• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Municipal Elections Updates

ULB Election
ସରିଲା ପୌର ଭୋଟ୍, ପ୍ରାୟ ୮ ବର୍ଷ ପରେ ସହରବାସୀ ଦେଇଛନ୍ତି ରାୟ

ପ୍ରଥମ ଥର ପାଇଁ ମେୟର ଓ ପୌରାଧ୍ୟକ୍ଷ ଲାଗି ସିଧାସଳଖ ଭୋଟ୍ ହୋଇଥିବାରୁ ଭୋଟର୍ମାନେ ଏଥର ଦୁଇଟି ଲେଖାଏଁ ଭୋଟ୍ ଦେଇଛନ୍ତି ।

Ulb Election Violence
ପୌର ନିର୍ବାଚନ ବେଳେ ବି ବିଭିନ୍ନ ସ୍ଥାନରୁ ଆସିଛି ହିଂସା ଓ ଉତ୍ତେଜନାର ମାଳମାଳ ଚିତ୍ର

ପଞ୍ଚାୟତ ଭଳି ପୌର ନିର୍ବାଚନବେଳେ ବି ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଛି ହିଂସା ଓ ଉତ୍ତେଜନାର ମାଳମାଳ ଚିତ୍ର । କେଉଁଠି ବୁଥ୍ ରିଗିଂ ତ କେଉଁଠି ଟଙ୍କା ବଣ୍ଟା ଉଦ୍ୟମ ବେଳେ ହୋଇଛି ଗଣ୍ଡଗୋଳ ସାଙ୍ଗକୁ ମାରପିଟ୍ ।

Facebook Live
ବୁଥ୍‌ ଭିତରେ ମେୟର ପ୍ରାର୍ଥୀଙ୍କ ଫେସବୁକ୍‌ ଲାଇଭ୍

ପୋଲିସ୍‌ କର୍ମଚାରୀ ଜଣକ ହସି ହସି ଏହାକୁ ଆଡେଇ ଯାଉଥିବା ନଜରକୁ ଆସିଛି।

Poll Violence
ପଞ୍ଚାୟତ ହିଂସା ନଥମୁଣୁ ପୌର ନିର୍ବାଚନୀ ହିଂସା ମୁଣ୍ଡ ବିନ୍ଧା କଲାଣି, ପିପିଲିରେ ବିଜେପି କର୍ମୀ ଲହୁଲୁହାଣ

ପିପିଲିରେ ଏକ ବୁଥ୍‌ରେ ବିଜେପି ଏଜେଣ୍ଟଙ୍କ ମୁଣ୍ଡ ଫାଟିଛି । ପିପିଲି ଏନ୍ଏସିର ୭ ନମ୍ବର ୱାର୍ଡ ୯ ନମ୍ବର ବୁଥ୍‌ରେ ବିଜେପି ଏଜେଣ୍ଟଙ୍କ ମୁଣ୍ଡ ଫାଟିଲା । ବିପକ୍ଷ ଦଳର ଲୋକେ ତାଙ୍କୁ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି ।

evm
ସାଂଘାତିକ ତ୍ରୁଟି ! EVMରେ ନାହିଁ ପ୍ରାର୍ଥୀଙ୍କ ନାଁ, ଭୋଟ ପଡ଼ିଲାଣି ୪୦୦

ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌର ପରିଷଦ ୮ ନମ୍ବର ଓ୍ୱାର୍ଡର ୧୪ ନମ୍ବର ବୁଥ୍‌ରୁ ଆସିଲା ଏଭଳି ସାଂଘାତିକ ଅଭିଯୋଗ । ଇଭିଏମ୍‌ରେ ଜଘନ୍ୟ ତ୍ରୁଟି ଯୋଗୁଁ ବନ୍ଦ ହେଲା ଭୋଟିଂ । ତେବେ ତ୍ରୁଟି ଧରାପଡ଼ିବା ବେଳକୁ ଇଭିଏମ୍‌ରେ ପଡ଼ିସାରିଲାଣି ପାଖାପାଖି ୪୦୦ ଭୋଟ ।

EVM Exchange alligation
ଭୋଟ୍‌ ବେଳେ ବଦଳାଇଦେଲେ ଇଭିଏମ୍ !

ପିଜାଇଡିଂ ଅଫିସର ସାଥୀ ହୋଇ ଏଭଳି ଅପଚେଷ୍ଟା ଚଳାଇଛନ୍ତି।

Election violence
ପିପିଲିରେ ନିର୍ବାଚନୀ ହିଂସା, ଭୋଟ ବେଳେ ବିଜେପି ଏଜେଣ୍ଟଙ୍କ ମୁଣ୍ଡ ଫାଟିଲା

ପୌର ଭୋଟ ବେଳେ ପିପିଲି ଏନ୍ଏସିର ୭ ନମ୍ବର ୱାର୍ଡରେ ନିର୍ବାଚନା ହିଂସା। ଭୋଟ ବେଳେ ବିପକ୍ଷ ଦଳର ଲୋକେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

BJD and Congress face off in Kantabanji NAC
କଣ୍ଟାବାଞ୍ଜି ଏନ୍ଏସିରେ ବିଜେଡି ଓ କଂଗ୍ରେସ ମୁହାଁମୁହିଁ

କଣ୍ଟାବାଞ୍ଜି ଏନ୍ଏସିରେ ନିର୍ବାଚନୀ ହିଂସା । ପୌର ଭୋଟ ବେଳେ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଏନ୍ଏସିରେ ବିଜେଡି ଓ କଂଗ୍ରେସ ମୁହାଁମୁହିଁ ।

 Violence Reported In Many Places
ଗୋଟିଏପଟେ ଚାଲିଛି ଭୋଟିଂ, ଅନ୍ୟପଟେ ହିଂସା: କେଉଁଠି ବୁଥ୍‌ ସାମ୍ନାରେ ଛୁରାମାଡ଼ ତ ଆଉ କେଉଁଠି ଆକ୍ରମଣ

ରାଜ୍ୟରେ ପଞ୍ଚାୟତ ନିର୍ବାଚନ ବେଳେ ଯେଭଳି ହିଂସା ଘଟଣା ସାମ୍ନାକୁ ଆସିଥିଲା, ପୌର ନିର୍ବାଚନରେ ମଧ୍ୟ ବିଭିନ୍ନ ସ୍ଥାନରେ ହିଂସା ଘଟିଥିବା ଖବର ସାମ୍ନାକୁ ଆସିଛି। କେଉଁଠି ଟଙ୍କା ବଣ୍ଟାକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଛି ତ ଆଉ କେଉଁଠି ଇଭିଏମ୍‌ ଅଚଳକୁ ନେଇ ଲୋକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

Patnagarh MLA's Brother Reportedly Thrashed
ଟଙ୍କା ବାଣ୍ଟୁଥିଲେ ବିଧାୟକଙ୍କ ଭାଇ, ଧରାପଡ଼ି ମାଡ଼ ଖାଇଲେ

ଟଙ୍କା ବାଣ୍ଟିବା ଅଭିଯୋଗରେ ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ଭାଇ ପ୍ରଦୀପ ମେହେରଙ୍କୁ ମାଡ଼ ମରାଯାଇଥିବା ସୂଚନା ମିଳିଛି। 

Urban Polls । Tension In Berhampur After EVM Found In Car
କାର ଭିତରେ ଇଭିଏମ୍‌କୁ ଦେଖି ତାତିଲେ ଲୋକେ

କାରରେ ଇଭିଏମ୍ ଦେଖି ବିଭିନ୍ନ ଦଳର ଏଜେଣ୍ଟ ଏହାର ପ୍ରତିବାଦ କରିଛନ୍ତି । ଖବର ପାଇ ଡେପୁଟି କମିଶନର ତଥା ସୁପରଭିଜନ ଅଫିସର ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବାରୁ ପରେ ପରିସ୍ଥିତି ଶାନ୍ତ ପଡିଥିବାର ଜଣାପଡିଛି ।

Voting
ପୌର ନିର୍ବାଚନ: ଦିନ ୧୧ଟା ସୁଦ୍ଧା ୨୧ ପ୍ରତିଶତ ମତଦାନ

ରାଜ୍ୟର ୧୦୬ ମ୍ୟୁନିସିପାଲିଟି, ଏନ୍ଏସି ଓ ୩ ମହାନଗର ନିଗମରେ ୪୦ ଲକ୍ଷରୁ ଅଧିକ ଭୋଟର ସେମାନଙ୍କ ମନ ପସନ୍ଦର ପ୍ରତିନିଧି ବାଛୁଛନ୍ତି । ପ୍ରଥମଥର ପାଇଁ ମେୟର ଏବଂ ପୌରାଧ୍ୟକ୍ଷ ପଦ ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ହେଉଛି । ଦିନ ୧୧ଟା ସୁଦ୍ଧା ୨୧ ପ୍ରତିଶତ ଭୋଟିଂ ହୋଇଥିବା ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ସୂଚନା ଦିଆଯାଇଛି ।

Sulochana Das
ସମସ୍ତେ ନିଜ ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରନ୍ତୁ: ସୁଲୋଚନା ଦାସ

ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା ଦାସ ନୟାପଲ୍ଲୀ ୱାର୍ଡ ନଂ ୩୯ ଅନ୍ତର୍ଗତ ଏକ ବୁଥ୍‌ରେ ମତଦାନ କରିଛନ୍ତି । ସେ ସାଧାରଣ ଜନତାଙ୍କ ମଧ୍ୟରେ ଛିଡା ରହି ମତଦାନ କରିଥିବାର ଦେଖିବାକୁ ମିଳିଛି ।

Odisha Going Bengal Way In Violence says Dharmendra Pradhan
ରାଜ୍ୟରେ ବଢୁଥିବା ହିଂସାକୁ ନେଇ ଧର୍ମେନ୍ଦ୍ରଙ୍କ ତୀବ୍ର ନିନ୍ଦା, କହିଲେ- ପଶ୍ଚିମବଙ୍ଗ ରାସ୍ତାରେ ଗତି କରୁଛି ଓଡ଼ିଶା

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଲୋକଙ୍କ ଉପରେ ଗାଡ଼ି ଚଢ଼ାଇବା ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପୋଲିସର ତଦନ୍ତ ପ୍ରକ୍ରିୟା ଜନମାନସରେ ସନ୍ଦେହ ସୃଷ୍ଟି କରୁଛି ବୋଲି ସେ କହିଛନ୍ତି।

Suniti Mund
ହାତରେ କମଳ ଧରି ଭୋଟ୍‌ ଦେଲେ ବିଜେପି ମେୟର ପ୍ରାର୍ଥୀ ସୁନୀତି ମୁଣ୍ତ

ବିଜେପି ମେୟର ପ୍ରାର୍ଥୀ ସୁନୀତି ମୁଣ୍ତ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି । ହାତରେ ପଦ୍ମ ଫୁଲ ଧରି ଝାରପଡ଼ା ସ୍ଥିତ ଏକ ବୁଥ୍‌କୁ ଯାଇ ମତଦାନ କରିଛନ୍ତି ।

Glitches in EVM delay polling
କାମ କରୁନାହିଁ EVM; ବିଳମ୍ୱ ହେଉଛି ମତଦାନ

ଆଜି ପୌର ଭୋଟ । ହେଲେ ଭୁବନେଶ୍ୱରରେ ଇଭିଏମରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମତଦାନ ବିଳମ୍ବ ହୋଇଛି । କେବଳ ଏତିକି ନୁହେଁ ବିଭିନ୍ନ ବୁଥ୍‌ମାନଙ୍କରେ ଇଭିଏମରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମତଦାନରେ ବିଳମ୍ୱ ହୋଇଥିବା ଜଣାପଡିଛି ।

Municipal Election
ମତଦାନ ଆରମ୍ଭରୁ ଉତ୍ତେଜନା; ହାତରେ ଭୋଟ୍‌ର ପରିଚୟ ପତ୍ର, ହେଲେ ତାଲିକାରେ ନାଁ ନାହିଁ

ବାଦ୍‌ ପଡ଼ିଥିବା ଭୋଟରଙ୍କ ନାଁ ତାଲିକାଭୁକ୍ତ କରିବାକୁ ଦାବି କରି ମତଦାନ ବନ୍ଦ କଲେ ୱାର୍ଡବାସୀ ।

CM Naveen Patnaik Casts His Vote
ଚାଲିଚାଲି ମତଦାନ କେନ୍ଦ୍ରକୁ ଯାଇ ଭୋଟ୍‌ ଦେଲେ ନବୀନ

ଗଣତନ୍ତ୍ର ମହାନପର୍ବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)ର ୫୩ ନମ୍ବର ୱାର୍ଡରେ ଆଜି ମୁଖ୍ୟମନ୍ତ୍ରୀ ଭୋଟ୍ ଦେଇଛନ୍ତି। 

Odisha Municipality Elections
LIVE Updates: Odisha Municipality Elections 2022

ଭୋଟ୍ ଦେଉଛି ସହର। ଆଜି ଓଡ଼ିଶାର ୩ଟି ମହାନଗର ନିଗମ (କଟକ, ଭୁବନେଶ୍ୱର

Odisha Municipal Elections
ଆଜି ପୌର ନିର୍ବାଚନ: ଡବଲ୍‌ ଭୋଟ୍‌ ଦେଲେ କାର୍ଯ୍ୟାନୁଷ୍ଠାନ

ପୌର ନିର୍ବାଚନ ଲାଗି ଆଜି ମତଦାନ। ରାଜ୍ୟର ୧୦୬ ମ୍ୟୁନିସିପାଲିଟି, ଏନ୍ଏସି ଓ ୩ ମହାନଗର ନିଗମର ୪୦ ଲକ୍ଷରୁ ଅଧିକ ଭୋଟର ସେମାନଙ୍କ ପ୍ରତିନିଧିଙ୍କୁ ନିର୍ବାଚିତ କରିବେ।

Vote Buying
ପୌର ଭୋଟ୍‌ ଆଗରୁ ଚାଲିଛି ଟଙ୍କା ବଣ୍ଟା

ପୌର ଭୋଟ୍ ପୂର୍ବରୁ ସାରା ରାଜ୍ୟରୁ ଆସୁଛି ନୋଟ୍ ଫର୍ ଭୋଟ୍‌ର ସାଙ୍ଘାତିକ ଅଭିଯୋଗ । ଭୁବନେଶ୍ୱରରୁ କୋରାପୁଟ ପର୍ଯ୍ୟନ୍ତ ଅଧିକାଂଶ ପୌରାଞ୍ଚଳରେ ଶାସକ ଦଳ ପକ୍ଷରୁ ଟଙ୍କା ବଣ୍ଟା ଯାଉଥିବା ଅଭିଯୋଗ ହୋଇଛି ।

Vote Buying
'ନୋଟ୍‌ ନିଅ, ଭୋଟ୍‌ ଦିଅ' ନିର୍ବାଚନ ଜିତିବା ପାଇଁ ବିଜେଡିର ନୂଆ ଫର୍ମୁଲା !

ଭୁବନେଶ୍ୱର ସୁନାବେଡା ରେମୁଣା, ବାରିପଦା ଚାରି ସ୍ଥାନରୁ ଆସିଛି ଟଙ୍କା ବଣ୍ଟାର ଭାଇରାଲ ଭିଡିଓ । ପୌର ଭୋଟ୍ ପୂର୍ବରୁ ରାଜ୍ୟରେ ବିଭିନ୍ନ ସ୍ଥାନରୁ ଆସୁଛି ଭୋଟରଙ୍କୁ ଟଙ୍କା ବଣ୍ଟାଯିବାର ସାଙ୍ଘାତିକ ଅଭିଯୋଗ । ‘ନୋଟ୍ ନିଅ, ଭୋଟ୍ ଦିଅ’ ନିର୍ବାଚନ ଜିତିବା ଲାଗି ଶାସକ ବିଜେଡି ଏହି ଫର୍ମୁଲା ଧରିଥିବା ଅଭିଯୋଗ ହେଉଛି ।

ULB Polls
ସରିଲା ପ୍ରଚାର, ଶେଷ ଦିନରେ ପ୍ରାର୍ଥୀଙ୍କ ଶକ୍ତି ପ୍ରଦର୍ଶନ ! କମ୍ପିଲା ସହର

ସମସ୍ତ ପୌରାଞ୍ଚଳ ଓ ଏନ୍ଏସିରେ ଜୋରଦାର ଚାଲିଛି ପ୍ରଚାର । ହେଭିେଓ୍ୱଟ୍ ଓ ସେଲିବ୍ରିଟିଙ୍କ ସାହାରା ନେଇ ପ୍ରାର୍ଥୀମାନେ କରୁଛନ୍ତି ପ୍ରଚାର ।

otv
ପୌର ଭୋଟ ପୂର୍ବରୁ ପ୍ରାର୍ଥୀଙ୍କ ପ୍ରତିଶ୍ରୁତିର ବର୍ଷା

ନୂଆ ଏନଏସିରେ ଥିବା ବିଭିନ୍ନ ସମସ୍ୟାର ସମାଧାନ କରିବା ଲାଗି ପ୍ରତିଶ୍ରୁତି ଦେଇ ଭୋଟରଙ୍କ ନିକଟତର ହେବାକୁ ଚେଷ୍ଟା କରୁଛନ୍ତି ପ୍ରାର୍ଥୀ । ଭଦ୍ରକ ଜିଲ୍ଲା ଧାମନଗର ସହ ଚାନ୍ଦବାଲି ଏନଏସିରେ ନିର୍ବାଚନ ହେବ ।

otv
ଢେଙ୍କାନାଳ ମ୍ୟୁନିସପାଲଟିରେ କିଏ ହେବ ପୌରାଧ୍ୟକ୍ଷ

ଏଥର ମୈଦାନରେ ୭ ପ୍ରାର୍ଥୀ ଢେଙ୍କାନାଳ ମ୍ୟୁନିସପାଲଟି ପାଇଁ ଚାଲିଛି ଜୋରଦାର ଲଢେଇ