/odishatv-khabar/media/post_attachments/uploadimage/library/16_9/16_9_0/IMAGE_1701174143.jpg)
Sambit Routray On Paradeep Port
ପାରାଦୀପ ପୋର୍ଟକୁ ନେଇ କେନ୍ଦ୍ର ମନ୍ତ୍ରୀ ଶ୍ରୀପଦ ନାୟକଙ୍କ ମନ୍ତବ୍ୟ ପ୍ରସଙ୍ଗ । ପୋର୍ଟକୁ ଅଚଳ କରିଦେବାର ଧମକ ଦେଲେ ବିଧାୟକ ସମ୍ବିତ ରାଉତରାୟ । କହିଲେ, ‘ଯଦି ଆମେ ରାସ୍ତାକୁ ଓହ୍ଲାଇବୁ ଘଣ୍ଟାକରେ ପାରାଦୀପ ପୋର୍ଟ ଅଚଳ କରିଦେବୁ । ସେତେବେଳେ ଶ୍ରୀପଦ ନାୟକ ନଥିବେ କି କେହି ନଥିବେ ।’
Advertisment
ଏଭଳି ଚେତାବନୀ ମଧ୍ୟରେ ରାଷ୍ଟ୍ରପତିଙ୍କୁ ବି ବାଦ୍ ଦେଲେନି ବିଜେଡି ବିଧାୟକ ସମ୍ବିତ ରାଉତରାୟ । ପାରାଦୀପ ଗସ୍ତ କାଳରେ ରାଷ୍ଟ୍ରପତି ବିଜୁ ବାବୁଙ୍କ ନାଁ ନେଇନଥିବା କହିଲେ ସମ୍ବିତ ।
ସେ ଆହୁରି କହିଛନ୍ତି, ପାରାଦୀପ ପୋର୍ଟ ତିଆରି କରିଛନ୍ତି ବିଜୁବାବୁ, ତାଙ୍କର ଅବଦାନ ଅନେକ । ରାଷ୍ଟ୍ରପତି ତାଙ୍କ ବିଷୟରେ ପଦେ ବି ନକହିବା ସଂପୂର୍ଣ୍ଣ ରାଜନୈତିକ । ସେ ଯେଉଁ ଭାଷଣ ପଢୁଥିଲେ, ବୋଧ ହୁଏ ଲେଖା ହୋଇ ଦିଆଯାଇଥିଲା । ଭାଷଣରେ ବୋଧ ହୁଏ ବିଜୁ ବାବୁଙ୍କ କଥା ନଲେଖିବା ପାଇଁ କୁହାଯାଇଥିଲା ବୋଲି କହିଛନ୍ତି ସମ୍ବିତ ରାଉତରାଏ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)