/odishatv-khabar/media/post_attachments/uploadimage/library/16_9/16_9_0/BJP_1736852681.jpg)
BJP
କିଏ ହେବେ ରାଜ୍ୟ ବିଜେପିର ପରବର୍ତ୍ତୀ ମୁଖିଆ। କିଏ ଧରିବେ ରାଜ୍ୟ ବିଜେପିର ମଙ୍ଗ। ଏହାକୁ ନେଇ ଦିଲ୍ଲୀରେ ବସିଛି ବିଜେପିର ଗୁରୁତ୍ବପୂର୍ଣ୍ଣ ବୈଠକ। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସମେତ କୋର୍ କମିଟି ସଦସ୍ୟ ଏଥିରେ ସାମିଲ ଥିଲେ।
ବର୍ତ୍ତମାନ ସଂଗଠନର ସ୍ଥିତି ଓ ଆଗାମୀ ରଣନୀତି ନେଇ କିଏ ଦଳର ଦାୟିତ୍ବ ସମ୍ଭାଳିବେ ତାକୁ ନେଇ ଆଲୋଚନା ହୋଇଛି। ତା ସହ ଜିଲ୍ଲା ସଭାପତିଙ୍କ ତାଲିକାକୁ ନେଇ ବି ବିଚାର ବିମର୍ଶ ଚାଲିଛି। ଦୁଇ ଦିନ ଭିତରେ ଜିଲ୍ଲା ସଭାପତିଙ୍କ ନାଁ ଉପରେ ଚୂଡ଼ାନ୍ତ ତାଲିକା ଆସିବ। ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା ପରେ ରାଜ୍ୟ ସଭାପତିଙ୍କ ନାଁ ଘୋଷଣା ହେବ। ମନମୋହନ ସାମଲଙ୍କୁ ପୁଣି ଥରେ ଦାୟିତ୍ବ ମିଳିପାରେ ନା ଆଉ କିଏ ହେବେ ସଭାପତି ତାକୁ ନେଇ କଳ୍ପନାଜଳ୍ପନା ଜାରି ରହିଛି।
ଅଧିକ ପଢ଼ନ୍ତୁ: ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେପିର ନୂଆ ଷ୍ଟ୍ରାଟେଜି; ଯୁବ ନେତୃତ୍ୱ ସମ୍ଭାଳିବେ ସଙ୍ଗଠନ ଭାର
ପ୍ରଥମ ଥର ଦଳ ରାଜ୍ୟରେ ଏକାକୀ ଶାସନ କ୍ଷମତାକୁ ଆସିଛି। ବିଜେଡିକୁ ନିର୍ବାଚନରେ ହରାଇ ବିଜେପି କ୍ଷମତାକୁ ଆସିବା ପରେ ମୋହନ ଚରଣ ମାଝୀ ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ମନମୋହନ ସାମଲଙ୍କ ନେତୃତ୍ବରେ ନିର୍ବାଚନ ଲଢିଥିଲା ବିଜେପି। ଆଖିଦୃଶିଆ ପ୍ରଦର୍ଶନ କରି ବିଜେପି ବିଜୟୀ ହୋଇଥିଲେ ମଧ୍ୟ ମନମୋହନ ପରାଜିତ ହୋଇଥିଲେ। ଏହା ସହିତ ପ୍ରଥମ ଥର ପାଇଁ ରାଜ୍ୟରେ ୨୧ ସାଂସଦ ସିଟ ମଧ୍ୟରୁ ୨୦ଟି ହାତେଇଥିଲା ବିଜେପି। ପ୍ରାରମ୍ଭରୁ ବିଜେପି ବିଜେଡି ମେଣ୍ଟକୁ ବିରୋଧ କରି ମନମୋହନ ଏକା ଲଢିବାକୁ ନିଷ୍ପତ୍ତି ନେବା ଫଳରେ ବିଜେପିକୁ ଫାଇଦା ମିଳିଥିଲା। ତେଣୁ ମନମୋହନଙ୍କ ପରିବର୍ତ୍ତନର ସମ୍ଭାବନା କ୍ଷୀଣ ରହିଥିବା ନେଇ ଆଲୋଚନା ହେଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)