• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ହେଉଛି ପୌର ନିର୍ବାଚନ । ୨୬ରେ ଜଣାପଡ଼ିବ କିଏ ମାରିବ ବାଜି, ଆଉ କାହା ମୁଣ୍ଡରେ ସୁନା କଳସ ଢ଼ାଳିବେ ଭୋଟର ? ଏହାରି ଭିତରେ ଏବେ ବ୍ରହ୍ମପୁର ମେୟର ନିର୍ବାଚନକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ରେଶମ ସହର ବ୍ରହ୍ମପୁରରେ କିଏ ପିନ୍ଧିବ ମେୟର ମୁକୁଟ ? ମଇଦାନରେ ଅଛନ୍ତି ୩ ପ୍ରମୁଖ ଦଳ ବିଜେପି-କଂଗ୍ରେସ-ବିଜେଡି ପ୍ରାର୍ଥୀ । ବିଜେଡିରୁ ସଂଘମିତ୍ରା ଦଳେଇ ମେୟର ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ମଞ୍ଜୁ ରଥ । ସେପଟେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ସବିତା ସୁଆର ।

ତେବେ ଆପଣମାନେ ଜାଣନ୍ତି କି କ’ଣ ରହିଛି ଏହି ସବୁ ପ୍ରାର୍ଥୀଙ୍କ ରାଜନୈତିକ କ୍ୟାରିଅର ? କ’ଣ ସେମାନଙ୍କର ଶିକ୍ଷାଗତ ଯୋଗ୍ୟତା ? ସେମାନଙ୍କ ରାଜନୈତିକ ପୃଷ୍ଠଭୂମି କ’ଣ ? କାହିଁକି, କେବେ ଓ କେମିତି ସେମାନେ ରାଜନୀତିକୁ ଆସିଲେ ? ତେବେ ଆସନ୍ତୁ ଜାଣିବା ବ୍ରହ୍ମପୁରର ତିନି ମେୟର ପ୍ରାର୍ଥୀଙ୍କ ବିଷୟରେ ।

ସଂଘମିତ୍ରା ଦଳେଇ:-

ବିଜେଡିରୁ ମେୟର ପ୍ରାର୍ଥୀ ହୋଇଛନ୍ତି ସଂଘମିତ୍ରା ଦଳେଇ । ତାଙ୍କର ବୟସ ୫୨ । ତାଙ୍କ ସ୍ୱାମୀଙ୍କ ନାଁ ଭୀମସେନ ଦଳେଇ । ତାଙ୍କ ସ୍ୱାମୀ ଜଣେ ଜେଲ୍ ସପ୍ଲାଇ କଣ୍ଟ୍ରାକ୍ଟ୍ରର । ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଟାଉନ୍‌ ଥାନା ଅଧିନ ବଡ଼ସାହିର ମୂଳବାସିନ୍ଦା ହେଉଛନ୍ତି ସଂଘମିତ୍ରା ।

ଶିକ୍ଷାଗତ ଯୋଗ୍ୟତା

ବ୍ରହ୍ମପୁର ୟୁନିଭରସିଟି ଅଧିନ ଗଞ୍ଜାମ ଲ’ କଲେଜରୁ ସେ 1998 ମସିହାରେଏଲ୍‌ଏଲ୍‌ବି ପାସ୍‌ କରିଛନ୍ତି ।

ବୃତ୍ତି

ସଂଘମିତ୍ରା ପେସାରେ ଜଣେ ଆଇନଜୀବୀ । ହେଲେ ଜଣେ ସମାଜସେବିକା ଭାବେ ସେ ବେଶ ପରିଚିତ ।

ସମ୍ପତ୍ତି

ତାଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ଯଥାକ୍ରମେ ୫୨ ଲକ୍ଷ ୫୬ ହଜାର ୪୬୭ ଓ ୪୫ ଲକ୍ଷ ଟଙ୍କା । ତାଙ୍କୁ ୬ ଲକ୍ଷ ୬୮ ହଜାର ୭୪୪ ଟଙ୍କା ଋଣ ସୁଝିବାକୁ ମଧ୍ୟ ରହିଛି ।

ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଥିବା ତଥ୍ୟରେ ସେ ଦର୍ଶାଇଛନ୍ତି ଯେ, ତାଙ୍କର ବାର୍ଷିକ ରୋଜଗାର ୭ ଲକ୍ଷ ଟଙ୍କା ଏବଂ ତାଙ୍କ ବିରୋଧରେ କୌଣସି ପ୍ରକାର କ୍ରିମିନାଲ କେସ୍‌ ନାହିଁ ।

ସବିତା ସୁଆର:-

ବିଜେପିରୁ ବ୍ରହ୍ମପୁର ମହାନଗର ନିଗମ ମେୟର ପ୍ରାର୍ଥୀ ହୋଇଛନ୍ତି ସବିତା ସୁଆର । ତାଙ୍କର ବୟସ ୪୩ । ତାଙ୍କ ସ୍ୱାମୀଙ୍କ ନାଁ ଉତ୍ତମ କୁମାର ପାଣିଗ୍ରାହୀ । ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଇନ୍ଦିରା ନଗରର ମୂଳବାସିନ୍ଦା ହେଉଛନ୍ତି ସବିତା ।

ଶିକ୍ଷାଗତ ଯୋଗ୍ୟତା

ସେ ବ୍ରହ୍ମପୁର ୟୁନିଭରସିଟିରୁ ଭାଷା ବିଜ୍ଞାନରେ ପିଏଚ୍‌ଡି କରିଛନ୍ତି ।

ସମ୍ପତ୍ତି

ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଥିବା ତଥ୍ୟ ଅନୁଯାୟୀ, ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ୮୮ ଲକ୍ଷ ୫୦ ହଜାର ଟଙ୍କା । ସେଥିମଧ୍ୟରୁ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୩୫ ଲକ୍ଷ ଟଙ୍କା ଓ ସ୍ଥାବର ସମ୍ପତ୍ତିର ମୂଲ୍ୟ ୫୩ ଲକ୍ଷ ୫୦ ହଜାର ଟଙ୍କା । ତାଙ୍କର କାହାକୁ ଟଙ୍କାଟିଏ ବି ସୁଝିବାକୁ ନାହିଁ । ସେ ଏହା ମଧ୍ୟ ଦର୍ଶାଇଛନ୍ତି ଯେ, ସେ ରୋଜଗାରକ୍ଷମ ଏବଂ ତାଙ୍କ ସ୍ୱାମୀ ଜଣେ ବ୍ୟବସାୟୀ । ତାଙ୍କ ନାଁରେ ମଧ୍ୟ କୌଣସି କ୍ରିମିନାଲ କେସ୍‌ ନଥିବା ସେ କହିଛନ୍ତି ।

ମଞ୍ଜୁ ରଥ:-

କଂଗ୍ରେସରୁ ବ୍ରହ୍ମପୁର ମହାନଗର ନିଗମ ମେୟର ପ୍ରାର୍ଥୀ ହୋଇଛନ୍ତି ମଞ୍ଜୁ ରଥ । ତାଙ୍କର ବୟସ ୬୨ । ତାଙ୍କ ସ୍ୱାମୀଙ୍କ ନାଁ ରବି ରଥ । ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଇଞ୍ଜିନିୟରିଂ ସ୍କୁଲ ରୋଡ୍‌ ନିକଟରେ ତାଙ୍କର ଘର ।

ଶିକ୍ଷାଗତ ଯୋଗ୍ୟତା

ବ୍ରହ୍ମପୁର ୟୁନିଭର୍ସିଟିରୁ ୧୯୮୪ ମସିହାରେ ସେ ପ୍ରାଣୀ ବିଜ୍ଞାନରେ ପିଜି କରିଛନ୍ତି ।

ବୃତ୍ତି

ଓଡ଼ିଆ ସାପ୍ତାହିକ ‘ଦ ନବୀନ’ର (The Nabeen) ସେ ପ୍ରକାଶକ । ତାଙ୍କ ସ୍ୱାମୀ ଏହି ସାପ୍ତାହିକର ସଂପାଦକ ଅଛନ୍ତି । ମଞ୍ଜୁ ରଥ ଅନେକ ସାମାଜିକ ସଂଗଠନ ସହ ଜଡିତ ଅଛନ୍ତି । ତାଙ୍କ ପୁଅ ଜଣେ ସରକାରୀ ଅଫିସର ଓ ତାଙ୍କ ଝିଅ ଜଣେ ଅଧ୍ୟାପିକା ।

ସମ୍ପତ୍ତି

ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଥିବା ତଥ୍ୟ ଅନୁଯାୟୀ, ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ୨୨ ଲକ୍ଷ ୦୮ ହଜାର ୫୩ ଟଙ୍କା । ତାଙ୍କର କୌଣସି ଅସ୍ଥାବର ସମ୍ପତ୍ତି ନାହିଁ । ତାଙ୍କର କାହାକୁ ଟଙ୍କାଟିଏ ବି ସୁଝିବାକୁ ନାହିଁ । ସେ ଏହା ମଧ୍ୟ ଦର୍ଶାଇଛନ୍ତି ଯେ, ସେ ରୋଜଗାରକ୍ଷମ ଏବଂ ତାଙ୍କ ସ୍ୱାମୀ ଜଣେ ବ୍ୟବସାୟୀ । ତାଙ୍କ ମୁଖ୍ୟ ରୋଜଗାର ଉତ୍ସ ହେଉଛି ‘ଖବର କାଗଜ’ । ତାଙ୍କ ନାଁରେ କୌଣସି କ୍ରମିନାଲ କେସ୍‌ ନାହିଁ ।