• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ପାରାଦୀପ ଲକ୍ ଥାନା ଅଞ୍ଚଳରେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ପାରିବାରିକ ଝଗଡା ପାଇଁ ଘର ଛାଡ଼ି ପଳାଇ ଆସିଥିବା ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା ଅଭିଯୋଗ ହୋଇଛି । ଲକ୍ ଥାନା ପୋଲିସ ୩ ଅଭିଯୁକ୍ତଙ୍କୁ ଅଟକ ରଖିବା ସହ ମାମଲା ରୁଜୁ କରି ତଦନ୍ତ କରୁଛି । ତା’ସହ ପୀଡ଼ିତାଙ୍କ ଡାକ୍ତରୀମାଇନା ମଧ୍ୟ କରାଯାଇଛି । ମହିଳାଙ୍କ ଜଣେ ସମ୍ପର୍କୀୟ ଓ ତାଙ୍କର ଦୁଇ ବନ୍ଧୁ ଗତରାତିରେ ପାରାଦୀପ ଦୋ ଛକି ନିକଟରେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ତେବେ ଏନେଇ ପୋଲିସ କିମ୍ବା ପୀଡ଼ିତାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ପାରାଦୀପ ଥାନା ଅଞ୍ଚଳର ଜଣେ ମହିଳା ପରିବାର ସହ ରହୁଥିଲେ । ବୁଧବାର ରାତିରେ କୌଣସି କଥାକୁ ନେଇ ପରିବାର ଭିତରେ ପାଟିତୁଣ୍ଡ ହୋଇଥିଲା । ଏହାପରେ ସେ ଘର ଛାଡ଼ି ପଳାଇ ଯାଇଥିଲେ । ପରିବାର ଲୋକେ ଜାଣିପାରି ତାଙ୍କୁ ବହୁ ଖୋଜାଖୋଜି କରିଥିଲେ । ହେଲେ ମହିଳାଙ୍କୁ ପାଇନଥିଲେ । ସେପଟେ ମହିଳା ଜଣକ ଘର ଛାଡ଼ି ପଳାଇ ଯାଉଥିବା ବେଳେ ତାଙ୍କର ଜଣେ ସମ୍ପର୍କୀୟଙ୍କ ହାବୁଡ଼ରେ ପଡ଼ିଥିଲେ । ସେ ଓ ତାଙ୍କର ଦୁଇ ସାଥୀ ତାଙ୍କୁ ବୁଝାସୁଝା କରି ଘରକୁ ଫେରାଇ ଆଣୁଥିଲେ ।

ତେବେ ପାରାଦୀପ ଦୋଛକି ନିକଟରେ ଏକ ଘରେ ମହିଳାଙ୍କୁ ସେମାନେ ରାତି ସାରା ଜଣେ ପରେ ଜଣେ ଦୁଷ୍କର୍ମ କରିଥିଲେ । ପରେ ତାଙ୍କୁ ସେଠାରେ ଛାଡ଼ି ପଳାଇ ଯାଇଥିଲେ । ସେହି ରାତିରେ ମହିଳା ଏନେଇ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା । ଆଜି ମହିଳାଙ୍କୁ ଗଣ ଦୁଷ୍କର୍ମ କରିଥିବା ତାଙ୍କ ସମ୍ପର୍କୀୟ ଓ ଦୁଇ ସାଥୀଙ୍କୁ ଉଠାଇ ଆଣି ପଚରାଉଚରା କରିଥିଲା ।