ଓଡ଼ିଶାକୁ ମୋଦି ସରକାରଙ୍କ ଆଉ ଏକ ବଡ଼ ଭେଟି । ଆଜିଠୁ ଗଡ଼ିଲାବ୍ରହ୍ମପୁର-ଟାଟାନଗର ଓ ରାଉରକେଲା-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ୍ । ଏ ଦୁଇ ଟ୍ରେନ୍ ସହ ମୋଟ୍ ୬ଟି ନୂଆ ବନ୍ଦେ ଭାରତର ଆଜି ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ। ଆଗାମୀ ଦିନରେ ରାଜ୍ୟର ସବୁ ଜିଲ୍ଲା ମୁଖ୍ୟାଳୟ ଏବଂ ସବ୍ ଡିଭିଜନ୍ କୁ ବି ରେଳ ସଂଯୋଗ ହେବ ବୋଲି ଏହି ଅବସରରେ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ରାଜ୍ୟରେ ଗଡ଼ିଲା ଆଉ ଦୁଇଟି ବନ୍ଦେ ଭାରତ ଏକ୍ସପ୍ରେସ୍ । ଭର୍ଚୁଆଲ୍ ମୋଡରେ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି । ବ୍ରହ୍ମପୁର-ଟାଟାନଗର ଓ ରାଉରକେଲା-ହାୱଡା ଏକ୍ସପ୍ରେସ୍ । ଆସନ୍ତାକାଲି ଗଡ଼ିବ ରାୟପୁର-ବିଶାଖାପାଟଣା ବନ୍ଦେ ଭାରତ ଏକ୍ସପ୍ରେସ୍ ।
ଦେଖିଲେ ଲାଗୁଛି ଯେପରି ସିଧା କୌଣସି ହଲିଉଡ୍ ସାଇ-ଫାଇ ମୁଭିର ସ୍ପେଶ୍ ସିପ୍। କିନ୍ତୁ ଏହା କୌଣସି କଳ୍ପନା ନୁହେଁ, ବନ୍ଦେ ଭାରତ ହାଇ-ସ୍ପିଡ୍ ଟ୍ରେନର ଭିତରର ଦୃଶ୍ୟ ସାମ୍ନକୁ ଆସିଛି।
ଟ୍ରାକରେ କେବଳ ବନ୍ଦେ ଭାରତ ଟ୍ରେନ୍ର ଚେୟାର କାର୍ ଭର୍ସନ ଚାଲୁଛି । ଆଗାମୀ ତିନିରୁ ଚାରି ବର୍ଷ ମଧ୍ୟରେ ଦେଶର ସମସ୍ତ ପ୍ରମୁଖ ମାର୍ଗରେ ଏହି ସ୍ଲିପର ଭର୍ସନ ଟ୍ରେନ୍ ଚାଲୁ କରିବାକୁ ଯୋଜନା ରହିଛି ।
ବହୁ ପ୍ରତୀକ୍ଷିତ ବନ୍ଦେ ଭାରତ ସ୍ଲିପର ଟ୍ରେନରେ ଯାତ୍ରୀଙ୍କୁ ଆରାମଦାୟକ ଯାତ୍ରା ସହ ରହିବ ବିଶ୍ୱସ୍ତରୀୟ ସୁବିଧା । ୧୬ କୋଚ୍ ବିଶିଷ୍ଟ ରହିବ ଏହି ବନ୍ଦେ ଭାରତ ସ୍ଲିପର ଭର୍ସନ ।
ବହୁ ପ୍ରତୀକ୍ଷିତ ବନ୍ଦେ ଭାରତ ସ୍ଲିପର ଟ୍ରେନରେ ଯାତ୍ରୀଙ୍କୁ ଆରାମଦାୟକ ଯାତ୍ରା ସହ ରହିବ ବିଶ୍ୱସ୍ତରୀୟ ସୁବିଧା । ୧୬ କୋଚ୍ ବିଶିଷ୍ଟ ରହିବ ଏହି ବନ୍ଦେ ଭାରତ ସ୍ଲିପର ଭର୍ସନ ।
ଅଯୋଧ୍ୟାରୁ ଭିଡିଓ କନଫରେନସିଂ ଜରିଆରେ ମୋଟ ଛଅଟି ନୂତନ ବନ୍ଦେ ଭାରତ ଟ୍ରେନ୍ ଏବଂ ଦୁଇଟି ଅମୃତ ଭାରତ ଟ୍ରେନ୍ ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି ।
ଖୁବ୍ଶୀଘ୍ର ଭାରତୀୟ ରେଲ୍ୱେ ଏକ କନ୍ସେପ୍ଟ ଟ୍ରେନ୍ ଆଣିବାକୁ ଯାଉଛି। ଏଣିକି ଅତ୍ୟାଧୁନିକ ସ୍ଲିପର କୋଚ୍ର ସୁବିଧା ‘ବନ୍ଦେ ଭାରତ’ ଏକ୍ସପ୍ରେସ୍ରେ ଯାତ୍ରୀଙ୍କୁ ମିଳିବ।
ବନ୍ଦେ ଭାରତ ଏକ୍ସପ୍ରେସର ଆଜି ହେଲା ଦ୍ୱିତୀୟ ଟ୍ରାଏଲ ରନ୍। ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ୍। ସେମି ହାଇସ୍ପିଡ୍ ଟ୍ରେନ୍ରେ ରହିଛି ୮ଟି କୋଚ୍।
ପୁରୀରୁ ତାଳଚେର ରୋଡ୍ ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ୍ର ଆଜି ଟ୍ରାଏଲ ରନ୍ ଆରମ୍ଭ ହୋଇଛି। ଏହି ବନ୍ଦେ ଭାରତ ଏକସପ୍ରେସ୍ ରାଉରକେଲା-ପୁରୀ ମଧ୍ୟରେ ଚଳାଚଳ କରିବ।
ଆଜିଠାରୁ ଏହା ପୁଣି ସେବା ପ୍ରଦାନ କରିବା ଲାଗି ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇଛି ।
ସୂଚନା ଅନୁସାରେ, 22895/22896 ହାୱଡ଼ା-ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍ ଆଜି ପାଇଁ ବାତିଲ୍ ହୋଇଛି। ଗତକାଲି ପୁରୀରୁ ହାୱଡ଼ା ଅଭିମୁଖେ ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ୍ ଯାଜପୁର ଜିଲ୍ଲାର ବୈତରଣୀ ରୋଡ୍ ଓ ମଞ୍ଜୁରୀ ରୋଡ୍ ମଧ୍ୟରେ ଅଟକି ରହିଥିଲା।
ପୁରୀରୁ ହାୱଡ଼ା ଦୌଡ଼ିଲା ବନ୍ଦେ ଭାରତ..ଶୁଭାରମ୍ଭ କରି ମୋଦି କହିଲେ ୯ବର୍ଷ ହେଲା ଓଡ଼ିଶାକୁ ବଢ଼ିଚାଲିଛି ରେଳ ଅନୁଦାନ..ରାଜ୍ୟ ପାଇଁ ଆଉ ୨ଟି ବନ୍ଦେ ଭାରତ ମାଗିଲେ ନବୀନ..ବୈଷ୍ଣବଙ୍କ ସୂଚନା ଆଗକୁ ଭୁବନେଶ୍ୱର ଓ କଟକ ମଧ୍ୟରେ ଚାଲିବ ବନ୍ଦେ ମେଟ୍ରୋ..
ରାଜ୍ୟ ପାଇଁ ଆଉ ୨ଟି ବନ୍ଦେ ଭାରତ ଦାବି କଲେ ମୁଖ୍ୟମନ୍ତ୍ରୀ । ପୁରୀ-ରାଉରକେଲା ଓ ଭୁବନେଶ୍ୱର-ହାଇଦ୍ରାବାଦ ବନ୍ଦେ ଭାରତ ଦାବି ।
କେବଳ ବନ୍ଦେ ଭାରତ ଏକ୍ସପ୍ରେସ୍ର ଉଦଘାଟନ ହେଉଛି ତାହା ନୁହେଁ ବରଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୁରୀ-ହାୱାଡା ‘ବନ୍ଦେ ଭାରତ ଏକ୍ସପ୍ରେସ’ ସମେତ ପ୍ରାୟ ୮ହଜାର କୋଟି ଟଙ୍କାରୁ ଅଧିକ ବିଭିନ୍ନ ରେଳ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି
୧୮ରୁ ପୁରୀରୁ ହାୱଡା ଅଭିମୁଖେ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ୍ । ଗୁରୁବାରକୁ ଛାଡ଼ି ସପ୍ତାହର ବାକି ଅନ୍ୟ ସବୁ ଦିନ ଚାଲିବ ଟ୍ରେନ୍ । ଭର୍ଚୁଆଲ ମୋଡରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡ଼ିଶାରେ ପ୍ରଥମ ସେମି ହାଇସ୍ପିଡ୍ ଟ୍ରେନ୍ ଚଳାଚଳକୁ ନେଇ ଉତ୍ସାହିତ ରାଜ୍ୟବାସୀ
ହାୱଡ଼ା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସର ୯ଟି ରହଣି ଷ୍ଟେସନ୍ ରହିପାରେ । ସୂଚନା ମୁତାବକ ହାୱଡ଼ା, ହଳଦିଆ, ବାଲେଶ୍ୱର, ଭଦ୍ରକ, ଯାଜପୁର କେନ୍ଦୁଝର ରୋଡ, ଖୋର୍ଦ୍ଧା ରୋଡ ଜଙ୍କସନ, କଟକ, ଭୁବନେଶ୍ୱର ଏବଂ ପୁରୀ ରହିବ ବୋଲି ଅନୁମାନ କରାଯାଉଛି ।
ଏହି ଘଟଣାକୁ ନେଇ ରେଳବାଇ ପୋଲିସ ଏକ ମାମଲା ରୁଜୁ କରିଛି । ଟ୍ରେନ୍ ସୁରକ୍ଷାକୁ ଅଧିକ ମଜବୁତ କରିବାକୁ ନିଷ୍ପତ୍ତି ନିଆଯାଇଛି ।
ଖଡ଼ଗପୁର, ଭଦ୍ରକ, ଯାଜପୁର, କଟକ, ଭୁବନେଶ୍ବର, ଖୋର୍ଦ୍ଧାରେ ରହଣି । ୧୨ଟା ୩୫ରେ ପୁରୀରେ ପହଞ୍ଚି ପୁଣି ୧ଟା ୫୦ରେ ପୁରୀ ଛାଡ଼ିବ ।
ଘଣ୍ଟା ପ୍ରତି ୧୮୦ କି.ମି. ସ୍ପିଡ୍ରେ ଦୌଡୁଥିବା ଏହି ସ୍ୱଦେଶୀ ଟ୍ରେନ୍ର ରୋଡମ୍ୟାପ୍ ପ୍ରସ୍ତୁତ କରିଛନ୍ତି ଭାରତ ସରକାର। ଟ୍ରାଏଲ୍ ରନିଂରେ ଘଣ୍ଟା ପ୍ରତି ୧୮୦ କି.ମି. ବେଗରେ ଟ୍ରାକ୍ରେ ବନ୍ଦେ ଭାରତ ଟ୍ରେନ୍ ଦୌଡ଼ିଛି।