Advertisment

ମୋଦିଙ୍କ ଦିନିକିଆ ଓଡ଼ିଶା ଗସ୍ତ, ୧୯ ହଜାର କୋଟିର ଦେବେ ଉପହାର

ଆଜି ଓଡ଼ିଶା ଆସୁଛନ୍ତି ମୋଦି । ଯାଜପୁର ଚଣ୍ଡିଖୋଲ ସମାବେଶରେ ଯୋଗଦେବେ ମୋଦି

author-image
Satyendu Shekher Mishra
ଅଦ୍ୟତନ ହୋଇଛି
PM Narendra Modi Odisha Visit

Narendra Modi Odisha Visit

ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଜ୍ୟବାସୀଙ୍କୁ ଭେଟିଦେବେ ୧୯ ହଜାର ୬ଶହ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପ । ଏଥିସହ ସାଧାରଣ ସଭାରେ ସେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ମୋଦିଙ୍କ ଗସ୍ତ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି।

Advertisment

ପାରାଦୀପ ରିଫାଇନାରିରେ ଭାରତୀୟ ତୈଳ ନିଗମ ଲିମିଟେଡର ମନୋ ଏଥିଲିନ୍ ଗ୍ଲାଇକଲ୍ ପ୍ରକଳ୍ପକୁ ମୋଦି ଉଦଘାଟନ କରିବେ। ପାରାଦୀପରୁ ପଶ୍ଚିମବଙ୍ଗର ହଳଦିଆ ପର୍ଯ୍ୟନ୍ତ ୩୪୪ କିଲୋମିଟର ଲମ୍ବ ଉତ୍ପାଦ ପାଇପଲାଇନ୍ ପ୍ରକଳ୍ପ ଏବଂ ପାରାଦୀପରେ ନିର୍ମିତ ୦.୬ MMTPA ଏଲପିଜି ଆମଦାନୀ ସୁବିଧାର ମଧ୍ୟ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ।

ଏଥିସହ ୧୬୨ କିଲୋମିଟରର ବାଂଶପାଣି-ଦୈତାରୀ-ଟମକା-ଯଖପୁରା ରେଳ ଲାଇନ୍ ଦୋହରୀକରଣକୁ ଦେଶ ପାଇଁ ଉତ୍ସର୍ଗ କରିବେ। ପୁରୀ- ନୂଆଦିଲ୍ଲୀ ମଧ୍ୟରେ ନୂଆ ଟ୍ରେନ୍ କେନ୍ଦୁଝରଗଡ଼ ଷ୍ଟେସନରୁ ଶୁଭାରମ୍ଭ ହେବା ସହ, କେନ୍ଦ୍ରାପଡା ଜିଲ୍ଲା ଦେଇ ପ୍ରଥମ ଯାତ୍ରୀ ବାହୀ ଟ୍ରେନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ଏସବୁ ଉନ୍ନୟନ ମୂଳକ ପ୍ରକଳ୍ପ ଲୋକାର୍ପଣ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି।

Advertisment

ଅଧିକ ପଢ଼ନ୍ତୁ: ମୋଦିଙ୍କୁ ଭେଟିବାକୁ ଯିବେ ପିହୁର ମାଆ, ଝିଅ ନିଖୋଜର ଦୁଃଖ ଜଣାଇବେ

ଅନ୍ୟପଟେ ପ୍ରତୀକ୍ଷିତ ହରିଦାସପୁର-ପାରାଦୀପ ରେଲୱେ ଟ୍ରାକରେ ଗଡ଼ିବ ପାସେଞ୍ଜର ଟ୍ରେନ୍ l ଏହାକୁ ପତାକା ଦେଖାଇ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରାରମ୍ଭିକ ଅବସ୍ଥାରେ ପାରାଦୀପରୁ କେନ୍ଦୁଝର ଯାଏଁ ଏକ ମେମୁ ଟ୍ରେନ୍ ଚଳାଚଳ କରିବ। ଏହା ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ଦେଇ ଗଡ଼ିବ ପ୍ରଥମ ଯାତ୍ରୀବାହୀ ଟ୍ରେନ୍। ଦିନକ ତଳେ ଏହି ରୁଟରେ ହୋଇଥିଲା ଟ୍ରାଏଲ୍ ରନ୍। ଗତ ରବିବାର ରେଲୱେ ସେଫଟି କମିଶନ୍ ର ଏକ ବିଶେଷଜ୍ଞ ଟିମ଼ କେନ୍ଦ୍ରାପଡ଼ାରେ ପହଞ୍ଚି ରେଳଲାଇନ୍ ଯାଞ୍ଚ୍ କରିବା ସହ ପରୀକ୍ଷାମୂଳକ ଭାବେ ଏକ ପାସେଞ୍ଜର ଟ୍ରେନର ଟ୍ରାଏଲ୍ ରନ୍ କରାଇଥିଲେ।

ହରିଦାସପୁର-ପାରାଦୀପ ରେଲୱେ ଟ୍ରାକରେ ୨୦୨୦ ସେପ୍ଟେମ୍ବରରେ ପ୍ରଥମ କରି ମାଲବାହୀ ଟ୍ରେନ ଚଳାଚଳ କରିଥିଲା। ଆଉ ଆଜି ଯାତ୍ରୀବାହୀ ଟ୍ରେନ ସେବା ଆରମ୍ଭ ହେବାକୁ ଯାଉଥିବାରୁ ଖୁସି ବ୍ୟକ୍ତି କରିଛନ୍ତି ଅଞ୍ଚଳବାସିନ୍ଦା।

PM Narendra Modi
Advertisment
Advertisment