/odishatv-khabar/media/post_attachments/uploadimage/library/16_9/16_9_0/IMAGE_1682737708.jpg)
President Of India Droupadi Murmu
ଆସନ୍ତା ମେ ୪ରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ହେବା ପରେ ଏହା ତାଙ୍କର ତୃତୀୟ ଓଡ଼ିଶା ଗସ୍ତ ଏବଂ ଜନ୍ମମାଟି ମୟୂରଭଂଜକୁ ପ୍ରଥମ ଗସ୍ତ ହେବ । ଏଥିଲାଗି ତାଙ୍କ ଗାଁ ପାହାଡପୁରରେ ଚାଲିଛି ଜୋରଦାର ପ୍ରସ୍ତୁତି ।
ରାତାରାତି ବଦଳିଯାଉଛି ଗାଁର ରୂପରେଖ । ମାଟି ରାସ୍ତା ହେଉଛି ପିଚୁ । ଗାଁ ରାସ୍ତାରେ ପଡୁଛି ଢଳେଇ । ମୟୂରଭଂଜ କୁସୁମୀ ବ୍ଲକ୍ର ପାହାଡ଼ପୁର ଗାଁରେ ଦେଖିବାକୁ ମିଳିଛି କିଛି ଏମିତି ଦୃଶ୍ୟ । ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ଲାଗି ସମଗ୍ର ଅଞ୍ଚଳ ଏବେ ସଜେଇ ହେଉଛି । ଗାଁ ସଡ଼କ ଠାରୁ ଆରମ୍ଭ କରି ସ୍କୁଲ୍ ରୂପାନ୍ତରୀକରଣ କରାଯାଇଥିବା ବେଳେ ଦ୍ରୌପଦୀ ମୁର୍ମୁଙ୍କ ଶ୍ୱଶୁର ଘରକୁ ବି ମରାମତି କରାଯାଉଛି ।
ଅନ୍ୟପଟେ ରାଷ୍ଟ୍ରପତି ହେବା ପରେ ନିଜ ଜନ୍ମ ମାଟି ମୟୂରଭଂଜକୁ ପ୍ରଥମ ଥର ଲାଗି ଆସୁଛନ୍ତି ଦ୍ରୌପଦୀ ମୁର୍ମୁ। ଏଥିଲାଗି ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ।
ସୂଚନା ଅନୁସାରେ ଆସନ୍ତା ମେ’ ୪ରେ ପ୍ରଥମେ ବାଦାମପାହାଡରେ ହେଲିକପ୍ଟର ଯୋଗେ ଅବତରଣ କରି ନିଜ ଶ୍ୱଶୁର ଘର ପାହାଡପୁରକୁ ଯିବେ ରାଷ୍ଟ୍ରପତି । ପରବର୍ତ୍ତୀ ସମୟରେ ରାଇରଙ୍ଗପୁର ଆସି ସେଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ମେ’ ୫ ତାରିଖ ଦିନ ଶିମିଳିପାଳ ଜାତୀୟ ଉଦ୍ୟାନ ପରିଭ୍ରମଣ କରି ବାରିପଦା ଯିବାର ସୂଚନା ରହିଛି ।
ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମରେ ଯେଭଳି କୌଣସି ତ୍ରୁଟି ନହୁଏ ସେଥିପ୍ରତି ପ୍ରାଶାସନିକ ଅଧିକାରୀମାନେ ମଧ୍ୟ ତଦାରଖ କରୁଛନ୍ତି । ସେ ଯେଉଁ ଚୌକିରେ ଆସନ ଗ୍ରହଣ କରିବେ ତାହା ମଧ୍ୟ ଖୁବ୍ ସୁନ୍ଦର୍ ଭାବେ ସଜା ଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)