• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Paradeep

BJD MLA Sambit Routray allegedly misbehaved with woman in Paradeep
ମହିଳାଙ୍କୁ ଗାଳିଗୁଲଜ କରି ଅଡ଼ୁଆରେ ପାରାଦୀପ ବିଧାୟକ, ଥାନାରେ ଏତଲା...

ଗାଁରେ ସଭା ଚାଲିଥିବା ବେଳେ ସର୍ବସମ୍ମୁଖରେ ମହିଳାଙ୍କୁ ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି। ଏନେଇ ବିଧାୟକଙ୍କ ବିରୋଧରେ କୁଜଙ୍ଗ ଥାନାରେ ୨ଟି ଏତଲା ଦିଆଯାଇଛି।

Unidentified youth climbs onto boat mid-sea in Paradeep
ମଝି ସମୁଦ୍ରରେ ମାଛଧରା ବୋଟ୍‌କୁ ଚଢ଼ିଗଲେ ସନ୍ଦିଗ୍ଧ ଯୁବକ

ପାରାଦୀପର ଏକ ମାଛଧରା ବୋଟ୍‌ ସମୁଦ୍ର ମଧ୍ୟରେ ଆଙ୍କରେଜ କରିଥିବା ବେଳେ ଦଉଡି ସାହାଯ୍ୟରେ ବୋଟ୍‌କୁ ଚଢି ଯାଇଥିଲା ସନ୍ଦିଗ୍ଧ ଯୁବକ। ଗଭୀର ସମୁଦ୍ରରେ ଅପରିଚିତ ଯୁବକକୁ ଦେଖି ଛାନିଆ ବୋଟ୍‌ କର୍ମଚାରୀ।

Floodwater enters village
ହଠାତ ମାଡ଼ିଆସିଲା ବନ୍ୟାଜଳ: ଜୀବନ ବିକଳରେ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେଉଛନ୍ତି ବନ୍ୟା ଦୁର୍ଗତ

ସକାଳେ ହଠାତ ବନ୍ୟାଜଳ ମାଡ଼ି ଆସିବାରୁ ଘର ଦ୍ୱାର ଛାଡ଼ି ଜୀବନ ବିକଳରେ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେଇଛନ୍ତି ବନ୍ୟା ଦୁର୍ଗତ। ତେରମାଣପୁର ଗାଁର ମୁଖ୍ୟ ରାସ୍ତାରେ ଏବେ କେଉଁଠି ଅଣ୍ଟାଏ ତ ଆଉ କେଉଁଠି ଛାତିଏ ପାଣି।

20 ft breach occurred in Mahanadi river  in Jagatsinghpur
ଏପଟେ ବଢ଼ୁଛି ହୀରାକୁଦର ଜଳସ୍ତର, ସେପଟେ ମହାନଦୀରେ ୨୦ ଫୁଟର ଘାଇ

ମହାନଦୀରେ ୨୦ ଫୁଟର ଘାଇ ସୃଷ୍ଟି ହେବା ଯୋଗୁ ଗାଁ ଜଳବନ୍ଦୀ ହୋଇଛି। କୁଜଙ୍ଗ ବ୍ଲକ୍‌ ଅନ୍ତର୍ଗତ ତେରମାଣପୁର ଗାଁ ନିକଟରେ ଏହି ଘାଇ ସୃଷ୍ଟି ହୋଇଛି। 

Sarathi Baba Son Marriage
ଧୁମଧାମରେ ବାହା ହେଲେ ସାରଥୀଙ୍କ ପୁଅ; ବେକରେ ଥିଲା ୯୦ ଲକ୍ଷର ହୀରା ହାର

ବାହା ହେଲେ ବହୁଚର୍ଚ୍ଚିତ ଆତ୍ମଘୋଷିତ ବାବା ସାରଥିଙ୍କ ପାଳିତ ପୁଅ ସତ୍ୟମ ରାଉଳ । ତାଙ୍କର ପାରାଦୀପରେ ବିବାହ ହୋଇଛି ।

BJP stages protest against 5T Secretary in Kujang
5T ସଚିବଙ୍କ ଗସ୍ତକୁ ନେଇ ଜଗତସିଂହପୁରରେ ବିରୋଧ, ବିରୋଧୀ କହିଲେ- ଟିକଟ ଭୟରେ ବିଜେଡି ନେତା ଚୁପ୍

5T ସଚିବଙ୍କୁ ବିରୋଧୀଙ୍କ ଘନ ଘନ ଆକ୍ରମଣ ଓ କେନ୍ଦ୍ରର ଚିଠି ଆଧାରରେ ତାଙ୍କୁ ଚାକିରିକୁ ସସପେଣ୍ଡ କିମ୍ବା ବହିଷ୍କାର କରିବାକୁ ଦାବି ଜୋର୍ ଧରିବା ପରେ ଅକଳରେ ପଡ଼ିଛି ବିଜେଡି।

Education on the edge
ଦଶମ ଶ୍ରେଣୀ ପିଲାଙ୍କୁ ପଢ଼ାଯାଉଛି ଭୁଲ୍ ପାଠ ?

ଭୟଙ୍କର ତ୍ରୁଟି । ଦଶମ ପିଲାଙ୍କ ବହିରେ ମାଳମାଳ ଭୁଲ୍‌ ତଥ୍ୟ... ସେହି ଭୁଲକୁ ପଢି ପିଲାଏ ଶିଖିବେ କ’ଣ ?

Double Murder
ଘରେ ପଶି ମହିଳାଙ୍କୁ ଖଣ୍ଡାରେ ହାଣିଲେ ନିଶାସକ୍ତ ଯୁବକ

ଘରେ ପଶି ୨ ମହିଳାଙ୍କୁ ଖଣ୍ଡାରେ ହାଣିଲେ ନିଶାସକ୍ତ ଯୁବକ।  ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ। 

Girl dies of electric shock
ବିଦ୍ୟୁତ୍‌ ଆଘାତରେ ଝିଅ ମୃତ; ବାପା, ମାଆ, ଭାଇ ଓ ପଡ଼ୋଶୀ ଗୁରୁତର

ଗୁରୁତର ହେବାରୁ ମୃତ ଝିଅଟିର ଭାଇ ଓ ପଡ଼ୋଶୀ ମଧ୍ୟ ସେମାନଙ୍କୁ ଉଦ୍ଧାର କରିବାକୁ ପ୍ରୟାସ କରିଥିଲେ । ହେଲେ ଉଦ୍ଧାର କରିବାରେ ସମସ୍ତେ ବିଫଳ ହେବା ସହ ଗୁରୁତର ହୋଇଛନ୍ତି ।

Police Attacked A Youth During Checking In Jagatsinghpur
ଚେକିଂ ବେଳେ ପ୍ଲାଷ୍ଟିକ୍‌ ପାଇପ୍‌ରେ ଯୁବକଙ୍କୁ ପିଟିଲା ପୋଲିସ୍‌ ! ଆଖିରେ ଲାଗିଲା ଶକ୍ତ ଆଘାତ...

ରାତିରେ ଚେକିଂ ବେଳେ ପୋଲିସ୍ ମାଡ଼ରେ ଜଣେ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ଚଳନ୍ତା ବାଇକ୍‌ରେ ବସିଥିବା ଜଣେ ବ୍ୟକ୍ତିଙ୍କୁ ପୋଲିସ୍‌ ଏକ ପ୍ଲାଷ୍ଟିକ୍‌ ପାଇପ୍‌ରେ ପିଟି ଦେବାରୁ ବାଇକ ଆରୋହୀଙ୍କ ଆଖିରେ ଶକ୍ତ ଆଘାତ ଲାଗିଥିବା ଅଭିଯୋଗ ହୋଇଛି।

Traffic Problem
ପାର୍କିଂ ଏରିଆ ନାହିଁ...ରାସ୍ତା ଉପରେ ଗାଡ଼ି, ହିନସ୍ତା ହେଉଛନ୍ତି ଲୋକେ

ପାରାଦୀପରେ ନାହିଁ ଟ୍ରକ୍‌ ଟର୍ମିନାଲ୍‌ । ମନଇଚ୍ଛା ରାସ୍ତାରେ ଗାଡି ପାର୍କିଂ କରି ପଳାଉଛନ୍ତି ଡ୍ରାଇଭର । ଦୁର୍ଘଟଣାରେ ଅକାରଣେ ଯାଉଛି ବାଇକ୍‌ ଆରୋହୀଙ୍କ ଜୀବନ।

murder
ଚନ୍ଦନ ଲଗାଇ ଦେଲେ ବ୍ରାହ୍ମଣ, ରାଗରେ ମା’କୁ ହାଣି ବୀଭତ୍ସ ଭାବେ ହତ୍ୟା କଲା ପୁଅ

ଲକ୍ ଥାନା ଭୂତମୁଣ୍ଡାଇ କୁମାରସାହିରେ ଅଭାବୀନୟ ଘଟଣା

Kangaroo courts
ମୁଖିଆଙ୍କ କଥା ନ ମାନିବାରୁ ନିଆଁ ପାଣି ବନ୍ଦ: ପଡ଼ୋଶୀଙ୍କ ସହ କଥା ହେଲେ ଲାଗୁଛି ଜରିମାନା

ଆଇନର ପଞ୍ଝା ସଶକ୍ତ ହୋଇଥିବା ସତ୍ୱେ ସମାଜରୁ ଏବେ ବି ଲୋପ ପାଇନି ସାମାଜିକ ବାସନ୍ଦ ଭଳି କୁପ୍ରଥା।

Former BJD MLA Debashish Samantaray expresses his wish to fight election from Paradip
ଦାମ ରାଉତଙ୍କ ପୁଅକୁ ହଟାଇ ପାରାଦୀପରୁ ଲଢ଼ିବେ କି ବିଜେଡି ନେତା ଦେବାଶିଷ ସାମନ୍ତରାୟ?

ପାରାଦୀପ ଆସନ ଉପରେ ଆଖି ରଖିଛନ୍ତି କି ପୂର୍ବତନ ବିଜେଡ଼ି ବିଧାୟକ ଦେବାଶିଷ ସାମନ୍ତରାୟ ? ବରିଷ୍ଠ ନେତା ଦାମୋଦର ରାଉତଙ୍କ ପୁଅ ସମ୍ବିତ ରାଉତରାୟଙ୍କୁ ହଟାଇ ଆଗାମୀ ନିର୍ବାଚନରେ ଲଢ଼ିବାକୁ ଆଶାୟୀ ଅଛନ୍ତି କି ଦେବାଶିଷ ?

heat wave
ଓଃ କି ଗରମ...ତାତିରେ କଲବଲ ହେଉଛି ସାରା ରାଜ୍ୟ

ଉତ୍ତରରୁ ଉପକୂଳ, ଦକ୍ଷିଣରୁ ପଶ୍ଚିମ ସବୁଠି ଖରା । ଭୁବନେଶ୍ୱର, କଟକ ସମେତ ସାରା ଓଡ଼ିଶାରେ ପ୍ରବଳ ତାତି । ସକାଳ ୯ଟା ପରେ ଘରୁ ବାହାରିବା ମୁସକିଲ୍ ।

Odisha Weather
ଆଗକୁ ଆସୁଛି ଡହଡହ ତାତି; ୪୦ ଡିଗ୍ରୀ ଟପିଲା ରାଜଧାନୀ ତାପମାତ୍ରା

ରାଜ୍ୟର କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେବ । ଆଗାମୀ ୪ ଦିନ ମଧ୍ୟରେ ଦିନ ତାପମାତ୍ରା ୩ରୁ୪ ଡିଗ୍ରୀ ବୃଦ୍ଧି ସମ୍ଭାବନା ରହିଛି ।

Special campaign
ବାଟରେ ଛକିଛି ଯମ: ମଦ ପିଇବ ତ ସାଙ୍ଗରେ ନେଇଯିବ

ନିଶା ଖାଇବା ପରେ କେମିତି ଅକାରଣେ ଜୀବନ ଚାଲିଯାଉଛି ତାହାକୁ ବୁଝାଇବା ଉଦେଶ୍ୟରେ ପାରାଦ୍ୱୀପରେ ଚାଲିଛି ସଚେତନତା ଶୋଭାଯାତ୍ରା । ସେଇଥି ପାଇଁ ତ ଏତେ ସବୁ ଆୟୋଜନର ବ୍ୟବସ୍ଥା କରାଯାଇଛି । ଓଡିଶା ୟୁଥ ଫେଡେରେସନର ସ୍ଵେଚ୍ଛାସେବୀଙ୍କ ଦ୍ଵାରା ରବିବାର ଦିନ ଏମିତି କାର୍ଯ୍ୟକ୍ରମ ପାରାଦୀପରେ ଅନୁଷ୍ଠିତ ହୋଇଛି । ପାରାଦୀପରେ ରହିଛି ୧୯ଟି ଓ୍ଵାର୍ଡ ଆଉ ତାହାରି ଭିତରେ ୨୧ଟି ମଦ ଦୋକାନ ରହିଛି ।

Olive Ridley turtles
କଇଁଛକୁ ବଞ୍ଚାଇବାକୁ କୁନି ଝିଅ କରୁଛି ଗୁହାରୀ : ଦେଖନ୍ତୁ ଏହି ହୃଦୟସ୍ପର୍ଶୀ ଭିଡିଓ

ସମୁଦ୍ର କୂଳରେ ଏମିତି କହି ଜାଲରେ ଲାଗିଥିବା କଇଁଛକୁ ଉଦ୍ଧାର କରିବାକୁ ଅପିଲ୍‌ କରୁଛି କୁନି ଝିଅ। ପାରାଦୀପ ସି-ବିଚ୍ ବୁଲିବାକୁ ଆସିଥିବା କୁନି ଝିଅଟିର ଘର କଟକରେ ବୋଲି ଜଣାପଡ଼ିଛି । ନିଜ ବାପାଙ୍କ ସାଙ୍ଗରେ ସମୁଦ୍ରକୂଳ ବୁଲୁବୁଲୁ ଦେଖିଲା ସମୁଦ୍ର କୂଳରେ ଛିଣ୍ଡା ଜାଲରେ ଛନ୍ଦି ହୋଇ ଛଟପଟ ହେଉଛି ବିରଳ ପ୍ରଜାତିର କଇଁଛ ଅଲିଭରିଡଲେ।

soumya patnaik
ପୁଣି ବିଜେଡିକୁ ସୌମ୍ୟଙ୍କ ବାଣ; ପାରାଦୀପରୁ ସରକାରୀ ଦଳକୁ ସିଧାସଳଖ ଟାର୍ଗେଟ୍‌

ବିଜୁ ବାବୁଙ୍କ ଭଳି ଆମକୁ ବି ହେବା ଦରକାର ବୋଲି କହିଛନ୍ତି ସୌମ୍ୟ । କିଛି ଦିନ ତଳେ କଟକ ଲ' କଲେଜର ରୌପ୍ୟ ଜୟନ୍ତୀ ଉତ୍ସବରେ ମଧ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଥିଲେ ସୌମ୍ୟରଞ୍ଜନ ।

Monkey mourns demise of woman in Jagatsinghpur
ମଣିଷର ମୃତ୍ୟୁ ପରେ ଆଖିରୁ ଲୁହ ଝରାଇଲା ମାଙ୍କଡ଼

କାହାକୁ ସେ ଚିହ୍ନେନା କି ଜାଣେନା । ତଥାପି ନିଜ ଲୋକଙ୍କଠୁ ସେ ଅଧିକ ଦୁଃଖୀ, ଅଧିକ ମିୟମ୍ରାଣ । ପ୍ରିୟଜନଙ୍କ ଭଳି ସେ ବି ଶୋକାଭିଭୂତ । ହଁ, ଆମେ କହୁଛ ଏଇ ମାଙ୍କଡ଼ର କଥା ।

Missing Boat
ପାରାଦୀପ ସମୁଦ୍ରରେ ୧୩ ମତ୍ସ୍ୟଜୀବୀଙ୍କ ମିଳୁନି ପତ୍ତା

ଉଦ୍ଧାର କରିବା ପାଇଁ କୁଜଙ୍ଗ ସାମୁଦ୍ରିକ ମତ୍ସ୍ୟ ଅଧିକାରୀ କୋଷ୍ଟଗାର୍ଡ ଏବଂ ମେରାଇନ ପୁଲିସର ସହାୟତା ଲୋଡିଛନ୍ତି।

 Another Russian National Dies In Odisha
ଓଡ଼ିଶାରେ ପୁଣି ଜଣେ ରୁଷୀୟ ନାଗରିକ ମୃତ, ପାରାଦୀପ ପୋର୍ଟରୁ ମିଳିଲା ମୃତଦେହ...

ପାରାଦୀପ ପୋର୍ଟ ଆଙ୍କରେଜ୍‌ରେ ଥିବା ଏକ ଜାହାଜରେ ଜଣେ ରୁଷୀୟ ନାଗରିକଙ୍କ ମୃତଦେହ ମିଳିଛି।

Black Rose
ବ୍ଲାକ୍‌ ରୋଜ ବୁଡ଼ି ଘଟଣା: କାହା ସ୍ୱାର୍ଥରେ ଅଟକିଲା CBI ତଦନ୍ତ ?

ବ୍ଲାକ୍‌ ରୋଜ ଘଟଣାର ସିବିଆଇ ତଦନ୍ତ କାହିଁକି ହେଉ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ସତ୍ୟପ୍ରକାଶ ।

Coastal Exercise
ଆଜିଠୁ ପାରାଦୀପ ଉପକୂଳରେ ନୌସେନାର ସମରାଭ୍ୟାସ

ସାମୁଦ୍ରିକ ସୀମାରେ ଆତଙ୍କି ଅନୁପ୍ରବେଶ ରୋକିବା ଉଦ୍ଦେଶ୍ୟରେ ଏହା ଏକ ପ୍ରସ୍ତୁତି ଅଭ୍ୟାସ ।

Baliyatra
ବାଲିଯାତ୍ରାରେ ଦୁଲୁକିଲାଣି ମଞ୍ଚ, କୁଆଖାଇ ପଠାରେ ମନମୋହୁଛି ମୀନାବଜାର

ଦୁଇ ବର୍ଷ ଧରି କୋଭିଡ କଟକଣା ଯୋଗୁଁ ଶ୍ରଦ୍ଧାଳୁମାନେ ପାଳନ କରିପାରିନଥିଲେ ଉତ୍କଳୀୟ ସମୃଦ୍ଧ ଐତିହାସିକ ଗାଥାକୁ ମନେ ପକାଇ ପାଳନ କରାଯାଉଥିବା ପରମ୍ପରାର ଏହି ପର୍ବ ।