• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଏବେକାର ଯୁବପିଢ଼ି ବ୍ୟବସାୟ ପ୍ରତି ଅଧିକ ଆଗ୍ରହ ଦେଖାଉଛନ୍ତି । ନିଜର କଠିନ ପରିଶ୍ରମ ବଳରେ ତାକୁ ସଫଳ କରିବାକୁ ଚେଷ୍ଟା ମଧ୍ୟ କରୁଛନ୍ତି । ସେମାନେ କିଭଳି ଭଲ ଲାଭ ପାଇବେ ସେଥିପାଇଁ ନୂଆ ନୂଆ ପନ୍ଥା ଆପଣାଉଛନ୍ତି । ଏମିତିକି ବ୍ୟବସାୟରୁ ଭଲ ଲାଭ ମଧ୍ୟ ଉଠାଉଛନ୍ତି । ଯଦି ଆପଣ ମଧ୍ୟ ବ୍ୟବସାୟ କ୍ଷେତ୍ରରେ ପ୍ରବେଶ କରିବାକୁ ଚାହୁଁଛନ୍ତି ତେବେ ଆମେ ଆଜି ଆପଣଙ୍କୁ ଏକ ସରଳ ବ୍ୟବସାୟର ଉପାୟ କହିବୁ । ଯେଉଁଥିରେ ଆପଣ ଖୁବ୍‌ ସ୍ୱଳ୍ପ ନିବେଶ କରି, ମୋଟା ଅଙ୍କର ଲାଭ ପାଇପାରିବେ ।

କାର ୱାସିଂ

ଖୁବ୍‌ କମ୍‌ ନିବେଶ ଦ୍ୱାରା ଆପଣ ଏହି କାର ୱାସିଂ ବ୍ୟବସାୟ ଆରମ୍ଭ କରିପାରିବେ । ବର୍ତ୍ତମାନ ପରିସ୍ଥିତିରେ ଅନେକ ଲୋକ କାର୍‌ ୱାସିଂ ବ୍ୟବସାୟକୁ ପ୍ରଫେସ୍‌ନାଲ ବୋଲି ଧରିନଥାନ୍ତି । କିନ୍ତୁ ଏହି ବ୍ୟବସାୟ ଆପଣଙ୍କୁ ମାଲାମାଲ କରିଦେବାର କ୍ଷମତା ରଖୁଛି । 

ସ୍ଥାନ

ଏହି ବ୍ୟବସାୟ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଲା, ସ୍ଥାନ ନିରୂପଣ । ଆପଣ କେଉଁ ଲୋକେସନରେ ଏହି ବ୍ୟବସାୟ ଆରମ୍ଭ କରୁଛନ୍ତି ତାହା ବ୍ୟବସାୟ ପାଇଁ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ । କାରଣ ପ୍ରକୃଷ୍ଠ ସ୍ଥାନ ହିଁ ଏହି ବ୍ୟବସାୟକୁ ଆଗକୁ ନେବ ବା ଭଲ ଲଭ ଦେବ । ମେନ୍‌ରୋଡ୍‌ ସାଇଡ୍‌ରେ ଯଦି ଆପଣ ଏହି ବ୍ୟବସାୟ ଆରମ୍ଭ କରୁଛନ୍ତି ତେବେ ଆପଣଙ୍କୁ ଏହି ବ୍ୟବସାୟ ମାଲାମାଲ କରିଦେବ । ଖାଲି ସେତିକି ନୁହେଁ କାର ୱାସିଂ ସ୍ଥାନରେ ଯଦି ଆପଣ ତିନିରୁ ଚାରିଟି କାର ପାର୍କିଂର ସୁବିଧା ରଖିପାରିବେ ତେବେ ଏହି ବ୍ୟବସାୟ ଆପଣଙ୍କୁ ଖୁବ୍‌ ଲାଭ ଦେବ ।

ପ୍ରଫେସ୍‌ନାଲ ମେସିନ୍

ଏହି ବ୍ୟବସାୟ ପାଇଁ ଏକ ପ୍ରଫେସ୍‌ନାଲ ମେସିନ୍‌ର ଆବଶ୍ୟକ ହୋଇଥାଏ । ଯାହାର ମୂଲ୍ୟ ୧୨ ହଜାରରୁ ଏକ ଲକ୍ଷ ଟଙ୍କା ମଧ୍ୟରେ ରହିଛି । ଯଦି ଆପଣ ଏହି ବ୍ୟବସାୟକୁ ଛୋଟ ଆକାରରେ ଆରମ୍ଭ କରିବାକୁ ଚାହୁଁଛଉନ୍ତି ତେବେ ଆପଣ କମ୍ ମୂଲ୍ୟର ମେସିନ୍ କିଣି ପାରିବେ । ପରେ ବ୍ୟବସାୟ ଭଲ ହେଲେ ଦାମୀ ମେସିନ୍ କିଣି ବ୍ୟବହାର କରିବେ ।

କେତେ ଖର୍ଚ୍ଚ ହେବ ?

କେତେ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ? ଆପଣ ମାତ୍ର ୧୪ ହଜାର ଟଙ୍କା ଖର୍ଚ୍ଚ କରି ଦୁଇଟି ହର୍ସ ପାୱାର ମେସିନ୍ କିଣି ପାରିବେ । ଏହା ଭଲ କାମ କରିବ ଏବଂ ଏହା ସହିତ ଆପଣଙ୍କୁ ପାଇପ୍ ଏବଂ ନୋଜେଲ ମଧ୍ୟ ଉପଲବ୍ଧ ହେବ । ଏହା ବ୍ୟତୀତ ଆପଣଙ୍କୁ ୩୦ ଲିଟରର ଏକ ଭ୍ୟାକ୍ୟୁମ୍ କ୍ଲିନର୍ ମଧ୍ୟ ନେବାକୁ ପଡିବ । ଯାହାର ମୂଲ୍ୟ ପ୍ରାୟ ୯ ରୁ ୧୦ ହଜାର ଟଙ୍କା ହେବ । ଏହା ବ୍ୟତୀତ କାର ଧୋଇବା ସାମଗ୍ରୀ, ଯେମିତିକି ସାମ୍ପୁ, ଗ୍ଲୋଭସ୍, ଟାୟାର ପଲିସ୍ ଏବଂ ଡ୍ୟାସବୋର୍ଡ ପଲିସର ପାଞ୍ଚ ଲିଟିରିଆ ଜାରକିନ୍‌ ନେବାକୁ ହେବ । ଏହି ସମସ୍ତ ଜିନିଷକୁ ମିଶାଇଲେ ୧୫୦୦ରୁ ୨୦୦୦ ଟଙ୍କା ମଧ୍ୟରେ ହେବ ।

ଲୋକେସନ୍‌ ବା ସ୍ଥାନ ନିରୁପଣ କରିବା ସମୟରେ ଆପଣଙ୍କୁ ଧ୍ୟାନ ଦେବାକୁ ହେବ ଯେ, ସେହି ସ୍ଥାନରେ ଅଧିକ ଭିଡ଼ ନହେଉଥିବା ଦରକାର । କାରଣ ଆପଣଙ୍କ ଆଉଟ୍‌ଲେଟ୍‌ ଆଗରେ ଯଦି ଭିଡ଼ ଜମୁଥିବ ତେବେ ଗ୍ରାହକଙ୍କ ଗାଡ଼ି ପାର୍କିଂ ପାଇଁ ଅସୁବିଧା ହେବ । ମୋଟାମୋଟି ଭାବେ ଏହି ବ୍ୟବସାୟ ଆରମ୍ଭ କରିବାକୁ ହେଲେ ଆପଣଙ୍କୁ ୪୦ରୁ ୫୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ହେବ । 

କାର ୱାସିଂ ଚାର୍ଜ କେତେ ?

କାର ୱାସିଂ ଚାର୍ଜ ସବୁ ସହରରେ ଭିନ୍ନ ଭିନ୍ନ ହୋଇଥାଏ । ସାଧାରଣତଃ ଛୋଟ ସହର ଗୁଡ଼ିକରେ ଏହାର ଦର ୧୫୦ ରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ରହିଥାଏ । ଆଉ ବଡ଼ ସହର ଗୁଡ଼ିକରେ ଦର ୨୫୦ରୁ ୮୦୦ ଟଙ୍କା ରହିଥାଏ । କାର ୱାସିଂର ଚାର୍ଜ ଗାଡ଼ିର ଆକାର ଅନୁସାରେ ଭିନ୍ନ ଭିନ୍ନ ହୋଇଥାଏ ।

ଛୋଟ ଛୋଟ କାର ଧୋଇବା ପାଇଁ ଦର ୪୦୦ ଟଙ୍କା ରହିଥାଏ । ସେହିଭଳି ଏସ୍‌ୟୁଭି ମଡେଲ୍‌ ଗାଡ଼ି ଗୁଡ଼ିକ ଧୋଇବା ପାଇଁ ୪୦୦ରୁ ୮୦୦ ଟଙ୍କା ରହିଥାଏ । ଯଦି ଆପଣଙ୍କ ପାଖକୁ ଗୋଟିଏ ଦିନରେ ୮ରୁ ୧୦ଟି ଗାଡ଼ି ଆସୁଛି ୱାସିଂ ପାଇଁ ତେବେ ୩୦୦ ଟଙ୍କା ହିସାବରେ ଆପଣଙ୍କୁ ୩୦୦୦ ଟଙ୍କା ମିଳିବ । ସେହିଭଳି ଦିନକୁ ୩୦୦୦ ହିସାବରେ ମାସିକ ଆପଣ ୮୦ରୁ ୯୦ ହଜାର ଟଙ୍କା ରୋଜଗାର କରିପାରିବେ ।