Advertisment

ବ୍ରିଟେନରେ ହେବ ଭବ୍ୟ ଜଗନ୍ନାଥ ମନ୍ଦିର : ୨୫୦ କୋଟି ଟଙ୍କା ଦାନ କଲେ ଓଡ଼ିଆ ଉଦ୍ୟୋଗପତି

ଦରିଆପାରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମହାପ୍ରଭୁ

author-image
Prangyan Parimita
ଅଦ୍ୟତନ ହୋଇଛି
UK's first Jagannath Temple

UK's first Jagannath Temple

ବ୍ରିଟେନରେ ଶୋଭା ପାଇବ କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥଙ୍କ ଭବ୍ୟ ଦିବ୍ୟ ମନ୍ଦିର । ଏଥିପାଇଁ ଲଣ୍ଡନରେ ଜାଗା ଚିହ୍ନଟ ହୋଇଥିବା ବେଳେ ୨୦୨୪ ସୁଦ୍ଧା ପ୍ରଥମ ପର୍ଯ୍ୟାୟ ନିର୍ମାଣ ସାରିବାକୁ ଲକ୍ଷ୍ୟ ରହିଛି । ମନ୍ଦିର ନିର୍ମାଣ ପାଇଁ ୨୫୦ କୋଟି ଟଙ୍କା ଦାନ ଦେଇଛନ୍ତି ଓଡ଼ିଆ ଉଦ୍ୟୋଗପତି ବିଶ୍ୱନାଥ ପଟ୍ଟନାୟକ । ଅକ୍ଷୟ ତୃତୀୟା ଅବସରରେ ଲଣ୍ଡନରେ ଆୟୋଜିତ ଶ୍ରୀଜଗନ୍ନାଥ ସମ୍ମିଳନୀ ଅବସରରେ ପୁରୀ ଗଜପତି ମହାରାଜାଙ୍କ ଉପସ୍ଥିତିରେ ମନ୍ଦିର ନିର୍ମାଣ ନେଇ ଘୋଷଣା ହୋଇଛି ।

Advertisment

ମନ୍ଦିର ନିର୍ମାଣ ପାଇଁ  ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଲଣ୍ଡନ ଉପକଣ୍ଠରେ ଥିବା ୧୫ ଏକର ଜମିରେ ତିଆରି ହେବ ଶ୍ରୀ ଜଗନ୍ନାଥଙ୍କ ବିଶାଳ ମନ୍ଦିର । ପ୍ରଥମ ପର୍ଯ୍ୟାୟରେ ଜମି ଚିହ୍ନଟ ସରିଛି । ଅଧିଗ୍ରହଣ ପାଇଁ ଆବେଦନ ବି କରାଯାଇ ସାରିଲାଣି । ମନ୍ଦିର ଜମି ବାବଦରେ ୭୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ୨୦୨୪ ଶେଷ ସୁଦ୍ଧା ମନ୍ଦିରର ପ୍ରଥମ ପର୍ଯ୍ୟାୟ ନିର୍ମାଣ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।

ଲଣ୍ଡନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ନିର୍ମାଣ ପାଇଁ ୨୫୦ କୋଟି ଟଙ୍କା ଦାନ ଦେଇଛନ୍ତି ଓଡ଼ିଆ ଉଦ୍ୟୋଗପତି ବିଶୱନାଥ ପଟ୍ଟନାୟକ। ବିଦେଶରେ ମନ୍ଦିର ନିର୍ମାଣ ପାଇଁ କୌଣସି ଭାରତୀୟଙ୍କ ଦ୍ୱାରା ଏତେ ପରିମାଣର ଦାନ ପ୍ରଥମ । ଓଡ଼ିଆ ଉଦ୍ୟୋଗପତି ବିଶ୍ୱନାଥ ପଟ୍ଟନାୟକ ଏବଂ ଫିନନେଷ୍ଟ ଗ୍ରୁପ ଅଫ୍ କମ୍ପାନୀସ୍ ଚେୟାରମ୍ୟାନ୍ ତଥା ପ୍ରତିଷ୍ଠାତା ଅରୁଣ କର ବ୍ରିଟେନର ଶ୍ରୀ ଜଗନ୍ନାଥ ସୋସାଇଟିକୁ ଏହି ଟଙ୍କା ଦାନ କରିଛନ୍ତି ।

Advertisment

ପବିତ୍ର ଅକ୍ଷୟ ତୃତୀୟାରେ ବ୍ରିଟେନର ଶ୍ରୀ ଜଗନ୍ନାଥ ସୋସାଇଟି ଦ୍ୱାରା ଲଣ୍ଡନରେ ଅନୁଷ୍ଠିତ ହୋଇଥିଲା ପ୍ରଥମ ଶ୍ରୀଜଗନ୍ନାଥ ସମ୍ମିଳନୀ। ଏଥିରେ ଯୋଗ ଦେଇଥିଲେ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ଏବଂ ମହାରାଣୀ ଲୀଳାବତୀ ପାଟ୍ଟମହାଦେଇ। ଦେଶବିଦେଶର ଉପସ୍ଥିତ ଶ୍ରଦ୍ଧାଳୁଙ୍କୁ ସମ୍ବୋଧନ କରି ଜଗନ୍ନାଥ ସଂସ୍କୃତି, ପରମ୍ପରା ଓ ପୁରୁଷୋତ୍ତମ କ୍ଷେତ୍ରର ମାହାତ୍ମ୍ୟ ସଂପର୍କରେ ବ୍ୟାଖ୍ୟା କରିଥିଲେ ଗଜପତି ମହାରାଜା। ସମ୍ମିଳନୀରେ ବ୍ରିଟେନ ଏବଂ ଆୟର୍ଲାଣ୍ଡର ୬ଶହରୁ ଅଧିକ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ।...

Jagannath Temple UK
Advertisment
Advertisment