• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୌର ନିର୍ବାଚନ ବେଳେ ସହରାଞ୍ଚଳରେ ମଦ ବିକ୍ରି ବନ୍ଦ ପାଇଁ ନିର୍ଦ୍ଦେଶ । ୨୨ରୁ ୨୬ ତାରିଖ ପର୍ଯ୍ୟନ୍ତ ୫ ଦିନ ଡ୍ରାଏ ଡେ’ ନେଇ ରହିଛି କଡ଼ା ନିର୍ଦ୍ଦେଶ । ପ୍ରଚାର ଶେଷ ଦିନଠାରୁ ଗଣତି ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ମଦ ବିକ୍ରି । ଏନେଇ ସବୁ ଜିଲ୍ଲାପାଳମାନଙ୍କୁ ଚିଠି କଲେ ଅବକାରୀ କମିଶନର ।

ଠିକ୍‌ ଏହିଭଳି ପଞ୍ଚାୟତ ନିର୍ବାଚନ ପୂର୍ବରୁ ମଧ୍ୟ ମଦ ବ୍ୟାନ୍‌ କରାଯାଇଥିଲା । ମଦ, ବନ୍ଧୁକ, ଅସ୍ତ୍ରଶସ୍ତ୍ର ଉପରେ ନିର୍ବାଚନ କମିଶନ ନିଷେଧାଦେଶ ଜାରି କରିଥିଲେ। ଯେଉଁଠି ଭୋଟ୍‌ ଗ୍ରହଣ ହେବାକୁ ଥିଲା, ତାର ୪୮ ଘଣ୍ଟା ପୂର୍ବରୁ ସେଠି ମଦ ଦୋକାନ ବନ୍ଦ ପାଇଁ ନିର୍ଦେଶ ଦିଆଯାଇଥିଲା । ୪୮ ଘଣ୍ଟା ପୂର୍ବରୁ ଭୋଟ୍‌ ପରଦିନ ପର୍ଯ୍ୟନ୍ତ ମଦ ସମ୍ପୂର୍ଣ୍ଣ ନିଷେଧ କରାଯାଇଥିଲା । ହେଲେ ପୌର ନିର୍ବାଚନ ବେଳେ ଏକା ଥରକେ ୫ ଦିନ ପର୍ଯ୍ୟନ୍ତ ମଦ ବ୍ୟାନ କରାଯାଇଛି ।

ତେବେ ଆସନ୍ତା ୨୪ରେ ପୌର ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ହେବ ଏବଂ ୨୬ରେ ଭୋଟ୍‌ ଗଣତି ହେବ । ୭ ତାରିଖ ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ ସମୟ ସୀମା ରହିଥିଲା । ମାର୍ଚ୍ଚ ୯ ତାରିଖ ସୁଦ୍ଧା ନାମାଙ୍କନ ପତ୍ର ଯାଞ୍ଚ ଓ ୧୪ ସୁଦ୍ଧା ପ୍ରତ୍ୟାହାର ପାଇଁ ସମୟ ଦିଆଯାଇଥିଲା ।

ଏଥର ମେୟର ଓ ପୌରାଧ୍ୟକ୍ଷ ନିର୍ବାଚନ ଏଥର ସିଧାସଳଖ ହେବ । ସେହିପରି ଭୋଟିଂ ପାଇଁ ଇଭିଏମ୍ ବ୍ୟବହାର କରାଯିବ । ପ୍ରତି ବୁଥ୍‌ରେ ୨ଟି ଇଭିଏମ୍ ରହିବ। ଗୋଟିଏ ଇଭିଏମ୍‌ରେ ମେୟର କିମ୍ବା ପୌରାଧ୍ୟକ୍ଷଙ୍କୁ ଭୋଟ୍‌ ଦେଇ ହେବ । ସେହିପରି ଦ୍ୱିତୀୟ ଇଭିଏମ୍‌ରେ କାଉନସିଲର କିମ୍ବା କର୍ପୋରେଟରଙ୍କୁ ଭୋଟ୍‌ ଦେଇ ହେବ

ପ୍ରଥମ ଥର ପାଇଁ ପୌର ନିର୍ବାଚନରେ ନୋଟା ବିକଳ୍ପ ରହିବ । ଏପ୍ରିଲ ୭ରେ ପୌର ଉପାଧ୍ୟକ୍ଷ, ୮ରେ ଡେପୁଟି ମେୟର ନିର୍ବାଚନ ହେବ। ୧୦୬ NAC/ମ୍ୟୁନିସିପାଲିଟି ଓ ୩ଟି ମହାନଗରରେ ନିର୍ବାଚନ ହେବ। ଅଦାଲତି ମାମଲା ପାଇଁ ପୁରୀ ମ୍ୟୁନିସିପାଲିଟିରେ ନିର୍ବାଚନ ହେବ ନାହିଁ। ଅବଧି ସରିବାର ୩ ବର୍ଷ ପରେ ପୌର ନିର୍ବାଚନ ହେଉଛି। ତେବେ ସିଟ୍‌ ରିଜରଭେସନ୍‌ ନେଇ ହୋଇଥିବା ବିବାଦରୁ ନିର୍ବାଚନରେ ବିଳମ୍ବ ହୋଇଥିଲା।