Advertisment

Viral Video: ଏମିତି ଘର ଆଗରୁ ଦେଖି ନଥିବେ; ଭିଡିଓ ଭାଇରାଲ୍ ପରେ ୟୁଜର୍ସ କହିଲେ...

କେରଳ କୋଝିକୋଡର ଏକ ଘରର ଡିଜାଇନ୍‌ ଇଣ୍ଟରନେଟ୍‌ରେ ନିଆଁ ଲଗାଇଛି। ପ୍ରଥମେ ଯେ କେହି ବି ଧୋକା ଖାଇଯିବ। ଘର ଆଗରେ ପୁଣି ଟ୍ରେନ୍‌ !

author-image
Sonali Ojha
ଅଦ୍ୟତନ ହୋଇଛି
House Looks Like A Train

House Looks Like A Train

ସମସ୍ତେ ନିଜ ନିଜର ସ୍ୱପ୍ନର ଘର କରିବାକୁ ଚାହାନ୍ତି। ଯେତେବେଳେ ଘର ସାଜସଜ୍ଜାର କଥା ଆସେ, ସେତେବେଳେ ଲୋକମାନେ ଏକ ଆକର୍ଷଣୀୟ ଏବଂ ଆରାମଦାୟକ ସ୍ଥାନ ସୃଷ୍ଟି କରିବା ପାଇଁ ଅନେକ କିଛି କରନ୍ତି। ବୋଲ୍ଡ ରଙ୍ଗ ପ୍ୟାଲେଟଠାରୁ ଆରମ୍ଭ କରି ପର୍ସନାଲ୍ ଟଚ୍ ଏବଂ ଅନନ୍ୟ କଳାକୃତି ବି ସ୍ଥାନ ଦେଇଥାଆନ୍ତି। ସେହିପରି ଏକ ଘର ଇଣ୍ଟରନେଟ୍‌ରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି। କେରଳର ଗୋଟିଏ ଘର ଏହାର ମନୋରମ ରେଳ-ଥିମ୍ ଡିଜାଇନ୍ ପାଇଁ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଛି।

Advertisment

କେରଳ କୋଝିକୋଡର ଏକ ଘରର ଡିଜାଇନ୍‌ ଇଣ୍ଟରନେଟ୍‌ରେ ନିଆଁ ଲଗାଇଛି। ପ୍ରଥମେ ଯେ କେହି ବି ଧୋକା ଖାଇଯିବ। ଘର ଆଗରେ ପୁଣି ଟ୍ରେନ୍‌ ! ହେଲେ ନିରିଖେଇ ଦେଖିଲେ ଏହା ଏକ ପାଚେରି ଡିଜାଇନ୍‌ ବୋଲି ଜାଣିପାରିବେ। କାନ୍ଥଟିକୁ ବହୁତ ଯତ୍ନର ସହିତ ଏକ ଟ୍ରେନ ବଗି ପରି ଦେଖାଯିବା ପାଇଁ ଡିଜାଇନ୍ କରାଯାଇଛି, ଯେଉଁଥିରେ କୋଚ୍ ଏବଂ ରେଳ ଚକ ଅଛି। ଯାହା ଏକ ପ୍ରକୃତ ଯାତ୍ରୀବାହୀ ଟ୍ରେନର ଭ୍ରମ ସୃଷ୍ଟି କରୁଛି।

Advertisment

ଏହାକୁ ଆହୁରି ଆକର୍ଷଣୀୟ କରିବା ପାଇଁ ଏଥିରେ ନିର୍ମାଣ ବର୍ଷ ମଧ୍ୟ ଲେଖାଯାଇଛି। ଯାହା ସୂଚୀତ କରୁଛି ଯେ ଏହା କେବେ ନିର୍ମିତ ହୋଇଥିଲା। ଏହାକୁ 22597 ପାଲଙ୍ଗଡ଼ ଏକ୍ସପ୍ରେସ୍ ଭାବରେ ମଧ୍ୟ ଲେବଲ୍ କରାଯାଇଛି, ଯାହା ରିଅଲ୍ ଭଳି ମନେ ହେଉଛି। ପ୍ରଥମେ କୁଞ୍ଜିପ୍ପା ଆରମ୍ବ୍ରମ ବ୍ୟବହାରକାରୀଙ୍କ ଦ୍ୱାରା ଇନଷ୍ଟାଗ୍ରାମରେ ସେୟାର କରାଯାଇଥିବା ଏହି ଭିଡିଓଟି ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଛି। ପୋଷ୍ଟର କ୍ୟାପସନରେ ମଜାରେ ଲେଖାଯାଇଛି, "କୋଝିକୋଡେ ନାରିକୁନି ପାଲଙ୍ଗାଡ ଏବେ ଛାଡିବ।"

ଭିଡିଓଟି ସେୟାର ହେବା ମାତ୍ରେ, ଏହାକୁ ୬୫ ହଜାରରୁ ଅଧିକ ଦର୍ଶକ ଦେଖିଥିଲେ। ଅନେକ କମେଣ୍ଟ କରି ଏହି ଡିଜାଇନ୍‌କୁ ପ୍ରଶଂସା ବି କରିଛନ୍ତି। ଜଣେ ସୋସିଆଲ୍ ମିଡିଆ ୟୁଜର୍‌ କମେଣ୍ଟ କରିଛନ୍ତି, "ଯାହାହେଉ, ଏହି ଘରର ଗୋଟିଏ ନାଁ ଟ୍ରେନ ହାଉସ ହୋଇପାରେ।" ଏହି ଘରର ମାଲିକ କଣ ରେଳବାଇରୁ ଅବସର ନେଇଥିଲେ?" ଅନ୍ୟ ଜଣେ ପ୍ରଶ୍ନ କରିଛନ୍ତି। ପୂର୍ବରୁ ଆଉ ଏକ ରେଳ-ଥିମ୍ ଘର ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ​​- ଯାହାର ମାଲିକ ସଞ୍ଜୟ କୁମାର ଥିଲେ, ଯିଏ 'ଇଞ୍ଜିନ୍ ମ୍ୟାନ୍' ବା 'ଲୋକୋ ପାଇଲଟ୍' ଭାବରେ ଜଣାଶୁଣା।

ଅଧିକ ପଢ଼ନ୍ତୁ: ମୋନାଲିସାଙ୍କ ରୂପ ନୁହେଁ, ତାଙ୍କ ସ୍ୱର ବି ସୁନ୍ଦର; ଶୁଣନ୍ତୁ ସେ ଗାଇଥିବା ଗୀତ

Social Media
Advertisment
Advertisment