Advertisment

ଆଉ ପାରମ୍ପରିକ ଇନ୍ଧନଯୁକ୍ତ ଗାଡ଼ି ନୁହେଁ, ଏଣିକି ହାଇବ୍ରିଡ୍ ଗାଡ଼ି ଚଢ଼ିବେ ରାଜ୍ୟର ମନ୍ତ୍ରୀ, ଅଫିସର

ପାରମ୍ପରିକ ଇନ୍ଧନଯୁକ୍ତ ଗାଡ଼ିକୁ ବାଏ ବାଏ କରିବେ ରାଜ୍ୟ ସରକାର, ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଅଫିସ୍ ମେମୋରାଣ୍ଡମ୍

author-image
Prangyan Parimita
ଅଦ୍ୟତନ ହୋଇଛି
Hybrid Vehicles In Odisha

hybrid vehicles

ସରକାରୀ କାର୍ଯ୍ୟରେ ବ୍ୟବହୃତ ଏମିତି ସବୁ ପାରମ୍ପରିକ ଇନ୍ଧନଯୁକ୍ତ ଗାଡ଼ିକୁ ଖୁବ ଶୀଘ୍ର ବାଏ ବାଏ କରୁଛନ୍ତି ରାଜ୍ୟ ସରକାର...ଇଲେକ୍ଟ୍ରିକ୍ ଯାନ ନୁହେଁ ଆଗକୁ ସିଧା ହାଇବ୍ରିଡ୍ ଗାଡ଼ି (Hybrid Vehicles) ଚଢ଼ିବେ ମନ୍ତ୍ରୀ, ସଚିବ, ବଡ଼ ବଡ଼ ବାବୁ । ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ହାଇବ୍ରିଡ ଗାଡ଼ି କିଣାଯିବା ସଂକ୍ରାନ୍ତରେ ଟ୍ରାନ୍ସପୋର୍ଟ କମଶିନରଙ୍କୁ ଅର୍ଜେଣ୍ଟ ଦର୍ଶାଇ ଚିଠି ବି ପଠା ସରିଛି । ବାସ୍ ଖାଲି କିଣାଯିବା ବାକି । କେବଳ ସେତିକି ନୁହେଁ କିଏ କେତେ ଦାମର ଏବଂ କେତେ ମାଇଲେଜ୍ ବିଶିଷ୍ଟ ଗାଡ଼ି ଚଢ଼ିବେ ତାର ମୋଡାଲିଟି ବି ସ୍ଥିର ହୋଇଛି।

Advertisment

ଏହା ଅନୁଯାୟୀ, ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଅତିରିକ୍ତ ମୁଖ୍ୟ ସଚିବ ଆଦି ପାହ୍ୟାର ଅଧିକାରୀମାନେ ୨୫ ଲକ୍ଷ ଟଙ୍କା ମୂଲ୍ୟର ଟୟୋଟା ଇନୋଭା, ମହିନ୍ଦ୍ରା ଏକ୍ସୟୁଭି-୫୦୦ ଏବଂ ଟାଟା ହେକ୍ସା ଭଳି ହାଇବ୍ରିଡ୍ ଗାଡ଼ି ବ୍ୟବହାର କରିବେ । ଯାହାକି ଗୋଟିଏ ଲିଟର ତେଲରେ ୯ କିଲୋମିଟର ଯାଉଥିବ । ସେହିପରି ଜିଲ୍ଲା ଜଜ୍, ପ୍ରମୁଖ ସଚିବ ତଥା ସଚିବ ପାହ୍ୟାର ଅଧିକାରୀମାନେ ମାରୁତି ସିଆଜ୍ କିମ୍ବା ହୋଣ୍ଡା ସିଟି ବର୍ଗର ଗାଡ଼ି ବ୍ୟବହାର କରିପାରିବେ । ଯାହାର ସର୍ବାଧିକ ମୂଲ୍ୟ ୧୫ ଲକ୍ଷ ଏବଂ ମାଇଲେଜ୍ ୧୨ କିଲୋମିଟର ପ୍ରତି ଲିଟର ରହିବ।

Advertisment

ଜିଲ୍ଲାପାଳ, ଏସପିମାନେ ମଧ୍ୟ ୧୫ ଲକ୍ଷ ଟଙ୍କା ମୂଲ୍ୟର ମହିନ୍ଦ୍ରା ସ୍କର୍ପିଓ, ହୁଣ୍ଡାଇ କ୍ରେଟା ଓ ମହିନ୍ଦ୍ରା ମାରାଜୋ ଭଳି ଗାଡ଼ି ବ୍ୟବହାର କରିବେ ଯାହା ଲିଟର ପିଛା ୧୦ କିଲୋମିଟର ବାଟ ଯାଉଥିବ । ତେବେ ଏହା ବାହାରେ କୌଣସି ଗାଡି କିଣାଯାଇ ପାରିବ ନାହିଁ ଏବଂ ସରକାର ଚାହିଁଲେ ଭଡ଼ାରେ ମଧ୍ୟ ଅନୁରୂପ ଗାଡ଼ି ଆଣି ବ୍ୟବହାର କରିପାରିବେ ବୋଲି ଅର୍ଥ ବିଭାଗ ପକ୍ଷରୁ କୁହାଯାଇଛି।...

ଡିଜେଲ, ପେଟ୍ରୋଲ ଭଳି ପାରଂପରିକ ଇନ୍ଧନଯୁକ୍ତ ଗାଡ଼ି ତୁଳନାରେ ଏବଂ ପରିବେଶ ସୁରକ୍ଷା ଦୃଷ୍ଟିରୁ ଏବେ ସର୍ବଭାରତୀୟ ସ୍ତରରେ ହାଇବ୍ରିଡ୍ ଗାଡ଼ିର ବ୍ୟବହାରକୁ ଗୁରୁତ୍ୱ ଦିଆଯାଉଛି। ତେବେ ପୂର୍ବତନ ମୁଖ୍ୟ ଶାସନ ସଚିବଙ୍କ ମତ ଭବିଷ୍ୟତ ପାଇଁ ଇଏ ଭଲ ପଦକ୍ଷେପ, ହେଲେ ସରକାର ଏ ନିଷ୍ପତ୍ତିରୁ ନ ଓହରିବା କଥା।...

ହାଇବ୍ରିଡ ଯାନରେ ଉଭୟ ପେଟ୍ରୋଲ କିମ୍ବା ଡିଜେଲ ଭଳି ପାରମ୍ପରିକ ଇନ୍ଧନ ଓ ବ୍ୟାଟେରିର ବ୍ୟବହାର ହୁଏ। ବଡ଼ କଥା ହେଉଛି ଏହାର ବ୍ୟାଟେରିକୁ ଚାର୍ଜ କରିବାର ଆବଶ୍ୟକତା ନାହିଁ। ଗାଡ଼ି ଚାଲିବା ସମୟରେ ସ୍ୱୟଂକୃତ ଭାବେ ଏହା ଚାର୍ଜ ହୋଇପାରିବ।...

Odisha News
Advertisment
Advertisment