Advertisment

କେନ୍ଦ୍ରାପଡ଼ାରେ ପୌର ନିର୍ବାଚନ ପ୍ରଚାର

କେନ୍ଦ୍ରାପଡ଼ାରେ ଜମୁଛି ପୌର ନିର୍ବାଚନ ପାଇଁ ପ୍ରଚାର । ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ପ୍ରାର୍ଥୀ । ପୌର ନିର୍ବାଚନ ଲାଗି ମାଲକାନଗିରିରେ ଜୋର ଧରିଛି ପ୍ରଚାର । ଦିନରାତି ଏକ କରି ନେତା ଭୋଟ୍ ମାଗୁଛନ୍ତି ଘରକୁ ଘର ବୁଲିବା ସହ ରୋଡ୍ ସୋ କରି ଭୋଟରଙ୍କୁ ଆକର୍ଷିତ କରୁଛନ୍ତି ପ୍ରାର୍ଥୀ ଡହ ଡହ ଖରାକୁ ଖାତିର ନ କରି କଂଗ୍ରେସର ପ୍ରାର୍ଥୀମାନେ ଆଜି ପ୍ରଚାର କରିଛନ୍ତି

author-image
Pallipuspa Samal
Kendrapara municipal election campaign

Kendrapara municipal election campaign

 ହାତରେ ସମୟ କମ ଥିବାରୁ ଜମୁଛି ପୌର ନିର୍ବାଚନ ପାଇଁ ପ୍ରଚାର ପାର୍ଥୀ ମାନେ ଘରକୁ ଘର ବୁଲି ଲୋକଙ୍କ ପାଖରେ ପହଞ୍ଚି ଭୋଟ ଭିକ୍ଷା କରିବା ସହ ଭୋଟରଙ୍କୁ ହାତେଇବାକୁ ପ୍ରୟାସ ଚଳାଇଛନ୍ତି । କିଏ କିଭଳି ଭାବରେ ଭୋଟରଙ୍କୁ ଆକୃଷ୍ଟ କରିବ ସେନେଇ ପ୍ରାର୍ଥୀ ମାନେ ପ୍ରସ୍ତୁତ କରିଛନ୍ତି ରଣନୀତି ।  କିଏ ଅଞ୍ଚଳର ସମସ୍ୟାକୁ ପ୍ରସଙ୍ଗ କରିଥିବା ବେଳେ କିଏ ବିକାଶକୁ ପ୍ରସଙ୍ଗ କରି ଡୋର ଟୁ ଡୋର କ୍ୟାମ୍ପେନ କରୁଛନ୍ତି ।

Advertisment

  ସେପଟେ ଡିଜିଟାଲରେ ମଧ୍ୟ ପ୍ରଚାର ଜୋର ଧରିଛି  ଚଳିତ ନିର୍ବାଚନରେ ଅନେକ ଉଚ୍ଚ ଶିକ୍ଷିତ ଯୁବକ ଯୁବତୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ବରିଷ୍ଠ କଂଗ୍ରେସ ନେତା ଗଣେଶ୍ୱର ବେହେରା । କେନ୍ଦ୍ରାପଡ଼ା ପୌରପାଳିକାର ୨୦ ନମ୍ବର ଓ୍ୱାର୍ଡକୁ ଯାଇ ନିଜ ସମର୍ଥିତ ନଗରପାଳିକା ଓ ଓ୍ୱାର୍ଡ ସଭ୍ୟ ପାଇଁ ପ୍ରଚାର କରିଛନ୍ତି । 

Kendrapara Municipal Election 2022
Advertisment
Advertisment