ମାଛର ଦାମ୍ ୨୫ ଲକ୍ଷ ଟଙ୍କା । ପାରାଦୀପ ସମୁଦ୍ରରୁ ଧରା ହୋଇଥିବା ବିରଳ ମାଛ ଲକ୍ଷାଧିକ ଟଙ୍କାରେ ନିଲାମ ହୋଇଛି । ସମୁଦ୍ରରୁ ଧରା ହୋଇଥିବା ୧୭ଟି ମାଛ ୨୫ ଲକ୍ଷ ଟଙ୍କାରେ ନିଲାମ ହୋଇଛି ।
ଏହାର ଓଜନ ୩ କୁଇଣ୍ଟାଲରୁ ଅଧିକ ରହିଛି । ମାଛର ନାଁ ତେଲିଆ ବୋଲି ଜଣାପଡ଼ିଛି। ପାରାଦୀପର ଜଣେ ବ୍ୟବସାୟୀ ଏହାର ନିଲାମ ନେଇଥିବା ବେଳେ ଏହାକୁ ଦୀଘା ମାର୍କେଟରେ ବିକ୍ରି କରିବେ ବୋଲି ଜଣାପଡ଼ିଛି ।