ପାରାଦୀପର ଷଣ୍ଢକୁଦ, ନୂଆବଜାର ବସ୍ତି ହେଉ କିମ୍ବା ଏରସମାର ସମୁଦ୍ରକୂଳିଆ ଅଞ୍ଚଳ ହେଉ ବାତ୍ୟାକୁ ନେଇ ଲୋକେ ଚିନ୍ତିତ ହୋଇଛନ୍ତି । ସମ୍ଭାବ୍ୟ ବାତ୍ୟା ପରିସ୍ଥିତି ଉପରେ ପ୍ରଶାସନ ନଜର ରଖଥିବା ବେଳେ ଦରକାର ସମୟରେ ଆବଶ୍ୟକ ପଦକ୍ଷେପ ନେବ ବୋଲି ପାରାଦୀପ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।
ପାରାଦୀପ ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କ କଳା କାରବାରର ଗୁମର ଧିରେ ଧିରେ ଖୋଲିବାରେ ଲାଗିଛି । କରୋନା କ୍ଲିୟରାନ୍ସ ସାର୍ଟିଫିକେଟ୍ ପାଇଁ ଡାକ୍ତର ରାଜେନ୍ଦ୍ର ଲାଞ୍ଚ ନେଉଥିବା ଅଭିଯୋଗ ପରେ ସିବିଆଇ ବିଭିନ୍ନ ସ୍ଥାନରେ ଘନ ଘନ ରେଡ୍ କରିଥିଲା ।
ପୁଳା ପୁଳା ଡଲାର, ଗଦା ଗଦା ନୋଟ୍ ଆଉ ବହୁ ଦାମୀ କମ୍ପାନୀର ବିଦେଶୀ ମଦ ଓ ସିଗାରେଟ୍ ବିପୁଳ ସମ୍ଭାର । ତାଙ୍କ ଷ୍ଟୋର ରୁମରେ ଆଖି ବୁଲାଇ ଆଣିଲେ, ଆହୁରି କେତେ କିସମର ଦେଶୀ ବିଦେଶୀ ଗିଫ୍ଟ । ତେବେ ଡାକ୍ତର ରାଜେନ୍ଦ୍ର ନରାୟଣ କାହାଠୁ ଏବଂ ଉପାୟରେ କମାଉଥିଲେ ପୁଳା ପୁଳା ଟଙ୍କା ।
ବିଛଣା ତଳୁ, ଲାଟ୍ରିନ ଘରୁ କୋଟିଏ ପାଖାପାଖି ଟଙ୍କା ସହ ବିପୁଳ ପରିମାଣର ଡଲାର ମିଳିଛିା କରୋନା କ୍ଲିୟରାନ୍ସ ସାର୍ଟିଫିକେଟ୍ ପାଇଁ ଡାକ୍ତର ରାଜେନ୍ଦ୍ର ଲାଞ୍ଚ ନେଉଥିବା ଅଭିଯୋଗ ପରେ ସିବିଆଇ ଗତକାଲିଠୁ ୪ଟି ସ୍ଥାନରେ ଘନ ଘନ ରେଡ୍ କରିଥିଲା।
୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ତାଙ୍କୁ ରେଡ୍ ହାଣ୍ଡେଡ୍ ଧରା ଯାଇଛିା ଆଉ ରେଡ୍ ପରେ ସିବିଆଇ ଅଧିକାରୀଙ୍କ ହୋସ୍ ଉଡ଼ି ଯାଇଛିା
ପାରାଦୀପ ମୁହାଣରେ ବୋଟ୍ ଓଲଟିବା ଘଟଣା। ଏବେ ବି ୩ ଜଣ ମତ୍ସ୍ୟଜୀବୀ ନିଖୋଜ। କୋଷ୍ଟଗାର୍ଡ ହେଲିକପ୍ଟର୍ରେ ଖୋଜାଖୋଜି ସତ୍ତ୍ୱେ ମିଳୁନି ପତ୍ତା।
କରୋନା କଟକଣା ପରେ ଗତ ୩ ବର୍ଷ ଧରି ପାରାଦୀପରେ ଧୂମଧାମ୍ରେ ପାଳନ ହୋଇନଥିଲା ବିଶ୍ୱକର୍ମା ପୂଜା । ଚଳିତ ବର୍ଷ ଅଧିକ ମୂର୍ତ୍ତି କରାଯାଇନଥିଲେ ମଧ୍ୟ ୯ଟି ମେଢରେ ପୂଜା ପାଇବେ ଦେବ ଶିଳ୍ପୀ ।
ଗାଁରେ ସଭା ଚାଲିଥିବା ବେଳେ ସର୍ବସମ୍ମୁଖରେ ମହିଳାଙ୍କୁ ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି। ଏନେଇ ବିଧାୟକଙ୍କ ବିରୋଧରେ କୁଜଙ୍ଗ ଥାନାରେ ୨ଟି ଏତଲା ଦିଆଯାଇଛି।
ପାରାଦୀପର ଏକ ମାଛଧରା ବୋଟ୍ ସମୁଦ୍ର ମଧ୍ୟରେ ଆଙ୍କରେଜ କରିଥିବା ବେଳେ ଦଉଡି ସାହାଯ୍ୟରେ ବୋଟ୍କୁ ଚଢି ଯାଇଥିଲା ସନ୍ଦିଗ୍ଧ ଯୁବକ। ଗଭୀର ସମୁଦ୍ରରେ ଅପରିଚିତ ଯୁବକକୁ ଦେଖି ଛାନିଆ ବୋଟ୍ କର୍ମଚାରୀ।
ସକାଳେ ହଠାତ ବନ୍ୟାଜଳ ମାଡ଼ି ଆସିବାରୁ ଘର ଦ୍ୱାର ଛାଡ଼ି ଜୀବନ ବିକଳରେ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେଇଛନ୍ତି ବନ୍ୟା ଦୁର୍ଗତ। ତେରମାଣପୁର ଗାଁର ମୁଖ୍ୟ ରାସ୍ତାରେ ଏବେ କେଉଁଠି ଅଣ୍ଟାଏ ତ ଆଉ କେଉଁଠି ଛାତିଏ ପାଣି।
ମହାନଦୀରେ ୨୦ ଫୁଟର ଘାଇ ସୃଷ୍ଟି ହେବା ଯୋଗୁ ଗାଁ ଜଳବନ୍ଦୀ ହୋଇଛି। କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ ତେରମାଣପୁର ଗାଁ ନିକଟରେ ଏହି ଘାଇ ସୃଷ୍ଟି ହୋଇଛି।
ବାହା ହେଲେ ବହୁଚର୍ଚ୍ଚିତ ଆତ୍ମଘୋଷିତ ବାବା ସାରଥିଙ୍କ ପାଳିତ ପୁଅ ସତ୍ୟମ ରାଉଳ । ତାଙ୍କର ପାରାଦୀପରେ ବିବାହ ହୋଇଛି ।
5T ସଚିବଙ୍କୁ ବିରୋଧୀଙ୍କ ଘନ ଘନ ଆକ୍ରମଣ ଓ କେନ୍ଦ୍ରର ଚିଠି ଆଧାରରେ ତାଙ୍କୁ ଚାକିରିକୁ ସସପେଣ୍ଡ କିମ୍ବା ବହିଷ୍କାର କରିବାକୁ ଦାବି ଜୋର୍ ଧରିବା ପରେ ଅକଳରେ ପଡ଼ିଛି ବିଜେଡି।
ଭୟଙ୍କର ତ୍ରୁଟି । ଦଶମ ପିଲାଙ୍କ ବହିରେ ମାଳମାଳ ଭୁଲ୍ ତଥ୍ୟ... ସେହି ଭୁଲକୁ ପଢି ପିଲାଏ ଶିଖିବେ କ’ଣ ?
ଘରେ ପଶି ୨ ମହିଳାଙ୍କୁ ଖଣ୍ଡାରେ ହାଣିଲେ ନିଶାସକ୍ତ ଯୁବକ। ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ।
ଗୁରୁତର ହେବାରୁ ମୃତ ଝିଅଟିର ଭାଇ ଓ ପଡ଼ୋଶୀ ମଧ୍ୟ ସେମାନଙ୍କୁ ଉଦ୍ଧାର କରିବାକୁ ପ୍ରୟାସ କରିଥିଲେ । ହେଲେ ଉଦ୍ଧାର କରିବାରେ ସମସ୍ତେ ବିଫଳ ହେବା ସହ ଗୁରୁତର ହୋଇଛନ୍ତି ।
ରାତିରେ ଚେକିଂ ବେଳେ ପୋଲିସ୍ ମାଡ଼ରେ ଜଣେ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ଚଳନ୍ତା ବାଇକ୍ରେ ବସିଥିବା ଜଣେ ବ୍ୟକ୍ତିଙ୍କୁ ପୋଲିସ୍ ଏକ ପ୍ଲାଷ୍ଟିକ୍ ପାଇପ୍ରେ ପିଟି ଦେବାରୁ ବାଇକ ଆରୋହୀଙ୍କ ଆଖିରେ ଶକ୍ତ ଆଘାତ ଲାଗିଥିବା ଅଭିଯୋଗ ହୋଇଛି।
ପାରାଦୀପରେ ନାହିଁ ଟ୍ରକ୍ ଟର୍ମିନାଲ୍ । ମନଇଚ୍ଛା ରାସ୍ତାରେ ଗାଡି ପାର୍କିଂ କରି ପଳାଉଛନ୍ତି ଡ୍ରାଇଭର । ଦୁର୍ଘଟଣାରେ ଅକାରଣେ ଯାଉଛି ବାଇକ୍ ଆରୋହୀଙ୍କ ଜୀବନ।
ଲକ୍ ଥାନା ଭୂତମୁଣ୍ଡାଇ କୁମାରସାହିରେ ଅଭାବୀନୟ ଘଟଣା
ଆଇନର ପଞ୍ଝା ସଶକ୍ତ ହୋଇଥିବା ସତ୍ୱେ ସମାଜରୁ ଏବେ ବି ଲୋପ ପାଇନି ସାମାଜିକ ବାସନ୍ଦ ଭଳି କୁପ୍ରଥା।
ପାରାଦୀପ ଆସନ ଉପରେ ଆଖି ରଖିଛନ୍ତି କି ପୂର୍ବତନ ବିଜେଡ଼ି ବିଧାୟକ ଦେବାଶିଷ ସାମନ୍ତରାୟ ? ବରିଷ୍ଠ ନେତା ଦାମୋଦର ରାଉତଙ୍କ ପୁଅ ସମ୍ବିତ ରାଉତରାୟଙ୍କୁ ହଟାଇ ଆଗାମୀ ନିର୍ବାଚନରେ ଲଢ଼ିବାକୁ ଆଶାୟୀ ଅଛନ୍ତି କି ଦେବାଶିଷ ?
ଉତ୍ତରରୁ ଉପକୂଳ, ଦକ୍ଷିଣରୁ ପଶ୍ଚିମ ସବୁଠି ଖରା । ଭୁବନେଶ୍ୱର, କଟକ ସମେତ ସାରା ଓଡ଼ିଶାରେ ପ୍ରବଳ ତାତି । ସକାଳ ୯ଟା ପରେ ଘରୁ ବାହାରିବା ମୁସକିଲ୍ ।
ରାଜ୍ୟର କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେବ । ଆଗାମୀ ୪ ଦିନ ମଧ୍ୟରେ ଦିନ ତାପମାତ୍ରା ୩ରୁ୪ ଡିଗ୍ରୀ ବୃଦ୍ଧି ସମ୍ଭାବନା ରହିଛି ।
ନିଶା ଖାଇବା ପରେ କେମିତି ଅକାରଣେ ଜୀବନ ଚାଲିଯାଉଛି ତାହାକୁ ବୁଝାଇବା ଉଦେଶ୍ୟରେ ପାରାଦ୍ୱୀପରେ ଚାଲିଛି ସଚେତନତା ଶୋଭାଯାତ୍ରା । ସେଇଥି ପାଇଁ ତ ଏତେ ସବୁ ଆୟୋଜନର ବ୍ୟବସ୍ଥା କରାଯାଇଛି । ଓଡିଶା ୟୁଥ ଫେଡେରେସନର ସ୍ଵେଚ୍ଛାସେବୀଙ୍କ ଦ୍ଵାରା ରବିବାର ଦିନ ଏମିତି କାର୍ଯ୍ୟକ୍ରମ ପାରାଦୀପରେ ଅନୁଷ୍ଠିତ ହୋଇଛି । ପାରାଦୀପରେ ରହିଛି ୧୯ଟି ଓ୍ଵାର୍ଡ ଆଉ ତାହାରି ଭିତରେ ୨୧ଟି ମଦ ଦୋକାନ ରହିଛି ।
ସମୁଦ୍ର କୂଳରେ ଏମିତି କହି ଜାଲରେ ଲାଗିଥିବା କଇଁଛକୁ ଉଦ୍ଧାର କରିବାକୁ ଅପିଲ୍ କରୁଛି କୁନି ଝିଅ। ପାରାଦୀପ ସି-ବିଚ୍ ବୁଲିବାକୁ ଆସିଥିବା କୁନି ଝିଅଟିର ଘର କଟକରେ ବୋଲି ଜଣାପଡ଼ିଛି । ନିଜ ବାପାଙ୍କ ସାଙ୍ଗରେ ସମୁଦ୍ରକୂଳ ବୁଲୁବୁଲୁ ଦେଖିଲା ସମୁଦ୍ର କୂଳରେ ଛିଣ୍ଡା ଜାଲରେ ଛନ୍ଦି ହୋଇ ଛଟପଟ ହେଉଛି ବିରଳ ପ୍ରଜାତିର କଇଁଛ ଅଲିଭରିଡଲେ।