Advertisment

ଧରାପଡ଼ିଲା ଛତିଶଗଡ଼ର ଚାଲାକି ! ବର୍ଷାଦିନେ ପାଣି ଛାଡୁଥିଲା, ଖରା ଦିନେ ଅଟକାଉଥିଲା

ମହାନଦୀରେ ଖରାଦିନେ ପାଣି ଛାଡ଼ିଲା ଛତିଶଗଡ଼ । ଟ୍ରିବୁନାଲ ସଦସ୍ୟଙ୍କ ପରିଦର୍ଶନ ପୂର୍ବରୁ ଖେଳିଲା ନୂଆ ଚାଲ୍

author-image
Prangyan Parimita
Chhattisgarh

Chhattisgarh

ମହାନଦୀକୁ ନେଇ ପୁଣି ଛତିଶଗଡ଼ର ଚାଲ୍। ମହାନଦୀ ଟ୍ରିବ୍ୟୁନାଲ୍ ସଦସ୍ୟଙ୍କ ଦ୍ୱିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନର ଠିକ୍ ପୂର୍ବରୁ ଚାଲାକି ଦେଖାଇଛି ପଡ଼ୋଶୀ ରାଜ୍ୟ। ଖରା ଦିନେ ଆଦୌ ପାଣି ଛାଡ଼ୁନଥିବା ଛତିଶଗଡ଼, ଏବେ କିନ୍ତୁ କଲମା ବ୍ୟାରେଜର ୨୦ଟି ଗେଟ୍ ଖୋଲି ତଳମୁଣ୍ଡକୁ ପାଣି ଛାଡ଼ିଛି। ସେପଟେ ରାଜ୍ୟରେ ମହାନଦୀ ଜଳ ବିବାଦ ପ୍ରସଙ୍ଗକୁ ନେଇ ପୁଣି ଥରେ ତେଜିଛି ରାଜନୀତି।...

Advertisment

ଏବେ ମହାନଦୀର କଲମା ବ୍ୟାରେଜର ଉପରମୁଣ୍ଡରେ ଲହଡ଼ି ମାରୁଛି ପାଣି। ତଳମୁଣ୍ଡରେ ବି ପ୍ରବାହିତ ହେଉଛି ଜଳ। ଗତ କିଛି ବର୍ଷ ହେଲା କିନ୍ତୁ ଏ ସ୍ଥିତି ନଥିଲା। ଖରା ଦିନରେ କଲମା ବ୍ୟାରେଜର ତଳମୁଣ୍ଡରେ ଆଦୌ ପାଣି ଦେଖିବାକୁ ମିଳୁନଥିଲା। ପୂରା ଶୁଖିଲା ପଡିଥିଲା ନଈ। ମରୁଭୂମିର ଭ୍ରମ ସୃଷ୍ଟି ହେଉଥିଲା। ହେଲେ ଚଳିତ ବର୍ଷ ସ୍ଥିତିରେ ହୋଇଛି ପରିବର୍ତ୍ତନ । କାରଣ ଛତିଶଗଡର କଲମା ବ୍ୟାରେଜରେ ଥିବା ୬୬ଟି ଗେଟ୍ ମଧ୍ୟରୁ ଗତକାଲି ୧୭ଟି ଓ ଆଜି ୩ଟି, ଏପରି ୨୦ଟି ଗେଟ୍ ଏବେ ଖୋଲା ଯାଇ ପାଣି ଛଡ଼ାଯାଉଛି।

ତେବେ କାହିଁକି ଖରାଦିନେ ଛତିଶଗଡ଼ ଛାଡ଼ିଲା ପାଣି? ଆଗକୁ ମହାନଦୀ ଟ୍ରିବ୍ୟୁନାଲ୍ ସଦସ୍ୟ କଲମା ଅଂଚଳ ପରିଦର୍ଶନ କରିବାକୁ ଥିବାରୁ ବାଧ୍ୟ ହୋଇ ବ୍ୟାରେଜ୍ ଖୋଲିଲା କି? ଓଡ଼ିଶା ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତରଂଜନ ମହାନ୍ତି କହିଛନ୍ତି ଗେଟ୍ ଖୋଲିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଛତିଶଗଡ଼କୁ ବାରମ୍ବାର ଚିଠି ଲେଖାଯାଇଥିଲା। ଟ୍ରିବ୍ୟୁନାଲ୍ ସଦସ୍ୟ ଆସୁଥିବାରୁ ଛତିଶଗଡ଼ ପାଣି ଛାଡିଥାଇପାରେ ବୋଲି ସେ କହିଛନ୍ତି। 

Advertisment

ଗତ ତିନି ଦିନ ହେଲା ହୀରାକୁଦ ଜଳଭଣ୍ଡାରକୁ ଇନଫ୍ଲୋ ବଢିଛି। ୨୪ ତାରିଖରେ ୧୨୯୦ କ୍ୟୁସେକ୍, ୨୫ ତାରିଖରେ ୧୪୭୨ କ୍ୟୁସେକ୍ ଓ ଆଜି ୧୬୬୧ କ୍ୟୁସେକ୍ ପାଣି ଆସୁଥିବା ଜଣାପଡ଼ିଛି। ସେପଟେ ମହାନଦୀ ଜଳ ବିବାଦକୁ ନେଇ ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ
କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ।

ମହାନଦୀ ଜଳ ବିବାଦର ସମାଧାନ ପାଇଁ ଗଠନ ହୋଇଥିବା ଟ୍ରିବ୍ୟୁନାଲ୍ ସଦସ୍ୟ ପ୍ରଥମ ପର୍ଯ୍ୟାୟରେ ମହାନଦୀ ଉତ୍ପତ୍ତି ସ୍ଥଳଠୁ ଆରମ୍ଭ କରି ଛତିଶଗଡ଼ର କିଛି ଅଂଚଳ ପରିଦର୍ଶନ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ଛତିଶଗଡ଼ର ତଳମୁଣ୍ଡରେ ଥିବା କଲମା ଓ ଅନ୍ୟାନ୍ୟ ବ୍ୟାରେଜ୍ ଏବଂ ଡ୍ୟାମ୍ ପରିଦର୍ଶନ କରିବେ। ସେହିପରି ମେ ୧୦ ତାରିଖ ବେଳକୁ ଓଡ଼ିଶାରେ ମହାନଦୀ ଅବବାହିକା ଅଂଚଳ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।...

Chhattisgarh Mahanadi Row Odisha Mahanadi River
Advertisment
Advertisment