• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିଦା ହେବେ ୩୦୦ ପୋଲିସ ଅଧିକାରୀ ! ସରକାର ଦେଲେ କଡ଼ା ନିର୍ଦ୍ଦେଶ । ଚାକିରିରୁ ଯଥାଶୀଘ୍ର ଅବସର ନେବାକୁ ଚେତାବନୀ ଦେଲେ ଆସାମ ମୁଖ୍ୟମନ୍ତ୍ରୀ । ତେବେ ଆପଣ ଭାବୁଥିବେ ଏଭଳି କଡ଼ା ନିଷ୍ପତ୍ତି କାହିଁକି ନେଲେ ସରକାର ? ଆହୁରି ମଧ୍ୟ ପ୍ରଶ୍ନ ଆସୁଥିବ କେଉଁ ୩୦୦ ଅଫିସରଙ୍କୁ ସରକାର ଅବସର ନେବା ପାଇଁ କହିଛନ୍ତି ? କ’ଣ ସେମାନଙ୍କର ଭୁଲ ?

ତେବେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ନିର୍ଦ୍ଦେଶ ଶୁଣି ଆପଣ ଚକିତ ହୁଅନ୍ତୁ ନାହିଁ । ଏହି ନିର୍ଦ୍ଦେଶ ସମସ୍ତଙ୍କ ପାଇଁ ଲାଗୁ ନୁହେଁ । କେବଳ ମଦ୍ୟପ ପୋଲିସ ବାବୁଙ୍କ ପାଇଁ ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଯେଉଁ ପୋଲିସ ବାବୁମାନେ ତଥା କର୍ମଚାରୀମାନେ ନିୟମିତ ମଦ୍ୟପାନ କରନ୍ତି, ତଥା ଅଭ୍ୟାସଗତ ମଦ୍ୟପ, ସେମାନଙ୍କୁ ତୁରନ୍ତ ଚାକିରି ଛାଡ଼ିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ କହିବା କଥା ଯେଉଁମାନେ ଅଭ୍ୟାସଗତ ମଦ୍ୟପ ସେମାନେ ଆଉ ପୋଲିସ ଚାକିରି କରିବାକୁ ଫିଟ୍ ନୁହଁନ୍ତି । ସେମାନେ ଅସୁସ୍ଥ ହୋଇସାରିଲେଣି । ସେମାନଙ୍କ ଶରୀର ଆଉ ସାଥ୍ ଦେଉନାହିଁ । ତେଣୁ ସରାକାର ସେମାନଙ୍କ ପାଇଁ ଏକ ସ୍କିମ୍‌ ଆଣିଛନ୍ତି, ସେମାନେ ତୁରନ୍ତ ଚାକିରିରୁ ନିଜ ଇଚ୍ଛାରେ ଅବସର ନେଇପାରିବେ । ଆଉ ତାଙ୍କ ସ୍ଥାନରେ ଫ୍ରେସର ବା ନୂଆ ଲୋକଙ୍କୁ ନିଯୁକ୍ତି ଦିଆଯିବ । ଏଥିପାଇଁ ସମସ୍ତ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇସାରିଛି ।

ସାରା ରାଜ୍ୟରେ ଥିବା ସମସ୍ତ ପୋଲିସ ଅଧିକାରୀଙ୍କୁ ନେଇ ଏକ ୩୦୦ ଜଣିଆ ତାଲିକା ପ୍ରସ୍ତୁତ କରାଯାଇଛି । ସେହି ୩୦୦ ଜଣଙ୍କୁ ତୁରନ୍ତ VRS ନେବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଖୁବ୍‌ ଶୀଘ୍ର ସେମାନଙ୍କ ସ୍ଥାନରେ ନୂଆ ଯୁବକ ନିଯୁକ୍ତ ହେବେ । ମେ’ ୧୦ ତାରିଖରୁ ଏହି ନିୟମ ଲାଗୁ ହେବ । ତେବେ ଏଭଳି କଡ଼ା ପଦକ୍ଷେପ ନେବା ପାଇଁ ଆସାମ (Assam)ର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା (Himanta Biswa Sarma) ସାହସ କରିଛନ୍ତି । ଆସାମରେ ବିଜେପି ଦ୍ୱିତୀୟ ଥର ପାଇଁ ସରକାର ଗଠନ କରିଥିବା ବେଳେ ହିମନ୍ତ ବିଶ୍ୱଶର୍ମା ମଧ୍ୟ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଉଛନ୍ତି । ହିମନ୍ତଙ୍କ କହିବାନୁଯାୟୀ ଏଭଳି ନିଷ୍ପତ୍ତି ପୂର୍ବରୁ କୌଣସି ସରକାର ନେଇ ନାହାନ୍ତି ।

ତେବେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ନିଷ୍ପତ୍ତି ପରେ ପୋଲିସ ବିଭାଗରେ କମ୍ପନ ସୃଷ୍ଟି ହୋଇଛି । ଅନ୍ୟପଟେ ସଧାରଣରେ ମଧ୍ୟ ଏହାକୁ ସ୍ୱାଗତ କରାଯାଇଛି । ଅନ୍ୟ ପୋଲିସମାନେ ଏହାଦ୍ୱାରା ସଜାଗ ହେବେ ବୋଲି ଆଶା କରାଯାଉଛି । ଯେଉଁ ମଦ୍ୟପ ପୋଲିସ ଅଫିସର ଏହି ତାଲିକାରେ ସ୍ଥାନ ପାଇନାହନ୍ତି ସେମାନଙ୍କ ଛାତି ମଧ୍ୟ ଏବେ ଧଡ଼ ଧଡ଼ ହେଉଛି । ସେମାନେ ନିଜକୁ ସୁଧାରିବା ସହ ଶରୀରକୁ ଫିଟ୍ ରଖିବା ପାଇଁ କସରତ ଆରମ୍ଭ କରିଛନ୍ତି ।