ମହାୟୁତିର ବିପୁଳ ବିଜୟ ପରେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଲେ ଏକନାଥ । ଇସ୍ତଫା ଦେବା ସମୟରେ ସିନ୍ଦେଙ୍କ ସହ ଡେପୁଟି ସିଏମ୍ ଅଜିତ ପାୱାର ଏବଂ ଦେବେନ୍ଦ୍ର ଫଡନାଭିସ୍ ମଧ୍ୟ ଉପସ୍ଥିତ ଥିଲେ ।
ମହାୟୁତିର ବିପୁଳ ବିଜୟ ଘଟିଲା । ମହାରାଷ୍ଟ୍ରରେ କିଏ ହେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ? ଏକନାଥ ସିନ୍ଦେ ନା ଦେବେନ୍ଦ୍ର ଫଡନାଭିସ୍ । କାହାର ପଲା ଭାରୀ ?
ଆଜିଠୁ ବିଧାନସଭାର ଶୀତ ଅଧିବେଶନ। ଏଥିପାଇଁ ୩ ଦଳ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ପ୍ରଥମ ଦିନରେ ଆସିବ ଅତିରିକ୍ତ ବଜେଟ୍। ସରକାରଙ୍କୁ ଘେରିବାକୁ ପ୍ରସଙ୍ଗ ବାଛି ସାରିଲେଣି ବିରୋଧୀ ।
ସରକାରଙ୍କ ଉପଲବ୍ଧି ରଖି ବିଗତ ସରକାରଙ୍କ ୨୪ ବର୍ଷର କଳା ଚିଠା ଖୋଲିବାକୁ ସ୍ଥିର କରିଛି ବିଜେପି ।
ବିଶେଷ କରି ୩ଟି ଘଟଣା ଯଥା, ବିଧାୟକଙ୍କୁ ହମଲା, ଟାଉନଥାନା ଘେରାଉ ଏବଂ ବିରଜା ହାଟରେ ରାସ୍ତାରୋକ ମାମଲାର ଚାଲିଛି ଖୋଳତାଡ଼।
ବବିଙ୍କ ଭାଇ ଲଲଙ୍କ ନାଁରେ ପୋଲିସ ଯୋଡ଼ିଲା ଆଉ ୩ ମାମଲା । ଆହୁରି ତେଜିଲା ରାଜନୈତିକ ବୟାନବାଜି ।
ସରଗରମ ହେବ ଶୀତ ଅଧିବେଶନ .. ପ୍ରସଙ୍ଗ ବାଛି ପ୍ରସ୍ତୁତ ବିରୋଧୀ ।
ବବି ଦାସଙ୍କ ଭାଇ ଲଲଙ୍କ ନାଁରେ ଯୋଡ଼ି ହେଲା ଆଉ ୩ ମାମଲା । ଯାଜପୁର ଟାଉନ ଥାନା ପୋଲିସ ଏହି ୩ ମାମଲା ଯୋଡ଼ିଛି। ।
ବିଭିନ୍ନ ସରକାରୀ ଯୋଜନା, ପ୍ରକଳ୍ପ ସହିତ ଯୋଡି ହୋଇ ରହିଥିଲା ବିଜୁଙ୍କ ନାମ । ରାଜ୍ୟର ରାସ୍ତା ଘାଟ, ବଜାର ହାଟ ସବୁଠି ବିଜୁଙ୍କ ପଦଚିହ୍ନ । ଏହା ନୁହଁ ଯେ ଅନ୍ୟ କୌଣସି ମହାପୁରୁଷଙ୍କ ନାମରେ ଯୋଜନା ହୋଇ ନାହିଁ କିମ୍ବା ସେମାନଙ୍କ ଜୟନ୍ତୀ ପାଳନ କରାଯାଇ ନାହିଁ ।
ଭଗବାନଙ୍କ ଇଚ୍ଛା ଥିଲା ମୋତେ ଓଡ଼ିଶାର ଦାୟିତ୍ଵ ମିଳିବ। ନୂଆ ଓଡ଼ିଶା ଗଠନ, ବିକଶିତ ଓଡ଼ିଶା ଗଠନ ସହ ଲୋକଙ୍କୁ ନ୍ୟାୟ ଦେବା ପାଇଁ ବୋଧେ ଭଗବାନ ମୋତେ ବଂଚାଇଥିଲେ ।
ଆଗ ମାଆ ସୋନିଆ ଗାନ୍ଧୀ ଜିତିଲେ । ପରେ ଆମେଥି ଆସନରୁ ପୁଅ ରାହୁଲଙ୍କୁ ଛିଡା କରାଇ ଜିତାଇଲେ । ଏବେ ରାହୁଲ ଦୁଇଟି ଆସନରୁ ଜିତି ୱାୟନାଡ ଆସନରୁ ଇସ୍ତଫା ଦେଲେ। ଭଉଣୀ ପ୍ରିୟଙ୍କା ସେହି ଆସନରୁ ଉପନିର୍ବାଚନରେ ପ୍ରାର୍ଥୀ ହୋଇ ଜିତିଲେ । ଏବେ ସଂସଦରେ ନେହରୁ ଗାନ୍ଧୀ ପରିବାରର ୩ ଜଣ ସଦସ୍ୟ । ଭାରତ ଇତିହାସରେ ରେକର୍ଡ ।
ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ଓଡିଶାର ନେତାମାନେ ପ୍ରଚାରରେ ଏଥର ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ । ଉଭୟ ବିଜେପି ଓ କଂଗ୍ରେସ ନେତାମାନେ ପ୍ରଚାର କରୁଥିଲେ ଝାଡଖଣ୍ଡ ମଇଦାନରେ । କିନ୍ତୁ ଏହି ନେତାମାନେ ଭୋଟରଙ୍କ ମନ ଜିଣିପାରିନଥିବା ଚର୍ଚ୍ଚା ହେଉଛି ।
ଚତୁର୍ଥ ଥର ପାଇଁ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ହେମନ୍ତ ସୋରେନ୍। ସୂତ୍ର ଅନୁଯାୟୀ ନଭେମ୍ବର ୨୮ରେ ହେବ ଶପଥ ଗ୍ରହଣ ସମାରୋହ ହେବ।
ଯାଜପୁର ଟାଉନ ଥାନା ଓ ବିରଜା ହାଟ ଅଞ୍ଚଳରେ ୧୬୩ ଜାରି । ଶାନ୍ତି ରକ୍ଷା ଲାଗି ସହରରେ ୪୦ ପ୍ଲାଟୁନ ଫୋର୍ସ ମୁତୟନ ।
ଝାଡ଼ଖଣ୍ଡରେ ପୁଣି ସୋରେନ୍ ସରକାର। ବାଜି ଜିତିଲା ମହାମେଣ୍ଟ। ଜେଏମଏମ୍ ନେତୃତ୍ୱାଧୀନ ଗଠବନ୍ଧନକୁ ବିପୁଳ ବହୁମତ। ପୁଣି ଥରେ ଝାଡ଼ଖଣ୍ଡ ଭୋଟରଙ୍କ ଦିଲ୍ ଜିତିଲେ ହେମନ୍ତ ସୋରେନ୍।
ମହାରାଷ୍ଟ୍ର... ମହାୟୁତି... ମହା ବିଜୟ । ମରାଠା ମାଟିରେ ପୁଣି ମୋଦି ମ୍ୟାଜିକ୍ କାମ କଲା- 'ଏକ୍ ହୈ ତୋ ସେଫ୍ ହୈ'... 'ମୋଦି ହୈ ତୋ ମୁମକିନ୍ ହୈ' ନାରା ।
୯ ଥର ବିଧାୟକ ହୋଇଥିବା କାଳିଦାସ ଦୁଇଥର ବିଜେପିରୁ, ଦୁଇଥର କଂଗ୍ରେସରୁ ଓ ୫ ଥର ଶିବସେନା ପକ୍ଷରୁ ପ୍ରାର୍ଥୀ ହୋଇ ଜିତିଛନ୍ତି । ୧୯୯୦ ମସିହାରୁ ସେ ଜିତି ଆସୁଛନ୍ତି, କେବେ ନିର୍ବାଚନରେ ହାରିନାହାନ୍ତି । ସେ ସିନା ଦଳ ବଦଳାଉଛନ୍ତି, ଭୋଟର କିନ୍ତୁ ତାଙ୍କୁ ଛାଡୁନାହାନ୍ତି । ଆସ୍ଥା ପ୍ରକଟ କରୁଛନ୍ତି । ସେ ଗିନିଜ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡସରେ ସ୍ଥାନ ପାଇବାକୁ ଲକ୍ଷ୍ୟ ରଖିଛନ୍ତି ।
ମହାରାଷ୍ଟ୍ରରେ କଂଗ୍ରେସର ଶୋଚନୀୟ ପ୍ରଦର୍ଶନ ପରେ ସୋସିଆଲ ମିଡିଆରେ କଂଗ୍ରେସକୁ ଓ ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କରିଛନ୍ତି ସୁରଟର ବିଧାୟକ ତଥା ଗୁଜରାଟର ଗୃହ ରାଷ୍ଟ୍ରମନ୍ତ୍ରୀ ହର୍ଷ ସାଙ୍ଗଭୀ ।
ଏବେ ସମସ୍ତଙ୍କ ମଧ୍ୟରେ ଗୋଟିଏ ପ୍ରଶ୍ନ କିଏ ହେବ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ? ଦେବେନ୍ଦ୍ର ଫଡନାଭିସ୍, ଏକନାଥ ସିନ୍ଦେ ନା ଅଜିତ ପାୱାର ।
ବୁଥ୍ ବାହୁଡ଼ାର ମତ ଅନୁସାରେ ମହାରାଷ୍ଟ୍ରରେ ‘ମହାୟୁତି’କୁ ସ୍ପଷ୍ଟ ବହୁମତ ମିଳୁଥିବା ଅଧିକାଂଶ ଏଗଜିଟ ପୋଲରେ ଜଣାପଡିଛି।
ବିଜେପି କହିଛି ବିଜେଡି ସରକାରରେ ଥିବା ବେଳେ ବରପୁତ୍ରମାନଙ୍କୁ ସମ୍ମାନ ଦେଉନଥିଲା, ଆମେ ସେ ଧାରାରୁ ବାହାରକୁ ଆସୁଛୁ । ଅଭିଯୋଗକୁ ଖଣ୍ଡନ କରି ବିଜେଡି କହିଛି, ବିଜୁ-ମହତାବଙ୍କୁ ନେଇ ରାଜନୀତି ନହେଉ।
ବିଜୁ ଲିଗାସୀକୁ କାଉଣ୍ଟର ଲାଗି ମହତାବ କାର୍ଡ ଖେଳୁଛି କି ବିଜେପି ? ବିଜୁଙ୍କ ଛଡ଼ା ଅନ୍ୟ ବରପୁତ୍ର ବିଜେଡି ପାଇଁ ଥିଲେ ଗୌଣ । ବିଜେଡିକୁ ଟାର୍ଗେଟ୍ କଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ବିଜେଡିର ଜବାବ, ବରପୁତ୍ରଙ୍କୁ ନେଇ ନହେଉ ରାଜନୀତି ।
ଭୋଟଗଣତି ସରୁସରୁ ଦଳର ନିର୍ବାଚିତ ପ୍ରାର୍ଥୀମାନେ କେମିତି ଶୀଘ୍ର ମୁମ୍ବାଇରେ ପହଞ୍ଚିପାରିବେ, ସେ ନେଇ ବ୍ୟବସ୍ଥା କରାଯାଇଛି । ଏପରିକି ଅନେକଙ୍କ ପାଇଁ ହେଲିକପ୍ଟର ବ୍ୟବସ୍ଥା କରାଯାଇଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ।
ବ୍ୟବସାୟୀଙ୍କ ଅଭିଯୋଗ ଆଧାରରେ BNS ୧୧୫(୨), ୨୯୬, ୩(୫), ୩୦୩ (୨), ୩୨୪(୪)ରେ ମାମଲା ରୁଜୁ କରାଯାଇଛି ।
ଯେଉଁ ବିରୋଧୀ ଦଳମାନେ ଅଧିକ ଶୃଙ୍ଖଳିତ ତଥା ସଙ୍ଗଠିତ, ସେମାନଙ୍କର ପ୍ରଦର୍ଶନ ସେତିକି ଉଚ୍ଚମାନର ହୋଇଥାଏ । ହେଳେ ଗତ ବିଧାନସଭା ଅଧିବେଶନ ଠାରୁ ଏ ପର୍ଯ୍ୟନ୍ତ ଯଦି ଦେଖିବା ଏହା ଭିତରେ ଓଡ଼ିଶାର ଦୁଇ ପ୍ରମୂଖ ବିରୋଧୀ ଦଳ ଯଥା ବିଜେଡି ଓ କଂଗ୍ରେସ ଅଧିକ ଶୃଙ୍ଖଳିତ ହେବା ପରିବର୍ତ୍ତେ ବିଶୃଙ୍ଖଳା ପରିସ୍ଥିତି ଦେଇ ଗତି କରୁଛନ୍ତି ।