Advertisment

ପାରାଦୀପ ବିଜେଡିରେ ତୀବ୍ର ହେଲା ବିଦ୍ରୋହ, ତେଜିଲା ସମ୍ବିତ ହଟାଓ ନାରା

ବିଧାୟକ ବିରୋଧୀ ପ୍ରଚାର ପାଇଁ ଚେତାବନୀ । କୁଜଙ୍ଗରେ ମେଳି ବାନ୍ଧିଲେ ବିଜେଡି କର୍ମୀ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Politics heats up in Paradeep BJD

Odisha Politics, Pradeep

ପାରାଦୀପ ବିଜେଡ଼ିରେ ତୀବ୍ର ହେଲା ବିଦ୍ରୋହର ସ୍ବର। ବିଧାୟକ ସମ୍ବିତ ରାଉତରାୟ କିମ୍ବା ତାଙ୍କ ପରିବାରର କାହାକୁ ବି ଦଳ ଟିକେଟ ଦେଲେ, ତାଙ୍କ ବିରୋଧରେ ପ୍ରଚାର କରିବୁ ବୋଲି ଖୋଲାଖୋଲି ଧମକ ଦେଇଛନ୍ତି ପାରାଦୀପ ବିଜେଡିର ଗୋଟିଏ ଗୋଷ୍ଠୀ। ଆଜି ନବମ ଥର ପାଇଁ କୁଜଙ୍ଗରେ ମେଳି ବାନ୍ଧିଥିଲେ ବିଧାୟକ ବିରୋଧୀ ବିଜେଡ଼ି କର୍ମୀ। ଏହା ପୂର୍ବରୁ ସେମାନେ ଶଙ୍ଖ ଭବନ ଯାଇ ପର୍ଯ୍ୟବେକ୍ଷକ ଅରୁଣ ସାହୁଙ୍କୁ ଫେରାଦ ହୋଇଥିଲେ। ତେବେ କିଛି ସୁଫଳ ନ ମିଳିବାରୁ ଆଜି କୁଜଙ୍ଗର ଏକ ମଣ୍ଡପରେ ସମ୍ବିତ ବିରୋଧୀ ଏକାଠି ହୋଇ ଚରମ ନିଷ୍ପତ୍ତି ନେଇଛନ୍ତି।

Advertisment

ସେପଟେ ପାରାଦୀପ ପାଇଁ ଚିରଞ୍ଜିବୀ ବିଶ୍ୱାଳ ନା ସମ୍ବିତ ରାଉତରାୟଙ୍କୁ ବିଜେଡି ପ୍ରୋଜେକ୍ଟ କରିବ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି। ଦାମଙ୍କ ଝିଅ ପ୍ରୀତିନନ୍ଦା କିମ୍ବା ବୋହୂ ଗିତାଞ୍ଜଳୀଙ୍କୁ ବାଲିକୁଦା-ଏରସମା ଟିକେଟ ଦେଇ ଚିରଞ୍ଜିବୀଙ୍କୁ ପାରାଦୀପ ପଠେଇବାକୁ ଦଳ ଚିନ୍ତା କରୁଥିବା ଆଲୋଚନା ହେଉଛି।

ଅଧିକ ପଢ଼ନ୍ତୁ: ସରଗରମ ଗଞ୍ଜାମ ରାଜନୀତି, ମଇଦାନରେ ୩ ପ୍ରମୁଖ ଦଳର ପ୍ରାର୍ଥୀ

ଅନ୍ୟପଟେ ବଦଳୁଛି ଗଞ୍ଜାମ ବିଜେଡି ସମୀକରଣ । ଜଣେ ପରେ ଜଣେ ଟାଣୁଆ ନେତା ବିଜେଡି ବିରୋଧରେ ସ୍ୱର ଶାଣିତ କରି ଦଳ ଛାଡୁଛନ୍ତି । ଆଉ ଏହି ତାଲିକାରେ ଏବେ ଯୋଡ଼ି ହୋଇଛନ୍ତି ବରିଷ୍ଠ ନେତା ରାମଚନ୍ଦ୍ର ପଣ୍ଡା । ଦଳରେ ଗଣତନ୍ତ୍ର ନଥିବା କହି ବର୍ଷିଲେ । ଗୋଟିଏ ପୃଷ୍ଠାରେ ନିଜର ଅସନ୍ତୋଷ ଝାଡ଼ି ଦଳ ଛାଡ଼ିଛନ୍ତି ।

Advertisment

‘ଦଳ ତାର ନୀତି ଆଦର୍ଶ ଭୁଲି ଯିବା ସହ ଦୀର୍ଘ ଦିନ ଧରି ଦଳରେ ଥିଲେ ବି ଦୁଇ ଘଣ୍ଟା ପୂର୍ବରୁ ଦଳରେ ଯୋଗ ଦେବା ବ୍ୟକ୍ତିଙ୍କୁ ଦଳ ଟିକେଟ ଦେଉଛି , ଆମକୁ ଅବହେଳା କରୁଛି ।’ ଏଣୁ ଆମେ ଦଳ ଛାଡୁଥିବା କହିଛନ୍ତି ରାମଚନ୍ଦ୍ର ପଣ୍ଡା । ଆଗକୁ କେଉଁ ଦଳକୁ ଯିବେ ସେ ନେଇ କିଛି ସ୍ପଷ୍ଟ କରି ନାହାନ୍ତି । ରାମଚନ୍ଦ୍ର ପଣ୍ଡାଙ୍କ ସହ ଦଳର ଅନ୍ୟତମ ବରିଷ୍ଠ ନେତା ଟି ଗୋପୀ ମଧ୍ୟ ଆଜି ବିଜେଡି ଛାଡ଼ିଛନ୍ତି । ସେପଟେ ଏହି ଦୁଇ ନେତାଙ୍କ ଦଳ ଛାଡ଼ିବା ଏବଂ ଦଳକୁ ନେଇ ଯେଉଁ ବୟାନ ଦେଇଛନ୍ତି ତାକୁ ନେଇ ଶାସକ ଦଳର କୌଣସି ପ୍ରତିକ୍ରିୟା ଏଯାଏ ମିଳିନାହିଁ ।

BJD BJP Congress Odisha Politics General Election 2024
Advertisment
Advertisment