• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦିନକର ଛୁଆକୁ ଲକ୍ଷେ ଟଙ୍କାରେ ବିକ୍ରି କଲା ମାଆ ! ଦଲାଲଙ୍କ କବଜାରେ ଫସି କୋଳର ଶିଶୁପୁତ୍ରକୁ ଭାଇଜାଗରେ ବିକ୍ରି କଲେ ଆଦିବାସୀ ମହିଳା ! ପାରାଦୀପର ଏହି ଘଟଣାକୁ ନେଇ ଏବେ ଖୋଳତାଡ଼ ଚାଲିଥିବା ବେଳେ ଚିନ୍ତା ପ୍ରକଟ କରିଛନ୍ତି ବୁଦ୍ଧିଜୀବୀ । ପ୍ରଶାସନ ଆରମ୍ଭ କରିଛି ଛାନଭିନ୍। ଶିଶୁ ମଙ୍ଗଳ ଅଧିକାରୀଙ୍କ ଏକ ଟିମ୍ କରୁଛି ତଦନ୍ତ ।

ଗତ ରବିବାର ମାମିନା ସର୍ଦ୍ଦାର ନାମ୍ନୀ ଜଣେ ଆଦିବାସୀ ମହିଳା ଅଠରବାଙ୍କି ସରକାରୀ ଡାକ୍ତରଖାନାରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ ଏବଂ ସୋମବାର ଉକ୍ତ ଶିଶୁପୁତ୍ରକୁ ଆନ୍ଧ୍ର ଭାଇଜାଗର ଜଣେ ତେଲୁଗୁ ବ୍ୟକ୍ତିଙ୍କୁ ବିକି ଦେଇଥିବା ଅଭିଯୋଗ ହେଉଛି । ନୂଆବଜାରର ଜଣେ ଦଲାଲ ପ୍ରରୋଚନାରେ ଲକ୍ଷେ ଟଙ୍କାରେ ଛୁଆ ବିକ୍ରି କରିଥିବା କଥା ସାମ୍ନାକୁ ଆସିଛି।

ଅଧିକ ପଢ଼ନ୍ତୁ: ଜନ୍ମ କଲା ଛୁଆକୁ ପୋଷ୍ୟ ସନ୍ତାନ ପାଇଁ ଦେଇଦେଲେ ଦମ୍ପତି, କହିଲେ ଛୁଆ ପାଳିବାକୁ ଆମ ପାଖରେ ସମୟ ନାହିଁ

ସୂଚନା ଅନୁସାରେ ମାମିନା ପ୍ରଥମେ ଷଣ୍ଢକୁଦ ବସ୍ତିରେ ରହୁଥିଲେ । ନିଜର ଗର୍ଭ ନଷ୍ଟ କରିବାକୁ ଚାହିଁବାରୁ ମାଙ୍ଗା ନାମ୍ନୀ ଜଣେ ତେଲୁଗୁ ମହିଳା ତାଙ୍କୁ ବାରଣ କରିବା ସହିତ ମାମିନାର ଦେଖାଶୁଣା କରୁଥିଲେ ଓ ସମୟକୁ ସମୟ ଚିକିତ୍ସା କରାଉଥିଲେ। ପିଲା ଜନ୍ମ ହେଲେ ସେ ପିଲାକୁ ରଖିବେ ବୋଲି ଆଦିବାସୀ ମହିଳାକୁ ଭରସା ଦେଇଥିଲେ । ମାମିନାର ଥିବା ଝିଅର ଭବିଷ୍ୟତ ପାଇଁ ମଧ୍ୟ ୩୦ ହଜାର ଟଙ୍କା ଦେବେ ବୋଲି କହିଥିଲେ।

ମାତ୍ର ଶୁକ୍ରବାର ଅଠରବାଙ୍କି ସରକାରୀ ଡାକ୍ତରଖାନାରେ ମାମିନା ଭର୍ତ୍ତି ହୋଇଥିଲେ। ରବିବାର ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ଆଉ ସୋମବାର ଜଣେ ଦଲାଲ ମାଧ୍ୟମରେ ନିଜ କୋଳର ଛୁଆକୁ ଭାଇଜାଗ ପଠାଇ ଦେଇଥିଲେ । ଏ କଥା ଜାଣିବା ପରେ ମାଙ୍ଗା ସ୍ଥାନୀୟ ପରିଷଦ ଓ କିଛି ମହିଳାଙ୍କୁ ସାଙ୍ଗରେ ନେଇ ମାମିନା ପାଖକୁ ଯାଇ ପାଟିତୁଣ୍ଡ କରିଥିଲେ । ପୂରା ଘଟଣା ଲୋକଲୋଚନକୁ ଆସିବା ପରେ ମାମିନା ଏବଂ ଦଲାଲ ଏବେ ଫେରାର ଅଛନ୍ତି ।

ଅନ୍ୟପଟେ ଏହି ଘଟଣାର ତଦନ୍ତ ପାଇଁ ସ୍ଥାନୀୟ ପୋଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ ପ୍ରସ୍ତୁତ କରାଯାଇଛି । ତେବେ ଖୁବ୍‌ଶୀଘ୍ର ଘଟଣାର ସତ ସାମ୍ନାକୁ ଆସିବ ବୋଲି କହିଛି ପୋଲିସ । ଅନ୍ୟପଟେ ଏହି ଘଟଣାରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଶିଶୁ ମଙ୍ଗଳ ଅଧିକାରୀ ମଧ୍ୟ କହିଛନ୍ତି। ତେବେ ଏହାକୁ ଗୁରୁତ୍ଵର ସହ ନେଇ ଦଲାଲଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହେଉଛି।

ଅଧିକ ପଢ଼ନ୍ତୁ: ଝିଅ ଜନ୍ମ ହେଲା ବୋଲି, ହସ୍ପିଟାଲ୍‌ରୁ ଘରକୁ ଆସିବା ପରେ ମାରିଦେଲା ବାପା

OTV is now on Whatsapp

Join and get latest news update delivered to you via whatsapp

Join Now