ଦହି ସହ ଖାଲି ଘିଅ ପରଟା ଖାଇଲେ ସମସ୍ୟା ଦେଖାଯାଏ ତାହା ନୁହେଁ, ଦହି ସହ ପିଆଜ ଆମ୍ବ ଭଳି ଖାଦ୍ୟ ଖାଇଲେ ମଧ୍ୟ ତାହା ସମସ୍ୟା ସୃଷ୍ଟି କରିଥାଏ ।
ବର୍ତ୍ତମାନ ଅଣ୍ଡାକୁ ନେଇ ଏକ ବଡ଼ ସନ୍ଦେହ ସୃଷ୍ଟି ହେଲାଣି । ବଜାରରେ ବିକ୍ରି ହେଉଥିବା ଅଣ୍ଡା ନକଲି ନା ଅସଲି ବୋଲି ଭ୍ରମରେ ରହୁଛନ୍ତି ଗ୍ରାହକ । ଏପରି ସମୟରେ ଆପଣ ନକଲି ଅଣ୍ଡାକୁ କିପରି ଚିହ୍ନିପାରିବେ, ଜାଣନ୍ତୁ ।
ମନୋଜ ମୋଦୀଙ୍କୁ ମୁକେଶ ଅମ୍ବାନୀ ଏକ ବଡ଼ କୋଠା ଉପହାର ଦେଇଛନ୍ତି । ଯାହାକି ୨୨ ମହଲା ବିଶିଷ୍ଟ ହୋଇଥିବାବେଳେ ୧.୭ଲକ୍ଷ ବର୍ଗଫୁଟ ଏରିଆରେ ରହିଥିବା କୁହାଯାଉଛି ।
ମିକି ତାଙ୍କ ପ୍ରାରମ୍ଭିକ ସମୟରେ ରୋଜଗାର କରିବା ପାଇଁ ଅନେକ ସଂଘର୍ଷ କରିଛନ୍ତି। ମିକି ପ୍ରଥମେ ଟୋକିଓର ଏକ ବିୟୁଟି ପାର୍ଲରରେ ହେୟାର ଡ୍ରେସର ଭାବେ କାମ କରୁଥିଲେ।
ରେଷ୍ଟୁରାଣ୍ଟ ଷ୍ଟାଇଲରେ ଚା’ ଦୋକାନ ପୁଣି କମ ଦାମରେ..ରାଜଧାନୀର ଏହି ନିଆରା ରେଷ୍ଟୁରାଷ୍ଟରେ ସବୁବର୍ଗର ଲୋକଙ୍କ ଭିଡ଼
ମହିଳାଙ୍କୁ ସ୍ୱାବଲମ୍ବୀ ହେବାର ନିଶା କରାଇଛି ସଫଳ...ଗଢୁଛନ୍ତି ମାଟି ପାତ୍ରର ସାମଗ୍ରୀ..
ଚିଲିକା ଭିତରେ ପବନ ଅଧିକ ଥିବାରୁ ନିଆଁ ଆଖପାଖ ନଳ ଘାସକୁ ମଧ୍ୟ ବ୍ୟାପିବାରେ ଲାଗିଛି ।
ହଙ୍ଗେରୀର ମୂଳ ବାସିନ୍ଦା । ତାଙ୍କର ନିଷ୍ଠୁରତାର କାହାଣୀ ଜାଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ ।
ଏଥିପ୍ରତି ସରକାର ତୁରନ୍ତ ସତର୍କ ଦୃଷ୍ଟି ଦେଇ କାର୍ଯ୍ୟ ଆରମ୍ଭ କରିବା ଦରକାର ବୋଲି କହିଛନ୍ତି ।
ପ୍ରସିଦ୍ଧ ବୈଜ୍ଞାନିକ ଆଇଜାକ୍ ନିଉଟନ୍ଙ୍କ ଭବିଷ୍ୟବାଣୀ ଅନୁସାରେ ୨୦୬୦ରେ ବିଶ୍ୱ ଶେଷ ହୋଇଯିବ । ତେବେ ଆଇଜାକ୍ ନିଉଟନ୍ଙ୍କ ଏହି ଭବିଷ୍ୟବାଣୀ କେତେ ସତ ହେବ, ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।
ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ମର ଶରୀରକୁ ଶେଷ ଦର୍ଶନ କରିଛନ୍ତି ଦେବାଶିଷଙ୍କ ପତ୍ନୀ ସୁଶ୍ରୀ ସଙ୍ଗୀତା ।
ବୈଶାଖ ଆରମ୍ଭରୁ ଶୁଖିଗଲାଣି ମହାନଦୀ । ଯେଉଁଠି ଅକାତକାତ ପାଣି ରହିବାର କଥା, ସେଇଠି ପାଦେ ପାଣି ନାହିଁ । ଏବେ ଚିନ୍ତାରେ ମତ୍ସଜୀବୀ...ସରକାର ଯଦି ବ୍ୟାରେଜ କରିଥାଆନ୍ତେ ଏମିତି ସମସ୍ୟା ଉପୁଜିନଥାନ୍ତା ବୋଲି କହୁଛନ୍ତି ଚାଷୀ
ସହଯୋଗ ଓ କୃତଜ୍ଞତାର ବିରଳ ଉଦାହରଣ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାରେ ।
ବାପା- ମାଆକୁ ସ୍ନେହର ବନ୍ଧନରେ ଏମିତି ବାନ୍ଧି ଦେଇଗଲା ଯେ, ନିଇତି ପୁଅକୁ ଝୁରି ଝୁରି ବଞ୍ଚୁଛନ୍ତି ବାପା ମାଆ ।
ଗୋଟିଏ ପଟେ କୁକୁର ବୁଡି ରହିଛି ଅନ୍ୟପଟେ ପାଣି ନେବାକୁ ଲାଗିଛି ଲମ୍ବା ଲାଇନ୍। ପୋଖରୀ ଭିତରେ ଚୁଆ ଖୋଳି ଗରା
ଜଣେ ବୃଦ୍ଧ ନିଜ ପତ୍ନୀଙ୍କ ମୃତଦେହ ସହ ଦୀର୍ଘ ବର୍ଷ ବିତାଇଥିବା ନେଇ କାହାଣି ଆପଣ ନିଶ୍ଚୟ ଶୁଣିଥିବେ । ପର୍ତ୍ତୁଗାଲରୁ ମଧ୍ୟ ସମାନ କାହାଣୀ ଏବେ ସାମ୍ନାକୁ ଆସିଛି ।
ଭିଡିଓ କରି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି ରଘୁରାମ । କଥାଟା ଟିକେ ହଜମ ନହେଲେ ବି ସତ ।
ପାଞ୍ଚ କି ଦଶ ପ୍ରକାରର ଗଛ ଥିବା ଆମ୍ବ ବଗିଚା ଦେଖିବା ସହଜ କଥା ଟିଏ। ହେଲେ ଏକା ଥରକେ ଶହେରୁ ଅଧିକ ପ୍ରକାରର ଆମ୍ବ ଗଛ ଦେଖିବାକୁ ମିଳିଛି ଗୋଟିଏ ବଗିଚାରେ । ତାହାପୁଣି ଭାରତର ବହୁ ସୁଆଦିଆ ଆମ୍ବର ସମ୍ଭାର ଥିବା ବଗିଚା । ଏଭଳି ଏକ ନିଆରା ଆମ୍ବ ବଗିଚା ରହିଛି କଟକ ଜିଲ୍ଲା ମାହାଙ୍ଗାର ଜାତିପାରିଲୋ ଗାଁରେ..
୬ ମାସରୁ ଅଧିକ ସମୟ ହେବ ଭତ୍ତା ନ ମିଳିବାରୁ ପୁଅକୁ ମହଙ୍ଗା ମେଡିସିନ୍ ଦେବାରେ ଅକ୍ଷମ ରହିଲେ ବାପା ମାଆ ।
ଅନୁରୋଧ ପରେ ସହଯୋଗର ହାତ ବଢାଇଥିଲେ ଜିଲ୍ଲାପାଳ ।
୧୫ ଇଞ୍ଚିଆ କାନ୍ଥ, ୨ ଫୁଟିଆ ମଜବୁତ ପିଲରରେ ଠିଆ ହୋଇଥିବା ବିଶାଳ ବଙ୍ଗଳାରେ ଏକାଧିକ କୋଠରୀ ରହିଛି । କୋଠରୀ ଗୁଡ଼ିକରେ ମଜବୁତ କାଠ କବାଟ ଝରକା ଲାଗିବା ସହିତ ମୁଖ୍ୟ ଦ୍ଵାରରେ ଲୁହାର ଗେଟ୍ ଲାଗିଛି । ଏହା ସତ୍ୱେ ରକ୍ଷଣାବେକ୍ଷଣା ଅଭାବରୁ ଏବେ ଭୂତ କୋଠୀରେ ପରିଣତ ହେଲାଣି।
ପ୍ରଶାସନ ସହ କ୍ଷମତା ଲଢ଼େଇ କରି କୋଟିଆକୁ ନିଜର ଦାବି କରୁଥିବା ଆନ୍ଧ୍ର ଓଡ଼ିଶାର ସ୍କୁଲରୁ ଲାଇନ୍ କାଟିଦେଲା । ହଁ, ଏବେ କୁନି କୁନି ଛାତ୍ରଛାତ୍ରୀଙ୍କୁ ଦହଗଞ୍ଜ କରୁଛି ଆନ୍ଧ୍ର । ଏଭଳି ଘଟଣା ଦେଖିବାକୁ ମିଳିଛି କୋଟିଆର ନେରିଡିବାଲସା-ତାଡ଼ି ବାଲସା ଆବାସିକ ବିଦ୍ୟାଳୟରେ। ସ୍କୁଲଟି ଓଡ଼ିଶା ସରକାରଙ୍କ ଦ୍ବାରା ଚାଲୁଥିବା ଜାଣିବା ପରେ ଆନ୍ଧ୍ର ଦେଇଥିବା ବିଜୁଳି ସଂଯୋଗ କାଟି ଦେଇଛି
ନାହିଁନାହିଁରେ ଚାଲିଛି କେନ୍ଦ୍ରାପଡ଼ା ବସଷ୍ଟାଣ୍ଡ । ଯାତ୍ରୀଙ୍କ ଲାଗି ପିଇବା ପାଣିର ବ୍ୟବସ୍ଥା ନାହିଁ କି ଶୌଚାଳୟଟିଏ ନାହିଁ । ସ୍ଥିତି ଏମିତି ହେଲାଣି ଯେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରଭାବରେ ଲୋକେ ସିଝୁଛନ୍ତି ସତ ହେଲେ ବସିବା ଲାଗି ଛାଇ ଟିକେ ନାହିଁ । ପ୍ରାୟ ୬ କୋଟି ଟଙ୍କା ବ୍ୟୟରେ ନୂଆ ବସ୍ଷ୍ଟାଣ୍ଡ ତିଆରି ହେବ କହି ଶୌଚାଳୟ , ପାନୀୟଜଳ, ଦୋକାନ ଘରକୁ ମାଟିରେ ମିଶେଇ ଦିଆଗଲା । ହେଲେ ଏଯାଏଁ ତିଆରି ହେଲାନି
ସୁନ୍ଦରଗଡ଼ ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ କୁଆଁରମୁଣ୍ଡା ବ୍ଲକ ବାଙ୍କୀ କଲୋନୀ ବସ୍ତିରେ ଦେଖିବାକୁ ମିଳିଛି ଆଶ୍ଚର୍ଯ୍ୟ କଲାପରି ଦୃଶ୍ୟ I ଟୋପାଏ ପାଣି ପାଇଁ ଡହଳବିକଳ ହେଉଛନ୍ତି ପୂରା ପଞ୍ଚାୟତବାସୀ । ବର୍ଷେ କି ଦୁଇ ବର୍ଷ ନୁହେଁ ବରଂ ୧୫ ବର୍ଷ ହେବ ଏମାନଙ୍କର ସମସ୍ୟା ସମାଧାନ ହିଁ ହେଉନାହିଁ । ପାନୀୟଜଳ ସମସ୍ୟା ସମ୍ପର୍କରେ ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ ଅଭିଯୋଗ କଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇପାରି ନାହିଁ।
ଲୋକେ ଘର ଲାଗି ଆନ୍ଦୋଳନ କଲେ, ସରକାର ଜମି ପଟ୍ଟା ଦେଲେ । ହେଲେ ଥରେ ବି ବନ୍ୟଜନ୍ତୁଙ୍କ କଥା ଚିନ୍ତା କଲେ ନାହିଁ । ପଟ୍ଟା ପାଇବା ପରେ ଜଙ୍ଗଲ ସଫା କରି ଘର ତୋଳିବାରେ ବ୍ୟସ୍ତ ରହିଲା ମଣିଷ । ଥରେ ବି ଚିନ୍ତା କଲାନି ଜଙ୍ଗଲ ସଫା ହେଲେ ବାଘ, ଭାଲୁ ଓ ହାତୀ ରହିବେ କେଉଁଠି? ନିଜ ଆଖି ସାମ୍ନାରେ ଜଙ୍ଗଲ ସଫା ହେଉଥିବାରୁ ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ଜୀବଜନ୍ତୁ।