Advertisment

ସାହସ ମାନିବାକୁ ପଡ଼ିବ ! ସଫ୍ଟଓୟାର ଚାକିରି ଛାଡ଼ି ଚାଷ କଲେ, ଏବେ କରୁଛନ୍ତି ଡବଲ ରୋଜଗାର

ଆଗକୁ ଖାଦ୍ୟ ସଂକଟ ପଡ଼ିବାର ସମ୍ଭାବନା ରହିଛି । ତେଣୁ ଚାଷ ପ୍ରତି ଆମେ ସମସ୍ତେ ଗୁରୁତ୍ୱ ଦେବା ଉଚିତ୍ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Infosys Engineer Quits Job to Become Brinjal Farmer in Japan

Man Left Software Job ... Did Farming..

ଇଞ୍ଜିନିୟରିଂ ପାଠ ପଢ଼ି ଚାକିରି କରିବାକୁ କାହାର ବା ଇଚ୍ଛା ନଥାଏ । ଆଉ ବଡ଼ ବଡ଼ କମ୍ପାନୀରେ ଚାକିରି ପାଇବା ପାଇଁ ପିଲାଙ୍କର ତ ଲମ୍ବା ଲାଇନ୍‌ ଲାଗିଥାଏ । ହେଲେ ଆପଣ କେବେ ଜାଣିଛନ୍ତି କି ବଡ଼ କମ୍ପାନୀରେ ଚାକିରି କରି ମୋଟା ଅଙ୍କର ବେତନ ପାଉଥିବା କୌଣସି ବ୍ୟକ୍ତି, ଚାଷ କରିବା ପାଇଁ ଚାକିରି ଛାଡ଼ିଛନ୍ତି । ଆଜ୍ଞା ହଁ । କଥାଟା ସହଜରେ ହଜମ ନହେଉଥିଲେ ବି ସତ । ଏମିତି କିଛି ଘଟଣା ଆମ ସାମ୍ନାକୁ ଆସିଛି ।

Advertisment

ଆଉ ଏହାକୁ ନେଇ ଏବେ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ବି ହେଉଛି । କିଛି ୟୁଜର କହିଛନ୍ତି ବ୍ୟକ୍ତି ଜଣକ ଯାହା କରିଛନ୍ତି ତାହ ବାଚାଳାମି । ସେହିଭଳି ଅନେକ ୟୁଜର କହିଛନ୍ତି ବ୍ୟକ୍ତି ଜଣକ ଏବେ ସଠିକ୍‌ ଲାଇନ୍‌ ଧରିଛନ୍ତି । କାରଣ ଆଗକୁ ଖାଦ୍ୟ ସଂକଟ ପଡ଼ିବାର ସମ୍ଭାବନା ରହିଛି । ତେଣୁ ଚାଷ ପ୍ରତି ଆମେ ସମସ୍ତେ ଗୁରୁତ୍ୱ ଦେବା ଉଚିତ୍ ।

ଅଧିକ ପଢ଼ନ୍ତୁ: ଦଶମରେ ପାଠ ଛାଡ଼ିଲେ ! ୧୭ ବର୍ଷରେ କଲ୍‌ ସେଣ୍ଟର୍‌ ଚାକିରି, ୩୪ ବର୍ଷ ବୟସରେ କୋଟିପତି

Advertisment

ତେବେ ଇମ୍ଫୋସିସ୍‌ ଭଳି ବଡ଼ ସଫ୍ଟଓୟାର କମ୍ପାନୀର ମୋଟା ଅଙ୍କର ଚାକିରି ଛାଡ଼ି ଚାଷ କରିବାକୁ ମନ ବଳେଇବା ପାଇଁ ସମସ୍ତଙ୍କ ପାଖରେ ସାହସ ନଥାଏ । ଇମ୍ଫୋସିସ୍‌ରେ ଚାକିରି ଖଣ୍ଡେ ପାଇବା ପାଇଁ ପିଲାମାନେ କାହିଁ କେତେ ପରିଶ୍ରମ କରିଥାନ୍ତି । କିନ୍ତୁ ଏହି ବ୍ୟକ୍ତି ଜଣ ଚାଷ ପ୍ରତି ଏତେ ଆଗ୍ରହ ଦେଖାଇଛନ୍ତି ଯେ, ତାହା ଦେଖି ସମସ୍ତେ ତାଜୁବ୍‌ । ଖାଲି ସେତିକି ନୁହେଁ ଚାକିରି ଛାଡ଼ିବା ତାଙ୍କର ସଠିକ୍‌ ନିଷ୍ପତ୍ତି ଥିଲା ବୋଲି ତାକୁ ପ୍ରମାଣିତ କରିଛନ୍ତି । କାରଣ ଇମ୍ଫୋସିସ୍‌ ଭଳି ବଡ଼ କମ୍ପାନୀ ତାଙ୍କୁ ଯେତିକି ବେତନ ଦେଉଥିଲା, ଚାଷ କରି ଏବେ ତାର ଦୁଇ ଗୁଣା ରୋଜଗାର କରୁଛନ୍ତି ଉକ୍ତ ବ୍ୟକ୍ତି ।

ଏଭଳି ସାହସ ରଖିଥିବା ବ୍ୟକ୍ତି ଜଣକ ହେଉଛନ୍ତି ଭେଙ୍କଟସାମୀ ବିଗ୍ନେଶ୍ । ଚାକିରି ଛାଡ଼ିବା ପରେ ସେ ଜାପାନ୍‌ରେ ବାଇଗଣ ଚାଷ୍ କରିଥିଲେ । ଆଉ ସେଥିରୁ ସେ ଏବେ ଦୁଇ ଗୁଣା ରୋଜଗାର କରୁଛନ୍ତି । ବିଗ୍ନେଶଙ୍କ ଘର ତାମିଲ ନାଡ଼ୁରେ । ତାଙ୍କ ପରିବାର ଲୋକଙ୍କ ମୁଖ୍ୟ ବେଉଷା ହେଉଛି ଚାଷ କାମ । ତେଣୁ ଚାଷ ଉପରେ ସେ ଆଗ୍ରହ ରଖିବା ସହ ମୂଳ ଜ୍ଞନ ବି ରଖିଛନ୍ତି ।

ଯେତେବେଳେ ବିଗ୍ନେଶ ଇନ୍‌ଫୋସିସ୍‌ରେ ଚାକିରି ପାଇଥିଲେ । ସେତେବେଳେ ତାଙ୍କ ପରିବାର ଲୋକ ଖୁବ୍‌ ଖୁସି ହୋଇଥିଲେ । ଆଉ କହିଥିଲେ ଆମର ଦୁଃଖ ସମୟ ଚାଲିଗଲା । ହେଲେ ଏବେ ସେ ଚାକିରି ଛାଡ଼ି ପରିବାର ଲୋକଙ୍କୁ ନିରାଶ କରିଥିଲେ । ହେଲେ ଚାଷରେ ବଡ଼ ସଫଳତା ପାଇବା ପରେ ପରିବାର ଲୋକଠାରୁ ଆରମ୍ଭ କରି ବନ୍ଧୁ ପରିଜନ ଏମିତି ବିଗ୍ନେଶ ମଧ୍ୟ ବହୁତ ଖୁସି ଅଛନ୍ତି । ତେବେ ବିଗ୍ନେଶଙ୍କ ଏଭଳି ପରିବର୍ତ୍ତନ ଲକ୍‌ଡାଉନ୍‌ ସମୟରେ ହିଁ ଦେଖିବାକୁ ମିଳିଥିଲା । ଲକ୍‌ଡାଉନ୍‌ ସମୟରେ ଘରେ ବସିଥିବାରୁ ତାଙ୍କ ମନରେ ଚାଷ ପ୍ରତି ଅଗ୍ରହ ବେଶି ବଢ଼ିଥିଲା ।

ବିଗ୍ନେଶ ଚାଷ କରିବା ପରେ ଏବେ ମାସକୁ ୮୦ ହଜାର ଟଙ୍କା ରୋଜଗାର କରୁଛନ୍ତି । ଯେତେବେଳେ ସେ ଚାକିରି କରିଥିଲେ ତାଙ୍କର ଦରମା ଥିଲା ମାତ୍ର ୪୦ ହଜାର ଟଙ୍କା । 

Software Engineer
Advertisment
Advertisment