Advertisment

Jagyaseni Targets BJD: ବିଷ ଉଗାରିଲେ ଯାଜ୍ଞସେନୀ; ‘ଶେଷ ହୋଇଯିବ ବିଜେଡି’

ବିଜୁ ଜନତା ଦଳର ପରିବାର ଯଦି ବିଜୁ ଜନତା ଦଳ ପଛରେ ପଡ଼ିବେ, ବିଜେଡିର ଆଉ ଭବିଷ୍ୟତ ରହିବ ନାହିଁ। ବିଜେଡି ସମାପ୍ତ ହୋଇଯିବ ବୋଲି ଯାଜ୍ଞସେନୀ କହିଛନ୍ତି।

author-image
Otv Khabar Bureau
ଅଦ୍ୟତନ ହୋଇଛି
Jagyaseni

Jagyaseni

ବିଜେଡି ବିରୋଧରେ ବିଷ ଉଗାରିଛନ୍ତି ବ୍ରଜରାଜନଗର ପୌର ପରିଷଦ ଅଧ୍ୟକ୍ଷା ଯାଜ୍ଞସେନୀ ଓରାମ୍। ଦଳରେ ଆଦିବାସୀ ମହିଳାଙ୍କୁ ଜାଣିଶୁଣି ହଇରାଣ କରାଯାଉଛି। ଏମିତି ହେଲେ ବିଜେଡି ଭାଙ୍ଗିଯିବ ବୋଲି ଆଣିଛନ୍ତି ସଙ୍ଗୀନ ଅରୋପ।

Advertisment

ଅନାସ୍ଥା ଭୋଟିଂ ପୂର୍ବରୁ ଏକ ଭିଡିଓ ବାର୍ତ୍ତା ଜାରି କରି ଯାଜ୍ଞସେନୀ କହିଛନ୍ତି, ନବୀନ ସାର ଆପଣଙ୍କୁ ଚିଠି ଲେଖିଥିଲି …ପାଇଲେ କି ନାହିଁ ଜାଣି ନାହିଁ.... ବିଜେଡି ଲୋକ ହୋଇ ବିଜେଡି ତଥା ଦଳୀୟ ନେତାଙ୍କ ବିରୋଧରେ କାମ କରିବା କେତେ ଠିକ ? ଚେୟାରମ୍ୟାନଠୁ ଆରମ୍ଭ କରି ସମସ୍ତେ ବିଜେଡି ଦଳର ହୋଇବି ଗୋଟିଏ ଆଦିବାସୀ ଝିଅକୁ ହଇରାଣ କରାଯାଉଛି। ଗୋଟିଏ ଆଦିବାସୀ ଝିଅକୁ ହଇରାଣ କରିବା ଉଚିତ ନୁହେଁ । ଯଦି ମୁଁ ଦୁର୍ନୀତି କରୁଛି, ତାହାହେଲେ ତଦନ୍ତ କରାଯାଉ। ଯେଉଁମାନେ ଲୁଚିଛନ୍ତି ତାଙ୍କ ମୋବାଇଲ୍ ଟ୍ରେସ୍ କରାଯାଉ। ଆପଣ ଜାଣିପାରିବେ ମୁଁ କେତେ ସତ କହୁଛି।

ବିଜୁ ଜନତା ଦଳର ପରିବାର ଯଦି ବିଜୁ ଜନତା ଦଳ ପଛରେ ପଡ଼ିବେ, ବିଜେଡିର ଆଉ ଭବିଷ୍ୟତ ରହିବ ନାହିଁ। ବିଜେଡି ସମାପ୍ତ ହୋଇଯିବ ବୋଲି ଯାଜ୍ଞସେନୀ କହିଛନ୍ତି।

Advertisment

ଉଲ୍ଲେଖଯୋଗ୍ୟ, ଆଜି ବ୍ରଜରାଜନଗର ପୌରାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟିଂ ହୋଇଛି। ଭୋଟିଂ ବେଳେ ଅପ୍ରୀତିକର ପରିସ୍ଥିତି ନଉପୁଜିବା ଲାଗି ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

୨୩ଟି ୱାର୍ଡରୁ ୨୨ ଜଣ କାଉନସିଲର ପୌରାଧ୍ୟକ୍ଷା ଯାଜ୍ଞସେନୀ ଓରାମଙ୍କ ବିରୋଧରେ ଅନାସ୍ଥା ଆଣିଥିଲେ। କାଉନସିଲରମାନେ ଅନାସ୍ଥା ପ୍ରସ୍ତାବ ଆଣିବା ପରେ ପୌରାଧ୍ୟକ୍ଷା ଏହା ଉପରେ ରହିତାଦେଶ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ଆଜି ଭୋଟିଂ କରି ଆସନ୍ତା ଫେବ୍ରୁଆରୀ ୫ରେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଫଳାଫଳ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଅନାସ୍ଥା ଆଣିଥିବା ୨୨ ଜଣ କାଉନସିଲରଙ୍କ ମଧ୍ୟରୁ ୨୦ ଜଣ ବିଜେଡି କାଉନସିଲର ଅଛନ୍ତି। ତେବେ ଏ ନେଇ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Naveen Patnaik BJD
Advertisment
Advertisment