୋଇଛି ।

Keonjhar To Witness Crorepati Candidates In Odisha ULB Polls
ପଂଚାୟତ ପରେ ଏବେ ପୌର ନିର୍ବାଚନକୁ ଓହ୍ଲାଇଲେ କୋଟିପତି ପ୍ରାର୍ଥୀ। କହିଲେ, ସମାଜସେବା...

ପଂଚାୟତ ନିର୍ବାଚନ ପରେ ଏବେ ପୌର ନିର୍ବାଚନ ମଇଦାନକୁ ଓହ୍ଲାଇଲେ କୋଟିପତି ପ୍ରାର୍ଥୀ। ସମାଜ ସେବା ସହ ଲୋକଙ୍କୁ ସରକାରୀ ସହାୟତା ଦାବି ଦିଗରେ କାମ କରିବେ ବୋଲି ଦେଉଛନ୍ତି ପ୍ରତିଶ୍ରୁତି...ଜଣଙ୍କ ଜଣଙ୍କ ପାଖରେ ରହିଛି କୋଟି କୋଟି ଟଙ୍କାର ସମ୍ପତ୍ତି, ଦେଖନ୍ତୁ ଏହି ଭିଡ଼ିଓ

କୋଟିପତି ପାର୍ଥିନୀ
ପୌର ନିର୍ବାଚନରେ କୋଟିପତି ପ୍ରାର୍ଥିନୀ

ଏମାନଙ୍କ କହିବା କଥା ଆଜି ବି ଲୋକମାନେ ଦୁର୍ଦ୍ଦିନରେ ଅଛନ୍ତି।

Cuttack Chhatra bazar Bridge Collapsed
ବଡ଼ ଦୁର୍ଘଟଣା ! ପୋଲ ତଳୁ ତିନି ଗୁରୁତର ଉଦ୍ଧାର, ଅନେକ ଚାପି ହୋଇ ରହିଥିବା ଆଶଙ୍କା

ଛତ୍ରବଜାରରୁ ମାଲଗୋଦାମ ସଂଯୋଗ କରୁଥିବା ପୋଲ ଭୁଶୁଡ଼ିଲା । ପୋଲ କାମ ଚାଲିଥିବା ବେଳେ କିଛି ଅଂଶ ଭୁଶୁଡ଼ିଥିବା ସୂଚନା । ପୋଲ ତଳେ କିଛି ଲୋକ ଚାପି ହୋଇ ରହିଯାଇଥିବା ସୂଚନା ।

Odisha ULB Poll। Scrutiny Of Nomination Papers To Be Done Today
ଆଜି ପ୍ରାର୍ଥୀପତ୍ର ଯାଞ୍ଚ; ୧୦୬ଟି ମ୍ୟୁନିସିପାଲିଟି, ଏନ୍ଏସି ଓ ୩ଟି ମହାନଗର ନିଗମରେ ହେବ ମତଦାନ

ପୌର ନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ଯାଞ୍ଚ ହେବ । ଆସନ୍ତା ୧୪ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଦିନ ଧାର୍ଯ୍ୟ କରାଯାଇଛି । ରାଜ୍ୟର ୧୦୬ଟି ମ୍ୟୁନିସିପାଲିଟି ଓ ଏନ୍ଏସି ଏବଂ ୩ଟି ମହାନଗର ନିଗମ ଭୁବନେଶ୍ୱର,କଟକ, ବ୍ରହ୍ମପୁର ପାଇଁ ମତଦାନ ହେବ ।

ULB Election
ପୌର ନିର୍ବାଚନ ଲଢ଼େଇ: ବିଜେଡିକୁ କାଳ ହେବ କି କନ୍ଦଳ ? ରାଜଧାନୀରେ ଅସନ୍ତୁଷ୍ଟ କର୍ମୀ ଏବେ ସ୍ୱାଧୀନ ପ୍ରାର୍ଥୀ

ପୌର ନିର୍ବାଚନ ଲାଗି ପ୍ରାର୍ଥିପତ୍ର ଦାଖଲ ସରିବା ପରେ ଏବେ ସାମ୍ନାକୁ ଆସୁଛନ୍ତି ମାଳ ମାଳ ବିଦ୍ରୋହୀ ପ୍ରାର୍ଥୀ । ଭୁବନେଶ୍ୱର ହେଉ କି କଟକ ଅବା ବ୍ରହ୍ମପୁର, ସବୁଠି ଖୋଲାଖୋଲି ଅସନ୍ତୋଷ ।

Bhadrak Municipality Office
ଭଦ୍ରକ ପୌରପାଳିକା ଅଧ୍ୟକ୍ଷା ପଦ ଦଖଲ କରିବ କିଏ?

ଗତଥର ମଧ୍ୟ ଦଳୀୟ କନ୍ଦଳ ଯୋଗୁଁ ଦୁଇ ଭାଗ ହୋଇଯାଇଥିଲା ବିଜେଡି।

Municipal Elections 2022
ବିଜେଡି ଧୋକାବାଜ୍‌; ଆଶା ଦେଇ ଆଶା ଭାଙ୍ଗିଦେଲା

ବିଜ଼େଡିକୁ ବିଦ୍ରୋହୀ ଟେନସନ୍‌ । ପୌର ନିର୍ବାଚନରେ ଅନେକ ବିଦ୍ରୋହୀ ବିଜେଡି ସ୍ୱାଧୀନ ଭାବେ ନାମାଙ୍କନ ଭରିଛନ୍ତି । ଏମିତି ମାଳ ମାଳ ବିଜେଡି ନେତା ଦଳ ପାଇଁ ଅଡୁଆ ସୃଷ୍ଟି କରୁଛନ୍ତି । କାରଣ ହେଲା ଦଳୀୟ ଟିକେଟ୍ ସସପେନ୍ସ । ସେପଟେ ଦଳର କହିବା ହେଲା ସମୟ କମ୍ ଥିବାରୁ ପ୍ରାର୍ଥୀ ତାଲିକା ପ୍ରକାଶ ହୋଇନି । କିନ୍ତୁ ନିର୍ବାଚନ ଅଧିକାରୀଙ୍କ ପାଖରେ ଟିକଟ ପହଞ୍ଚି ସାରିଛି ।

Nomination ended for Muncipalty
ନାହିଁ ନଥିବା ଭିଡ଼ରେ ସରିଲା ପୌର ନିର୍ବାଚନ ନାମାଙ୍କନ ଦାଖଲ

ପାରମ୍ପରିକ ବାଦ୍ୟ ସହ ଡିଜେ ସାଉଣ୍ଡ୍‌, ହାତରେ ଦଳୀୟ ପତାକା, ମୁହଁରେ ସ୍ଲୋଗାନ୍‌ ଶେଷ ଦିନରେ ଏମିତି ପଟୁଆରରେ ଆସି ନାମାଙ୍କନ ଦାଖଲ କରିଛନ୍ତି ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ। ସ୍ୱାଧୀନ ପ୍ରାର୍ଥୀ ବି ବାଣ-ବାଜାରେ କମ୍ପେଇଛନ୍ତି ପରିବେଶ।

Aparajita Sarangi
ପୌର ନିର୍ବାଚନ ପୂର୍ବରୁ ଅପରାଜିତାଙ୍କ ବଡ଼ ବୟାନ, କହିଲେ..

ଭୋଟ ନ ବିକିବା ପାଇଁ ସାଢ଼େ ଚାରିଶହ ବସ୍ତି ବାସିନ୍ଦାଙ୍କୁ ହାତଯୋଡି ଅନୁରୋଧ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ସେ ଆହୁରି କହିଛନ୍ତି ବିଜେପି ଉପଯୁକ୍ତ କର୍ପୋରେଟର ପ୍ରାର୍ଥୀ ଦେଇଛି ।